Loading...

299 Big Street, Govindpur, India

Open daily 10:00 AM to 10:00 PM

Vastu Tips- ଏହି ଗୋଟିଏ ଜିନିଷ ଆଣି ରଖି ଦିଅନ୍ତୁ ଆଲମୀରାରେ ହେବ ଧନର ବୃଦ୍ଧି, ରହିବ ନାହିଁ ଟଙ୍କାର ଅଭାବ

ଟଙ୍କା ପଇସା ଆଲମୀରାରେ ରଖାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆଲମୀରାର ସ୍ଥାନ କୁବେର ଦେବତାଙ୍କ ସ୍ଥାନ ଅଟେ । ଆଲମୀରାରେ ଧନର ଦେବୀ ମାତା ଲକ୍ଷ୍ମୀ ଦେବୀଙ୍କ ନିବାସ ସ୍ଥାନ ବୋଲି କୁହାଯାଏ । ସେଥିପାଇଁ ଆଲମୀରାକୁ ଶୁଭ ଦିଗ ଓ ସ୍ଥାନରେ ରଖିବା ଉଚିତ୍ । ମାନ୍ୟତା ଅନୁସାରେ ଆଲମୀରା ସହିତ ଜଡିତ କିଛି ବିଶେଷ ଉପାୟ କରିଲେ ଧନ ବୃଦ୍ଧି ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଧନ ବୃଦ୍ଧି ହେଉ ଓ ଘରେ ଧନ ଧାନ୍ୟ ପରିପୂର୍ଣ୍ଣ ରହୁ ତେବେ ଶନିବାର ଦିନ ଗୋଟିଏ ଓସ୍ତ ଗଛର ପତ୍ର ଆଣି ସେହି ପତ୍ରରେ ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ କରିବେ ଓ ପତ୍ରକୁ ଆଲମୀରାରେ ରଖିବେ ।

ଏହି ପ୍ରକ୍ରିୟା ୫ଟି ଶନିବାର କରିବାକୁ ହେବ । ଏହି ଉପାୟ ଦ୍ଵାରା ସବୁବେଳ ଧନ ବୃଦ୍ଧି ହୋଇଥାଏ । ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ବୃହସ୍ପତିଙ୍କ ସାମ୍ନାରେ ୭ଟି ହଳଦୀ ଖଣ୍ଡ ରଖି ଭଗବାନ ବିଷ୍ଣୁଙ୍କର ଯେ କୌଣସି ସିଦ୍ଧ ମନ୍ତ୍ର ୧୦୮ଥର ପଢି ଅଭିମନ୍ତ୍ରିତ କରିବା ପରେ ଟଙ୍କା ରଖୁଥିବା ସ୍ଥାନରେ ବା ଆଲମୀରାରେ ସେହି ୭ଟି ହଳଦୀ ଖଣ୍ଡ ରଖିବେ । ଏହି ଉପାୟ କରିଲେ ଆପଣଙ୍କ ଜୀବନରେ କଦାପି ଧନର ଅଭାବ ହେବ ନାହିଁ ।

ଧ୍ୟାନ ରଖିବାକୁ ହେବ ଯେ ଆଲମୀରାକୁ କେଉଁ ଦିଗ ବା ସ୍ଥାନରେ ରଖିବାକୁ ହେବ । ସେଥିପାଇଁ ଆଲମୀରାକୁ ସବୁବେଳେ ପଶ୍ଚିମ ଦିଗରେ ରଖିବେ, ଯେପରିକି ଆଲମୀରାର କବାଟ ପୂର୍ବ ଆଡକୁ ଖୋଲି ହେଉଥିବ । ଆଲମୀରାର କବାଟ କଦାପି ଦକ୍ଷିଣ ଦିଗ ପ୍ରତି ନ ଖୋଲିବା ଉଚିତ୍ ।

ଯେଉଁ ସ୍ଥାନରେ ଆଲମୀରା ରଖିଛନ୍ତି ସେହି ସ୍ଥାନକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ୍ । କାରଣ ସ୍ଵଚ୍ଛ ସ୍ଥାନରେ ହିଁ ମାତା ଲକ୍ଷ୍ମୀ ନିବାସ କରିଥାନ୍ତି । ଆଲମୀରା ବା ଯେଉଁଠାରେ ଟଙ୍କା ପଇସା ରଖୁଛନ୍ତି ସେହି ଆଲମୀରାର କବାଟ କଦାପି ୱାସରୁମ୍ ସାମ୍ନାରେ ନ ଖୋଲିବା ଉଚିତ୍ । ନଚେତ୍ ଧନ ସଞ୍ଚୟ କରିବାରେ ସମସ୍ୟା ଦେଖାଦିଏ ।

ଆଲମୀରା ବା ପର୍ସକୁ କଦାପି ପୁରା ଖାଲି କରିବେ ନାହିଁ । ଆଲମୀରାରେ ଏକ ଦର୍ପଣକୁ ମଧ୍ୟ ଲଗାଇବା ଦରକାର, ଯେପରିକି ଟଙ୍କା ପଇସାର ପ୍ରତିବିମ୍ବ ଦେଖାଯାଉଥିବ । ବାସ୍ତୁ ଅନୁସାରେ ଆଲମୀରା ଉପରେ ଯେ କୌଣସି ଓଜନିଆ ଜିନିଷ ରଖିବେ ନାହିଁ । ଏଥିରେ ଧନ ହାନି ହୋଇଥାଏ ।

ଆଲମୀରାର ଆଖ ପାଖରେ ବୁଢିଆଣୀ ଜାଲ ବା ଅଳନ୍ଦୁ ନ ଲାଗିବା ଉଚିତ୍ । ଯଦି ଲାଗିଥାଏ ତେବେ ତୁରନ୍ତ ସଫା କରିବା ଆବଶ୍ୟକ । ଏହା ସହିତ ଆଲମୀରା ବା ପର୍ସକୁ କଦାପି ଅସନା ହାତରେ ଖୋଲନ୍ତୁ ନାହିଁ । ଯେତେବେଳେ ଟଙ୍କା ରଖୁଛନ୍ତି ବା କାଢୁଛନ୍ତି ତେବେ ଚପଲ ପିନ୍ଧନ୍ତୁ ନାହିଁ ଓ ହାତ ସଫା କରି ଟଙ୍କା ରଖନ୍ତୁ ବା କାଢନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00