Your Astrology Guru Lyrics
ପରିଟିଏ କେହି ବାଟବଣା ହୋଇ
Paritie Kehi Batabana Hoi Your Astrology Guru Lyrics In Odia Language
ହୋ ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ଲକ୍ଷେ ଫଗୁଣରେ କବରୀ ସଜେଇ
ପ୍ରୀତି ଶ୍ରାବଣରେ ଦଉଚି ଭିଜେଇ
ଭାବି ତ ନଥିଲି ଯାହା ଯାଇଚି ପାଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ଯେତେ ଦେଖୁଥିଲେ ମନ ମାନେ ନାହିଁ
ଏତେ ରୁପସୀ ମୋର ପ୍ରିୟା
ହୋ ପ୍ରିୟା ଯେବେ ହସେ ଋତୁ ଫେରିଆସେ
ନିତି ଲାଗେ ସେ ମତେ ନୂଆ
ସାଗର ହଜିଚି ତା ନୀଳ ଆଖିରେ
ଜହ୍ନ ଲୁଚିଚି ତା ଓଢଣୀ ତଳେ
ମୋ ପରି ଭାଗ୍ୟ ଆଉ କାହାରି ନାହିଁ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ଛୁଇଁ ଦେଲେ ସିଏ ସତେ ମୋର ଦେହେ
ଚୋରା ଚଇତି ଯାଏ ଛୁଇଁ
ହୋ ମୁଁ ଛୁଇଁ ଦେଲେ ଲାଜରେ ଲାଜରେ
ତା ଆଖି ପତା ଯାଏ ନଇଁ
ମନ ଝୁମି ଯାଏ ଅକୁହା ସୁଖରେ
ଜହ୍ନକୁ ପାଇଚି ହାତ ପାପୁଲିରେ
ହସୁଚି ପାହାନ୍ତି ତାରା ଝରକା ଦେଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ଲକ୍ଷେ ଫଗୁଣରେ କବରୀ ସଜେଇ
ପ୍ରୀତି ଶ୍ରାବଣରେ ଦଉଚି ଭିଜେଇ
ଭାବି ତ ନଥିଲି ଯାହା ଯାଇଚି ପାଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ପରିଟିଏ କେହି ବାଟବଣା ହୋଇ
ମୋ ଅଗଣାରେ ଆସିଚି ଓଲ୍ହେଇ
ହୋ ହୋ ହୋ ହୋ ହୋ
ହୋ ହୋ ହୋ ହୋ ହୋ ହୋ
Paritie Kehi Batabana Hoi Your Astrology Guru Lyrics In Odia Font