Your Astrology Guru Lyrics
ମାଆର କୋଳରୁ ପୁଅ ଚାଲିଗଲା
ସଧବା ମଥାରୁ ସିନ୍ଦୁର ଲିଭିଲା
maa ra kolaru pua chaligala Your Astrology Guru Lyrics in odia language
ମାଆର କୋଳରୁ ପୁଅ ଚାଲିଗଲା
ସଧବା ମଥାରୁ ସିନ୍ଦୁର ଲିଭିଲା
ମାଆର କୋଳରୁ ପୁଅ ଚାଲିଗଲା
ସଧବା ମଥାରୁ ସିନ୍ଦୁର ଲିଭିଲା
ଭୈରବୀ ଡାକିଲା ନିଆଁ ବରଷିଲା
ପ୍ରଳୟ ଗ୍ରାସିଲା ବସୁଧା କମ୍ପିଲା
ଚଉଦିଗେ ଶୁଭେ ତ୍ରାହି ତ୍ରାହି
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
ଧରଣୀ ପାରୁନି ପାପ ଭାର ସହି
ଧରମ ଆଖିରୁ ଲୁହ ଯାଏ ବହି
ଧରଣୀ ପାରୁନି ପାପ ଭାର ସହି
ଧରମ ଆଖିରୁ ଲୁହ ଯାଏ ବହି
ପାପର ନିଆଁରେ ଜଳୁଛି ଦୁନିଆ
ଘୋଟିଚି ଅସତ୍ୟ କଳା ମେଘ ଛାୟା
ଯୌତୁକ ପାଇଁ ବଧୂ ହତ୍ୟା ହୁଏ
ପେଟ ପାଇଁ ମାଆ ଛୁଆ ବିକି ଦିଏ
ଚଉଦିଗେ ଶୁଭେ ତ୍ରାହି ତ୍ରାହି
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
ଅନ୍ୟାୟ ଅନୀତି ସୀମା ଟପିଯାଏ
ମଣିଷ ରକତ ଏ ମଣିଷ ପିଏ
ଅନ୍ୟାୟ ଅନୀତି ସୀମା ଟପିଯାଏ
ମଣିଷ ରକତ ଏ ମଣିଷ ପିଏ
ସାରା ଦୁନିଆରେ ଶୁଭେ ହାହାକାର
ଯେଉଁ ଦିଗେ ଚାହଁ ରଣହୁଙ୍କାର
ରକ୍ଷା କର ପ୍ରଭୁ ଆହେ ଚକ୍ରଧର
ଏ ଘର କଳିରୁ ତୁମେ ହେ ଉଦ୍ଧାର
ଚଉଦିଗେ ଶୁଭେ ତ୍ରାହି ତ୍ରାହି
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
ମାଆର କୋଳରୁ ପୁଅ ଚାଲିଗଲା
ସଧବା ମଥାରୁ ସିନ୍ଦୁର ଲିଭିଲା
ମାଆର କୋଳରୁ ପୁଅ ଚାଲିଗଲା
ସଧବା ମଥାରୁ ସିନ୍ଦୁର ଲିଭିଲା
ଭୈରବୀ ଡାକିଲା ନିଆଁ ବରଷିଲା
ପ୍ରଳୟ ଗ୍ରାସିଲା ବସୁଧା କମ୍ପିଲା
ଚଉଦିଗେ ଶୁଭେ ତ୍ରାହି ତ୍ରାହି
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
କାଳିଆରେ ତୋ ବିନୁ ଅନ୍ୟ ଗତି ନାହିଁ
maa ra kolaru pua chaligala Your Astrology Guru Lyrics in odia language
Thank You