Table of Contents
Your Astrology Guru Lyrics
ଦୀପଟିଏ ମୋତେ କରିଦିଅ ପ୍ରଭୁ
Dipatie Mote Karidia Prabhu Your Astrology Guru Lyrics In Odia Font
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି
ତୋହରି ସେବାରେ ତୋ ସିଂହ ଦୁଆରେ
ତୋହରି ସେବାରେ ତୋ ସିଂହ ଦୁଆରେ…
ଜଳି ଜଳି ସରିଯିବି
ହୋ…ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି…
ଶ୍ରୀମନ୍ଦିରେ ଜଳୁଥିବି…
କରୁଥିବି ନିତି ତୋର ଦରଶନ
ଲୋଡ଼ା ନାହିଁ ପ୍ରଭୁ ଯଶ ଆଉ ମାନ
ଓ କରୁଥିବି ନିତି ତୋର ଦରଶନ
ଲୋଡ଼ା ନାହିଁ ପ୍ରଭୁ ଯଶ ଆଉ ମାନ
ତୁଳସୀ ପତର କରିଦିଅ ପ୍ରଭୁ
ତୁଳସୀ ପତର କରିଦିଅ ପ୍ରଭୁ…
ତବ ସେବାରେ ଲାଗିବି
ହୋ…ତବ ସେବାରେ ଲାଗିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି…
ଶ୍ରୀମନ୍ଦିରେ ଜଳୁଥିବି…
ଆଖି ଲୁହ ମୋର କରୁଛି ଅର୍ପଣ
ଭକତିକୁ ମୋର କର ହେ ଚନ୍ଦନ
ଓ ଆଖି ଲୁହ ମୋର କରୁଛି ଅର୍ପଣ
ଭକତିକୁ ମୋର କର ହେ ଚନ୍ଦନ
ଫୁଲଟିଏ ମୋତେ କରିଦିଅ ପ୍ରଭୁ
ଫୁଲଟିଏ ମୋତେ କରିଦିଅ ପ୍ରଭୁ…
ପାଦ ତଳେ ରହିଥିବି
ଓ…ପାଦ ତଳେ ରହିଥିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି
ତୋହରି ସେବାରେ ତୋ ସିଂହ ଦୁଆରେ
ତୋହରି ସେବାରେ ତୋ ସିଂହ ଦୁଆରେ…
ଜଳି ଜଳି ସରିଯିବି
ହୋ…ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ
ଶ୍ରୀମନ୍ଦିରେ ଜଳୁଥିବି
ଶ୍ରୀମନ୍ଦିରେ ଜଳୁଥିବି…
ଶ୍ରୀମନ୍ଦିରେ ଜଳୁଥିବି…
Dipatie Mote Karidia Prabhu Your Astrology Guru Lyrics In Odia Language
Thank You