Loading...

299 Big Street, Govindpur, India

Open daily 10:00 AM to 10:00 PM

ନୈରୁତକୋଣ ଦ୍ଵାର- ନୈରୁତକୋଣରେ ମୁଖ୍ୟ ଦ୍ଵାର ଅଛି କି ? ତେବେ ନିଶ୍ଚୟ ଦେଖନ୍ତୁ

ନୈରୁତକୋଣ ଦ୍ଵାର = ନୈରୁତକୋଣରେ ସଡ଼କ ଥିଲେ ଗୃହ ନୈରୁତକୋଣରେ ଦ୍ଵାରକରିବାକୁ ପଡିଥାଏ । ଏଭଳି ବାସ୍ତୁରେ ଗୃହ ନିର୍ମାଣ କରିବା ବେଳେ ବାସ୍ତୁ ନିୟମ ପାଳନ କରିବା ସହିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବେ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ନୈରୁତକୋଣ ଦ୍ଵାର ଅତ୍ୟନ୍ତ ଅଶୁଭ ହୋଇଥିବାରୁ ଏବଂ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ ।

ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା । ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ । ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ, ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ ।

ନୈରୁତକୋଣ ଦ୍ଵାର = ୧-ଗନ୍ଧର୍ବ- ମଧ୍ୟମ । ୨-ଭୃଙ୍ଗରାଜ- ମଧ୍ୟମ । ୩-ମୃଗ- ମଧ୍ୟମ । ୪- ପିତୃ- ମଧ୍ୟମ । ୫- ପିତୃ- ପୁତ୍ର ପୀଡା । ୬- ଦୌବାରିକ -ପୁତ୍ର ବୃଦ୍ଧି । ୭- ସୁଗ୍ରୀବ- ପୁତ୍ର ଧନହାନୀ । ୮- ପୁଷ୍ପ ଦନ୍ତ -ପୁତ୍ର ବୃଦ୍ଧି । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । ନୈରୁତ କୋଣରେ ଦ୍ଵାର କରିବାକୁ ପଡୁଥିବା ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ଦକ୍ଷିଣଦିଗରୁ ପଶ୍ଚିମଦିଗ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ଆଠ ଭାଗ କଲା ପରେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ, ଷଷ୍ଠ, ଓ ଅଷ୍ଟମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ସାଧାରଣ ଶୁଭ ଫଳ ମିଳିଥାଏ । ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ରୋଗରେ ଘାଣ୍ଟି ହେବେ, ଧନହାନୀ ଘଟିବ ଓ ଗୃହର ଶାନ୍ତି ନଷ୍ଟ ହେବ । ବାରମ୍ବାର ଘରୁ ଚୋରିହେବ, ଦୁଃଖ ଶୋକରେ ଦିନ କଟେ । ଗୃହ ବିକ୍ରି ହୋଇଯାଏ, ଉଜୁଡ଼ିଯାଏ କିମ୍ବା ଅନ୍ୟର ସମ୍ପତ୍ତି ହୋଇଯାଏ ।

ବିଭିନ୍ନ ବାଧା ପହଞ୍ଚିବ । ଶୁଭକାରକ ତଥ୍ୟ:- ୧ । ନୈଋତ ଦିଗ ଉଚ୍ଚା, ଓଜନଦାର ଓ ପରିଷ୍କାର ରଖିଲେ ଭାଗ୍ୟ ଉଦୟ ହେବା ସହ ଯଶ ଓ ସମୃଦ୍ଧି ପ୍ରାପ୍ତ ହୁଏ । ୨ । ଗୃହ ସ୍ୱାମୀ ଐଶାନ୍ୟ ଓ ନୈଋତ ଦିଗକୁ ଶୁଦ୍ଧ ରଖିପାରିଲେ ଭୋଗ ଓ ଭାଗ୍ୟର ବୃଦ୍ଧି ଘଟେ । ୩ । ନୈଋତ ଦିଗରେ ମୁଖ୍ୟ ଦ୍ୱାର କଲେ ଦକ୍ଷିଣ ଓ ପଶ୍ଚିମ ଦିଗର ଆଖପାଖରେ ବଡ଼ ବଡ଼ ଗଛଥିଲେ ତାହା କାଟିବେ ନାହିଁ । ଏସବୁ ଗଛ କାଟିଦେଲେ ଧନହାନୀ ଘଟେ ଓ ଯଶ ନଷ୍ଟ ହୁଏ । ୪ । ନୈଋତ ଦିଗରେ ଉଚ୍ଚା ମଣ୍ଡପ ତିଆରି କରିବା ଉନ୍ନତି କାରକ ଅଟେ । ୫ । ନୈଋତ ଦିଗରେ ଖାଲ, ନାଳ ଆଦି ଥିଲେ ଓ ତାହା ମାଟି ଭରିବା ଦରକାର କରୁଥିଲେ, ଶୀଘ୍ରମାଟି ଭରିବା ଦରକାର । ଅଶୁଭକାରକ ତଥ୍ୟ:-୧ । ନୈଋତ ଦିଗ କଦାପି ନୀଚା ରଖିବେ ନାହିଁ । ଏଭଳି କଲେ ବିକାର, ଅଜଣାବ୍ୟାଧିର ସମ୍ମୁଖୀନ ହେବାକୁ ପଡ଼େ । ୨ । ନୈଋତ ଦିଗରେ ମୁଖ୍ୟ ପ୍ରବେଶଦ୍ୱାର କରିବେ ନାହିଁ, ଏଭଳି କଲେ ଅପଯଶ, ଜେଲ, ଦୁର୍ଘଟଣା, ଆତ୍ମହତ୍ୟାଭଳି ବିପଦ ଦେଖାଦିଏ । ୩ ।

ନୈଋତ ଦିଗରେ ଗାଧୁଆଘର ଓ ଶୌଚାଳୟ ତିଆରି କରି ପାରିବେ । ୪ । ନୈଋତ ଦିଗରେ କୌଣସି ପ୍ରକାର ବାସ୍ତୁଦୋଷ ରଖିବେ ନାହିଁ । ୫ । ନୈଋତ ଦିଗରେ ଶିଡିଘର ନିଶ୍ଚୟ କରନ୍ତୁ ଏବଂ ଶିଡିଘରର ଦ୍ୱାର ଛାତ ଉପରେ ପଶ୍ଚିମ ଦିଗରେ କରନ୍ତୁ ନାହିଁ । ଐଶାନ୍ୟ କୋଣରେ କୂଅ ନିଶ୍ଚୟ କରନ୍ତୁ । ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ସପ୍ଲାଇ, ପ୍ଲାଷ୍ଟିକ, ଅଫିସ୍, ସାନିଟାରି, ଲୁହାଲକଡି, କୋଇଲା, କୁକୁଡା, ଛେଳି, ଘୁଷୁରି, ଗନ୍ଧତେଲ, ଗାଡିମୋଟର, ପଥରମୂର୍ତ୍ତି, ସମସ୍ତ ପ୍ରକାରପଥର ଓ ଲୁହାଦ୍ରବ୍ୟ, କଳକାରଖାନା, ଅଗରବତୀ, ଚାନ୍ଦି ଓ ଚମଡାଦ୍ରବ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ ଓ ସମସ୍ତ ବ୍ୟବସାୟ କେନ୍ଦ୍ର ମଧ୍ୟ କରି ପାରିବେ ।

ଏହାର ବ୍ୟତିକ୍ରମରେ ଗୃହ ନିର୍ମାଣ କରିଥିଲେ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ଗୃହରେ ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ତେଜଣା ପାଇଁ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଆଙ୍ଗୁଠିମୋଟର ବଳୀତା ପକାଇ ଦୀପ ଜାଳିବେ ଦିନକୁ ଥରେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋଷ ଖଣ୍ଡନ ହେବ । ଏହି ଯନ୍ତ୍ର ପାଖରେ ୧ଠଠ ଦିନ ପର୍ଯ୍ୟନ୍ତ ଦୀପ ଜାଳିଲା ପରେ ଯନ୍ତ୍ର କାର୍ଯ୍ୟକାରୀ ହେବ ଏବଂ ୧୦୦ଦିନ ପରେ ପ୍ରତ୍ୟେକ ମାସର ଆମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ ଓ ଚତୁର୍ଥୀ ତିଥିରେ ସାମାନ୍ୟ ତେଲ ଦେଇ ଦୀପ ଜାଳିବାକୁ ପଡିବ । ଅଶୌଚ ସମୟରେ ଦୀପ ଦେବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00