ଖଈ କଉଡ଼ି ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଘରୁ ବିଦା ହେଇ ଯାଉଚି ଦୁନିଆ ଛାଡି
ଏ ଦୁନିଆ ଛାଡ଼ି
ମୋ ସଂସାର ମୋ ପିଲା ଛୁଆରେ
ମୋ ସଂସାର ମୋ ପିଲା ଛୁଆରେ
କାଳିଆରେ..କାଳିଆରେ..
କାଳିଆରେ ତତେ ଲାଗିଲାରେ
ଯାଉଚି ମୁଁ ତୋ ଜିମା ଛାଡି କାଳିଆରେ
ଯାଉଚି ମୁଁ ତୋ ଜିମା ଛାଡି ବୁଝିବୁରେ
ଖଈ କଉଡ଼ି ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଘରୁ ବିଦା ହେଇ ଯାଉଚି ଦୁନିଆ ଛାଡି
ଏ ଦୁନିଆ ଛାଡ଼ି
ସାଙ୍ଗ ସାଥି ଭାଇ ବନ୍ଧୁ ମୋ ସାଥିରେ ଯିବେ
ସାଙ୍ଗ ସାଥି ଭାଇ ବନ୍ଧୁ ମୋ ସାଥିରେ ଯିବେ
ପୋଡି ଦେଇ ଆସି ମତେ ଭୁଲି ଯିବେ
ମୋ ପାଇଁ ମୋ କୁଟୁମ୍ବ ବାର ଦିନ ପାଳିବେ
ମୋ ପାଇଁ ମୋ କୁଟୁମ୍ବ ବାର ଦିନ ପାଳିବେ
ତେର ଦିନ ପରେ କେହି ନ ଆସିବେ
ଦୁଇ ଆଖି ବୁଜି ବୁଜି କାଠେ ବାଜି ବାଜି
ଅଛୁଆଁ ହେଇ ମୁ ଯାଉଚି ଶିରିକ୍ଷେତ୍ର ଛାଡି
ମୁ ଶିରିକ୍ଷେତ୍ର ଛାଡ଼ି
ମୋ ସଂସାର ମୋ ପିଲା ଛୁଆରେ
ମୋ ସଂସାର ମୋ ପିଲା ଛୁଆରେ
କାଳିଆରେ ତତେ ଲାଗିଲାରେ
ଯାଉଚି ମୁଁ ତୋ ଜିମା ଛାଡି କାଳିଆରେ
ଯାଉଚି ମୁଁ ତୋ ଜିମା ଛାଡି ବୁଝିବୁରେ
ଖଈ କଉଡ଼ି ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଘରୁ ବିଦା ହେଇ ଯାଉଚି ଦୁନିଆ ଛାଡି
ଏ ଦୁନିଆ ଛାଡ଼ି
ଦଶ ତୁଠେ ପତ୍ନୀ ମୋର ସିନ୍ଦୁର ପୋଛିବ
ଦଶ ତୁଠେ ପତ୍ନୀ ମୋର ସିନ୍ଦୁର ପୋଛିବ
ଶଙ୍ଖା ଭାଙ୍ଗି ଧଳା ଶାଢ଼ୀ ସେ ପିନ୍ଧିବ
ପୁଅ ମୋର ଶୁଦ୍ଧି ହବ କ୍ରିୟା ସେ ଧରିବ
ପୁଅ ମୋର ଶୁଦ୍ଧି ହବ କ୍ରିୟା ସେ ଧରିବ
ମୋ ପାଇଁ ବାହାରେ ହାଣ୍ଡି ଥୋଇ ଦବ
ଘର ଅଗଣା ଗାଁ ଛାଡି ଲୁଗାପଟା କାଢି
ଖାଲି ଦେହ ହେଇ ଯାଉଚି ମଶାଣି ବାଡ଼ି
ମୁ ମଶାଣି ବାଡ଼ି
ମୋ ସଂସାର ମୋ ପିଲା ଛୁଆରେ
ମୋ ସଂସାର ମୋ ପିଲା ଛୁଆରେ
କାଳିଆରେ ତତେ ଲାଗିଲାରେ
ଯାଉଚି ମୁଁ ତୋ ଜିମା ଛାଡି କାଳିଆରେ
ଯାଉଚି ମୁଁ ତୋ ଜିମା ଛାଡି ବୁଝିବୁରେ
ଖଈ କଉଡ଼ି ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଘରୁ ବିଦା ହେଇ ଯାଉଚି ଦୁନିଆ ଛାଡି
ଏ ଦୁନିଆ ଛାଡ଼ି
ଖଈ କଉଡ଼ି ବିଞ୍ଚି ବିଞ୍ଚି ଗଙ୍ଗା ଜଳ ଛିଞ୍ଚି
ଘରୁ ବିଦା ହେଇ ଯାଉଚି ଦୁନିଆ ଛାଡି
ଏ ଦୁନିଆ ଛାଡ଼ି
ମୋ ସଂସାର ମୋ ପିଲା ଛୁଆରେ
ମୋ ସଂସାର ମୋ ପିଲା ଛୁଆରେ
କାଳିଆରେ..କାଳିଆରେ..
କାଳିଆରେ ତତେ ଲାଗିଲାରେ
ଯାଉଚି ମୁଁ ତୋ ଜିମା ଛାଡି କାଳିଆରେ
ଯାଉଚି ମୁଁ ତୋ ଜିମା ଛାଡି ବୁଝିବୁରେ
ଯାଉଚି ମୁଁ ତୋ ଜିମା ଛାଡି କାଳିଆରେ
କାଳିଆରେ କାଳିଆରେ କାଳିଆରେ