Loading...

299 Big Street, Govindpur, India

Open daily 10:00 AM to 10:00 PM

ପୂର୍ବମୁଖୀ ଭବନ – ପୂର୍ବଦିଗରେ ମୁଖ୍ୟ ଦ୍ଵାର ଥିଲେ ନିଶ୍ଚୟ ଦେଖନ୍ତୁ, ଶୁଭ ନା ଅଶୁଭ- Vastu Shastra

ପୂର୍ବମୁଖୀ ଭବନ – ପୂର୍ବଦିଗରେ ସଡ଼କ ଥିଲେ, ଗୃହ ପୂର୍ବାଭିମୁଖୀ କରିବାକୁ ପଡିଥାଏ । ଏଭଳି ଭୂଖଣ୍ଡରେ ଗୃହନିର୍ମାଣ କରିବାବେଳେ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ସହିତ ନିମ୍ନଲିଖିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବା ଉଚିତ୍ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ପୂର୍ବଦ୍ଵାର ଅତ୍ୟନ୍ତ ଶୁଭ ହୋଇଥିଲେ ମଧ୍ୟ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ । ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା ।

ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ । ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ,ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ ।

ଷୋହଳ ଗୃହର ନାମ କୁହାଯାଏ । ଷୋହଳ ଗୃହର ନାମ- ଧୃବ, ଧାନ୍ୟ, ଜୟ, ନନ୍ଦ, ସ୍ଵର, କାନ୍ତ, ମନୋରମ, ସୁବକ, ଦୁର୍ମୁଖ, କୃର, ବିପତ, ଧନଦ, କ୍ଷୟ, ଆକ୍ରନ୍ଦ, ବିପୁଳ ଓ ବିଜୟ ଅଟେ । ଏହି ନାମ ଦ୍ଵାରା ହିଁ ଫଳ ହୋଇଥାଏ । ପୂର୍ବ = ୧-ଶିଖୀ- ଅଗ୍ନି ଭୟ । ୨-ପର୍ଜନ୍ୟ- ଲକ୍ଷ୍ମୀବାସ । ୩-ଜୟ- ଧନ ବୃଦ୍ଧି । ୪-ଇନ୍ଦ୍ର କ୍ରୋଧ ବୃଦ୍ଧି । ୫-ସୂର୍ଯ୍ୟ-ବା ମହେନ୍ଦ୍ର- ସର୍ବଶୁଭ । ୬-ସତ୍ୟ- ସାଧାରଣ ସୁଖ । ୭-ଭୃଶ- କଷ୍ଟ । ୮-ଆକାଶ- ଚୋର ଭୟ । ୯-ବାୟୁ-ଭୟ । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । କିନ୍ତୁ, ସବୁ କ୍ଷେତ୍ର ପାଇଁ ଏହା ସମ୍ଭବ ନୁହେଁ । ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ଐଶାନ୍ୟ କୋଣରୁ ଅଗ୍ନି କୋଣ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ନ ଭାଗ କଲା ପରେ ଦ୍ଵିତୀୟ, ତୃତୀୟ, ପଞ୍ଚମ ଓ ଷଷ୍ଠ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ।

ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ଐଶାନ୍ୟ କୋଣର ପ୍ରଥମ ଭାଗରେ ଘରର ସଦସ୍ୟ ଅଗ୍ନିଭୟ ପାଇବା ସହ ଆକସ୍ମିକ ଦୁର୍ଘଟଣାର ଶିକାର ହୁଅନ୍ତି, ଦ୍ଵିତୀୟରେ ସନ୍ତାନ ମାନଙ୍କର ଉନ୍ନତି ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତି ଓ ସୁଖ, ଶାନ୍ତି ସେ ଗୃହରେ ବିରାଜ ମାନ କରେ । ତୃତୀୟ ଭାଗରେ ବିଦ୍ୟା, ବୁଦ୍ଧି, ଯଶ ମାନ, ପ୍ରତିଷ୍ଠା, ପତିପ୍ରତ୍ତି, ଧନରତ୍ନ ଆଦି ଲାଭ ହୁଏ । ଚତୁର୍ଥ ଭାଗରେ ଆକସ୍ମିକ ଦୁଃଖକଷ୍ଟ ଭୋଗ କରିବାକୁ ପଡେ । ପଞ୍ଚମରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଷଷ୍ଠଭାଗରେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ସପ୍ତମ ଭାଗରେ କର୍ମ ବ୍ୟବସାୟ ନାଶ, ଶତୃ ବୃଦ୍ଧି, ରୋଗ ଋଣରେ ପୀଡ଼ିତ ହୁଅନ୍ତି ।

ଅଷ୍ଟମ ଭାଗରେ ବାରମ୍ବାର ଘରୁ ଚୋରିହେବ, ଦୁଃଖ ଶୋକରେ ଦିନ କଟେ । ନବମ ଭାଗରେ ଦାଂପତ୍ୟ ସୁଖ ହାନୀ, ଶୋକାତୁର, ଅନାଟନ ଦୁଃଖ ଦୈନତା ଭିତରେ ଦିନ କାଟିବାକୁ ପଡ଼େ । ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ହୋଟେଲ, ଅଫିସ୍, ରେଶମୀବସ୍ତ୍ର, ଅଗରବତୀ, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି ଓ ଖାଦ୍ୟଦ୍ରବ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ ଓ ବିୟୁଟି ପାର୍ଲର ମଧ୍ୟ କରି ପାରିବେ । ଅଶୁଭକାରକ ତଥ୍ୟ : ୧ । ପୂର୍ବଦିଗର ଜାଗା, ଗୃହର ପୂର୍ବଭାଗ ଓ ପୂର୍ବଭାଗରେ ଥିବା ବରଣ୍ଡା ଉଚ୍ଚା ରଖିବେ ନାହିଁ । ଏପରି କଲେ ଅର୍ଥାଭାବ ଦେଖାଦେବ । ସନ୍ତାନ ଅସୁସ୍ଥ ଓ ମନ୍ଦବୁଦ୍ଧି ହେବେ । ୨ । ପୂର୍ବ-ଉତ୍ତର ଦିଗରେ ଖୋଲାସ୍ଥାନ ନରଖିଲେ ସନ୍ତାନ କଷ୍ଟ କିମ୍ବା ସନ୍ତାନ ମାନେ ବିକଳାଙ୍ଗ ହେବେ । ୩ ।

ପୂର୍ବ ଦିଗରେ ମୁଖ୍ୟଦ୍ୱାର ରଖି ପଶ୍ଚିମ ଦିଗରେ ଅଧିକ ଖୋଲାସ୍ଥାନ ରଖିଲେ ଗୃହସ୍ୱାମୀ ରୋଗରେ ପୀଡିତ ହେବେ । ୪ । ଗୃହର ପୂର୍ବ-ଦକ୍ଷିଣ (ଆଗ୍ନେୟ) କୋଣରେ କୌଣସି ଦ୍ୱାର ରଖିବା ଅତ୍ୟନ୍ତ ଅଶୁଭ । ଏଭଳି ଦ୍ୱାର ରଖିଲେ ମୋକଦ୍ଦମା, ଅର୍ଥାଭାବ, ଚୋର ଓ ଅଗ୍ନିଭୟ ଲାଗି ରହିବ । ୫ । ପୂର୍ବଭାଗ ଓ ଐଶାନ୍ୟ କୋଣ ପରିଷ୍କାର, ପରିଚ୍ଛନ ଓ ପବିତ୍ର ରଖିବା ଉଚିତ୍ । ଏଠାରେ କୁଣ୍ଡା, ପଥର ଓ ମାଟି ଆଦି ଜମା କରି ରଖିଲେ ଧନ ଓ ସନ୍ତାନରେ କ୍ଷତି ପହଞ୍ଚେ । ୬ । ପୂର୍ବଭାଗ ଖାଲି ନରହିବା ଓ ପଶ୍ଚିମଭାଗ ନୀଚା ରହିବା ଦ୍ୱାରା ଗୃହସ୍ୱାମୀ ନେତ୍ରରୋଗ, ପକ୍ଷାଘାତ ଆଦି ରୋଗଦ୍ୱାରା ପୀଡ଼ିତ ରହିବେ ।

୭ । ଗୃହର ମୁଖ୍ୟଦ୍ୱାର ପଟରୁ ଚାହିଁଲେ ପୂର୍ବ-ଉତ୍ତର ପଟ ପାଚେରି ଦକ୍ଷିଣ-ପଶ୍ଚିମପଟ ପାଚେରିଠାରୁ ନୀଚା ରହି ଥିବା ଦରକାର । ଏପରି ନ ହୋଇଥିଲେ ଅଶୁଭଫଳ ମିଳେ ଓ ସନ୍ତାନମାନେ ପୀଡିତ ରୁହନ୍ତି । ୮ । ଗୃହରେ ଭଡ଼ାଟିଆ ରଖିବାକୁ ଚାହିଁଲେ ତାଙ୍କୁ ଗୃହର ନୀଚା ଭାଗରେ ରଖି ନିଜେ ଉଚ୍ଚା ଭାଗରେ ରହିବା ଉଚିତ୍ । ଭଡ଼ାଟିଆ ନ ରଖିଲେ ନିଜେ ଉଚ୍ଚା ଭାଗରେ ରହିବା ସଙ୍ଗେ ସଙ୍ଗେ ନୀଚଭାଗକୁ ମଧ୍ୟ ବ୍ୟବହାର କରିବା ଆବଶ୍ୟକ । ଏହି ଅଂଶ ଖାଲି ରଖିଲେ ଅଜଣା ସମସ୍ୟା ମାନ ଘେରି ରହିବ । ଘରର ମୁଖ୍ୟ ଦ୍ଵାର କବାଟରେ ସ୍ଵସ୍ତିକ ଚିହ୍ନ କରିବା ଉଚିତ୍ । ଏହାଦ୍ଵାରା ନକରାତ୍ମକ ଊର୍ଜା ଘର ଭିତରକୁ ପ୍ରବେଶ କରିପାରେ ନାହିଁ । ଘରେ ଶାନ୍ତି ମଧ୍ୟ ମିଳିଥାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00