Your Astrology Guru Lyrics
ପାଦ କହୁଚି ହେ କଳା ଠାକୁରେ
ସବୁଦିନ ଚାଲୁଥିବ ବଡ଼ଦାଣ୍ଡରେ
Pada Kahuchhi He Kala Thakure Your Astrology Guru Lyrics In Odia Language
ପାଦ କହୁଚି ହେ କଳା ଠାକୁରେ
ସବୁଦିନ ଚାଲୁଥିବ ବଡ଼ଦାଣ୍ଡରେ
ହାତ କହୁଚି ହେ କଳା ଠାକୁରେ
ଦୀପ ଜାଳୁଥିବ ନିତି ଶିରୀମନ୍ଦିରେ
କଳା ଠାକୁରେ
ପାଦର ଗହଣା ତୀର୍ଥ ଭ୍ରମଣ
ହାତ ଗହଣା ଶ୍ରୀପାଦ ସେବନ
ନାସାର ଗହଣା ଧୂପ ଆଘ୍ରାଣ
ଆଖିର ଗହଣା ପ୍ରଭୁ ଦର୍ଶନ
ଆଖି କହୁଚି ହେ କଳା ଠାକୁରେ
ଲାଗି ରହିଥିବ ନିତି ଚକା ଆଖିରେ
ତୁଣ୍ଡ କହୁଚି ହେ କଳା ଠାକୁରେ
ତୁମ ନାମ ଭଜୁଥିବ ସିଂହ ଦୁଆରେ
କଳା ଠାକୁରେ
ତୁଣ୍ଡର ଗହଣା ନାମ ଭଜନ
କାନର ଗହଣା ନାମ ଶ୍ରବଣ
ମଥାର ଗହଣା ଚିତା ଚନ୍ଦନ
ଦେହର ଗହଣା ଭାବ ବସନ
ଦେହ କହୁଚି ହେ କଳା ଠାକୁରେ
ଜଳି ଯିବ ବୋଲି ଥରେ ସ୍ୱର୍ଗ ଦୁଆରେ
ଆତ୍ମା କହୁଚି ହେ କଳା ଠାକୁରେ
ମୋକ୍ଷ ପାଇଯିବ ବୋଲି ବୈକୁଣ୍ଠପୁରେ
ପାଦ କହୁଚି ହେ କଳା ଠାକୁରେ
ସବୁଦିନ ଚାଲୁଥିବ ବଡ଼ଦାଣ୍ଡରେ
ହାତ କହୁଚି ହେ କଳା ଠାକୁରେ
ଦୀପ ଜାଳୁଥିବ ନିତି ଶିରୀମନ୍ଦିରେ
କଳା ଠାକୁରେ କଳା ଠାକୁରେ
କଳା ଠାକୁରେ କଳା ଠାକୁରେ
Pada Kahuchhi He Kala Thakure Your Astrology Guru Lyrics In Odia Language
Thank You