Your Astrology Guru Lyrics
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
chaiti kharaku paida pani Your Astrology Guru Lyrics in odia language
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ଆ ବଡ଼ଦାଣ୍ଡେ ଖେଳ ଦେଖେଇବୁ
ଆ ବଡ଼ଦାଣ୍ଡେ ଖେଳ ଦେଖେଇବୁ
ଡାକୁଚି ଶ୍ରୀକ୍ଷେତ୍ର ମଉଡମଣୀ ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି
ବାଉଁଶରାଣୀ ବାଉଁଶରାଣୀ
ଗାଆଁ ଦାଣ୍ଡ ଖେଳ ମିଛି ମିଛିକା ଲୋ
ବଡଦାଣ୍ଡ ଖେଳ ସତ ସତିକା
ହୋ ଶ୍ରୀକ୍ଷେତ୍ର ମଣିକୁ ମନେଇ ପାରିଲେ
ହେବୁ ସିନା ତୁହି ଜଗତ ଜିତା
ବେଳ ବୁଡ଼ିଗଲେ ଖେଳ ସରିବ ଲୋ
ବେଳ ବୁଡ଼ିଗଲେ ଖେଳ ସରିବ ଲୋ
ଶରଧା ସାଆନ୍ତେ ଦେବେ ମାଗୁଣି ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି
ବାଉଁଶରାଣୀ ବାଉଁଶରାଣୀ
ଖେଳ ଚାଲିଥିଲେ ସବୁ ନିଜର ଲୋ
ଖେଳ ଭାଙ୍ଗିଗଲେ କିଏ କାହାର
ଓ..ଯେତେବେଳେ କେହି ଚିହ୍ନନ୍ତି ନାହିଁ ଲୋ
ଚିନ୍ହି ପାରେ ସେଇ କଳା ଠାକୁର
ଅସଲ ଖେଳ ସେ ଦେଖିଲା ଵାଲା ଲୋ
ଅସଲ ଖେଳ ସେ ଦେଖିଲା ଵାଲା ଲୋ
ଝରିଲେ ହେଲା ତୋ ଭକ୍ତି ରାଗିଣୀ ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ଆ ବଡ଼ଦାଣ୍ଡେ ଖେଳ ଦେଖେଇବୁ
ଆ ବଡ଼ଦାଣ୍ଡେ ଖେଳ ଦେଖେଇବୁ
ଡାକୁଚି ଶ୍ରୀକ୍ଷେତ୍ର ମଉଡମଣୀ ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ଚଇତି ଖରାକୁ ପଇଡ଼ ପାଣି ବାଉଁଶରାଣୀ
ବାଉଁଶରାଣୀ ବାଉଁଶରାଣୀ ବାଉଁଶରାଣୀ
chaiti kharaku paida pani Your Astrology Guru Lyrics in odia language
Thank You