Loading...

299 Big Street, Govindpur, India

Open daily 10:00 AM to 10:00 PM

Vastu Tips:- ଯଦି ଘରେ ମନିପ୍ଳାଣ୍ଟ ଗଛ ଲଗାଇଛନ୍ତି ତେବେ ଏହି ନିୟମକୁ ନିଶ୍ଚୟ ପାଳନ କରନ୍ତୁ, ଚମକି ଉଠିବ ଭାଗ୍ୟ

ଘରକୁ ସୁନ୍ଦର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଘରେ ରଖନ୍ତି । ବାସ୍ତୁ ଦୋଷ ଦୂର କରିବା ପାଇଁ ଘର ଭିତରେ ଅନେକ ପ୍ରକାର ଗଛ ମଧ୍ୟ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ରରେ ଏକ ବିଶେଷ ଗଛର ଉଲ୍ଲେଖ ହୋଇଛି, ଯାହା କି ଘରର ସୁନ୍ଦରତାକୁ ବଢାଇଥାଏ । ଏହା ବ୍ୟତୀତ ଘରର ଉନ୍ନତି କରିବାରେ ଗଛର ଭୂମିକା ରହିଛି । ଏହା ହେଉଛି ମନିପ୍ଳାଣ୍ଟ । ଏହାକୁ ଘରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମନିପ୍ଳାଣ୍ଟ ଗଛର ବିଶେଷ ମହତ୍ଵ କୁହାଯାଇଛି । ଲୋକମାନେ ଏହି ମନିପ୍ଳାଣ୍ଟ ଗଛକୁ ଘରର ଯେ କୌଣସି ସ୍ଥାନରେ ରଖିଦିଅନ୍ତି ।

ବାସ୍ତୁ ଶାସ୍ତ୍ରରେ ମନିପ୍ଳାଣ୍ଟକୁ ଘରେ ଲଗାଇବାର ବିଶେଷ ନିୟମ ମଧ୍ୟ ଦିଆଯାଇଛି । ଯଦି ଆପଣ ଏହି ନିୟମକୁ ସଠିକ ଭାବରେ ପାଳନ କରି ଏହି ମନିପ୍ଳାଣ୍ଟ ଗଛକୁ ଲଗାଇବେ ତେବେ ଆପଣଙ୍କର ମଧ୍ୟ ଭାଗ୍ୟ ଜାଗି ଉଠିବ । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ମନିପ୍ଳାଣ୍ଟ ଘରର ଅଗ୍ନି କୋଣରେ ଲଗାଇବା ଉଚିତ୍ । ଏହା ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ ଓ ଆର୍ଥିକ ସ୍ଥିତିରେ ବହୁତ ଲାଭ ମିଳିଥାଏ । ମାନ୍ୟତା ଅଛି କି ମନିପ୍ଳାଣ୍ଟକୁ ଘରର ଦକ୍ଷିଣ ପୂର୍ବ ଦିଗରେ ରଖିବା ବହୁତ ଶୁଭ ହୋଇଥାଏ । ଦକ୍ଷିଣ ପୂର୍ବ ଦିଗ ଭଗବାନ ଶ୍ରୀ ଗଣେଶଙ୍କର ସ୍ଥାନ ଅଟେ । ଏହି ଦିଗରେ ମନିପ୍ଳାଣ୍ଟ ରଖିଲେ ଘରର ସଦସ୍ୟଙ୍କର ଭାଗ୍ୟ ପରିବର୍ତ୍ତନ ହୁଏ ଓ ଆର୍ଥିକ ଲାଭ ହୋଇଥାଏ ।

ଉତ୍ତର ପୂର୍ବ ଦିଗରେ କଦାପି ମନିପ୍ଳାଣ୍ଟ ରଖିବ ନାହିଁ । ଏହା ଦ୍ଵାରା ନକରାତ୍ମକ ଊର୍ଜା ବାସ ହୋଇଥାଏ । ଏହି ଦିଗର ପ୍ରତିନିଧିତ୍ଵ ଦେବଗୁରୁ ବୃହସ୍ପତି କରନ୍ତି । ଶୁକ୍ର ଓ ବୃହସ୍ପତି ପରସ୍ପର ବିରୋଧୀ ଅଟନ୍ତି । ଏହି କାରଣରୁ ଉତ୍ତର ପୂର୍ବ ଦିଗରେ ମନିପ୍ଳାଣ୍ଟ ଗଛ ଲଗାଇଲେ ଅଶୁଭ ହୋଇଥାଏ ।

ଘରର ପୂର୍ବ ଓ ପଶ୍ଚିମ ଦିଗରେ ମଧ୍ୟ ମନିପ୍ଳାଣ୍ଟ ଲଗାଇବ ନାହିଁ । ଏହି ଦିଗରେ ରଖିଲେ ପରିବାରର ସଦସ୍ୟଙ୍କର ମାନସିକ ଚିନ୍ତା ଦେଖାଦେବ । ମତଭେଦ ବୃଦ୍ଧି ପାଏ । ଏହା ବ୍ୟତୀତ ଧ୍ୟାନ ରଖିବାକୁ ହେବ ଯେ ମନିପ୍ଳାଣ୍ଟର ଡାଳ ଯେପରି ଭୂମିରେ ପଡୁ ନଥିବା । ଯଦି ଏହା ହେଉଥାଏ ତେବେ ଏହା ଅଶୁଭ ସଂକେତ ଅଟେ । ଏହା ଦ୍ଵାରା ଆର୍ଥିକ ହାନି ଓ ଘରର ସୁଖ ସମୃଦ୍ଧିରେ ବାଧା ଦେଖାଦେଇଥାଏ ।

ତେଣୁ ମନିପ୍ଳାଣ୍ଟର ଡାଳକୁ ଦଉଡି ବା ବାଡି ସାହାଯ୍ୟରେ ଉପରକୁ ଉଠାଇ ରଖିପାରିବେ । ଏଥିରେ ଆର୍ଥିକ ସ୍ଥିତିରେ ସୁଧାର ହେବ ଓ ଭାଗ୍ୟ ଶକରତ୍ମକକ ଊର୍ଜା ସୃଷ୍ଟି ହେବ । ମନିପ୍ଳାଣ୍ଟ ଗଛରେ ପାଣି ଦେବା ସମୟରେ ସେହି ପାଣିରେ କିଛି କ୍ଷୀର ମିଶାଇବା ଉଚିତ୍ । ଏଥିରେ ଧନ ଅର୍ଜନ ହେବାର ସମ୍ଭାବନା ବଢିଯାଏ । ରବିବାର ଦିନ ଏହି ଗଛରେ ପାଣି ନଦେବା ଉଚିତ୍ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00