Loading...

299 Big Street, Govindpur, India

Open daily 10:00 AM to 10:00 PM

ସୂର୍ଯ୍ୟ ଗ୍ରହଙ୍କ ଗୋଚର:- ସୂର୍ଯ୍ୟ କର୍କଟ ରାଶିରେ ଗୋଚର ହେବା ଫଳରେ 3ହି 5ଟି ରାଶି ଜୀବନରେ ହେବ ବଡ ପରିବର୍ତ୍ତନ

କର୍କଟ ସଂକ୍ରାନ୍ତି ୨୦୨୧ ମସିହା ଜୁଲାଇ ମାସ ୧୬ ତାରିଖରେ ହୋଇଛି । ସୂର୍ଯ୍ୟ ବା ରବି ଗ୍ରହ କର୍କଟ ରାଶିରେ ପ୍ରବେଶକୁ କର୍କଟ ସଂକ୍ରାନ୍ତି କୁହାଯାଏ । ଧାର୍ମିକ ଓ ଜ୍ୟୋତିଷଙ୍କ ମତରେ ଏହି ସଂକ୍ରାନ୍ତିକୁ ବହୁତ ସ୍ଵତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ଦିନ ସୂର୍ଯ୍ୟ ବା ରବି ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ବା ରବି ଗ୍ରହ କର୍କଟ ରାଶିରେ ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବେ । ଏହି କର୍କଟ ସଂକ୍ରାନ୍ତି ଠାରୁ ଦକ୍ଷିଣାୟନ ସଂକ୍ରାନ୍ତ ଆରମ୍ଭ ହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ବା ରବି ଗ୍ରହ ଜଗତର ଆତ୍ମା ହୋଇଥାନ୍ତି ।

ସେ ଅନ୍ୟ ସବୁ ଗ୍ରହମାନଙ୍କର ରାଜା ଅଟନ୍ତି । ସୂର୍ଯ୍ୟ ବା ରବି ଗ୍ରହ ସିଂହ ରାଶିର ସ୍ଵାମୀ ଅଟନ୍ତି । ମେଷ ରାଶିରେ ଉଚ୍ଚ ଭାବରେ ଥିବା ବେଳେ ସେ ତୁଳା ରାଶିରେ ନିଚ୍ଚ ହୋଇଥାନ୍ତି । ସେହିପରି ଉଚ୍ଚ ଭାବରେ ରହିଥିବା ଗ୍ରହମାନେ ଅଧିକ ମଜବୁତ ଓ ଶକ୍ତିଶାଳୀ ହୋଇଥାନ୍ତି । ଯେବେ ନିଚ୍ଚ ଭାବରେ ରହିଥାନ୍ତି ତେବେ ଦୁର୍ବଳ ହୋଇଯାଆନ୍ତି । ସୂର୍ଯ୍ୟ ବା ରବି ଗ୍ରହ କର୍କଟ ରାଶିରେ ଗୋଚର ହେଲେ ଏହି ୪ଟି ରାଶିର ବ୍ୟକ୍ତିମାନଙ୍କର ଲାଭ ହେବ । ଆସନ୍ତୁ ଜାଣିବା ଏହି ରାଶି ଗୁଡିକ କଣ ।

ମେଷ ରାଶି-

ସୂର୍ଯ୍ୟ ବା ରବି ଗ୍ରହଙ୍କ ଗୋଚର ଫଳରେ ମେଷ ରାଶିର ବ୍ୟକ୍ତିମାନଙ୍କର ଭଲ ପରିଣାମ ମିଳିପାରେ । ସୁଖ ସୁବିଧାରେ ବୃଦ୍ଧି ହେବ । ଏହି ସମୟରେ କିଛି ଜାତକ ବ୍ୟକ୍ତିଙ୍କୁ ପୈତୃକ ସମ୍ପତ୍ତିର ଲାଭ ମିଳିପାରେ । ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବା । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀମାନେ ଭଲ ଫଳାଫଳ ପାଇବେ । ସରକାରୀ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ଭଲ ରହିବ । ଏହି ସମୟରେ ଯେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ ।

କନ୍ୟା ରାଶି-

ସୂର୍ଯ୍ୟ ବା ରବି ଗ୍ରହଙ୍କ ଗୋଚର ଫଳରେ କନ୍ୟା ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବୃଦ୍ଧି ହେବ । ଲାଭର ମାର୍ଗ ପ୍ରଶସ୍ତ ହେବ । ଚାକିରୀରେ ପଦୋନ୍ନତି ତଥା ନୂତନ ଚୁକ୍ତି ହେବାର ସମ୍ଭାବନା ରହିଛି । ବିଦେଶ ଭ୍ରମଣ କରିବାର ମଧ୍ୟ ପାଇପାରନ୍ତି । ଧର୍ମ କାର୍ଯ୍ୟରେ ଯୋଗ ଦେବେ । ପ୍ରତିଯୋଗୀତାରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ସମୟ ଭଲ ରହିବ । ଯଦି ବିଦେଶରେ ପାଠ ପଢିବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ସମୟ ଆବେଦନ ପାଇଁ ଅନୁକୂଳ ହେବ ।

ତୁଳା ରାଶି-

ସୂର୍ଯ୍ୟ ବା ରବି ଗ୍ରହଙ୍କ ଗୋଚର ଫଳରେ ତୁଳା ରାଶିର ବ୍ୟକ୍ତିମାନଙ୍କୁ ପ୍ରାଧାନ୍ୟ ଓ ମହାନ କରିବେ । ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ନାମ ଓ ପଦୋନ୍ନତି ହାସିଲ କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନେ ଲାଭବାନ ହେବେ । ଯେଉଁ ବ୍ୟକ୍ତିମାନେ ସରକାରୀ ଚାକିରୀ କରିବାକୁ ଚାହୁଁଛନ୍ତି ସେମାନେ ଭଲ ଖବର ଶୁଣିବାକୁ ପାଇବେ ।

ବିଛା ରାଶି-

ସୂର୍ଯ୍ୟ ବା ରବି ଗ୍ରହଙ୍କ ଗୋଚର ଫଳରେ ବିଛା ରାଶିର ବ୍ୟକ୍ତିମାନଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଲାଭ ହେବ । ବିବାହ ସମ୍ବନ୍ଧିତ କଥାବାର୍ତ୍ତାରେ ସାମାନ୍ୟ ବିଳମ୍ବ ହୋଇପାରେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିବାକୁ ଦିଅନ୍ତୁ ନାହିଁ । ସମନ୍ଵୟ ରକ୍ଷା କରନ୍ତୁ । ସରକାରୀ ବିଭାଗରେ ଅପେକ୍ଷା କରିଥିବା କାର୍ଯ୍ୟ ପୂରଣ ହେବ । ଯଦି ସରକାରୀ ଟେଣ୍ଡରରେ କୌଣସି ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗ ଅନୁକୂଳ ହେବ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00