Loading...

299 Big Street, Govindpur, India

Open daily 10:00 AM to 10:00 PM

Mars Transit 2021- ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ଏହି ୪ଟି ରାଶି ବ୍ୟକ୍ତିମାନଙ୍କର ବଦଳିଯିବ ଭାଗ୍ୟ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

୨୦୨୧ ମସିହା ଜୁଲାଇ ମାସ ୨୦ ତାରିଖରେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ଗୋଚର କରିବେ । ସିଂହ ରାଶିରେ ସେପ୍ଟମ୍ବର ମାସ ୬ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ୟୋତିଷ ଶା-ସ୍ତ୍ର ଅନୁସାରେ ୯ଟି ଗ୍ରହମାନଙ୍କର ନିଜର ସ୍ଵଭାବ ଓ ଅଲଗା ଅଲଗା କାରକ ତତ୍ଵ ରହିଛି । ବୈଦିକ ଜ୍ୟୋତିଷରେ ମଙ୍ଗଳ ଗ୍ରହ ଅନ୍ୟ ସବୁ ଗ୍ରହଙ୍କର ସେ-ନା-ପ-ତି-ର ମାନ୍ୟତା ପାଇଛନ୍ତି । ଏହା ସହିତ ମଙ୍ଗଳ ଗ୍ରହଙ୍କୁ ଭୂମି ପୁତ୍ର ମଧ୍ୟ କୁହାଯାଏ ।

ମଙ୍ଗଳ ଗ୍ରହ ଭୂମି, ର-କ୍ତ, ସୈ-ନ୍ୟ ଶ-କ୍ତି, ଯୁ-ଦ୍ଧ ଓ କ୍ରୋ-ଧ ଆଦିର କାରକ ଅଟନ୍ତି । ଜ୍ୟୋତିଷରେ କୁହାଯାଏ କି ଯେଉଁ ବ୍ୟକ୍ତିର ଜାତକ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଶୁଭଭାବରେ ରହିଥାନ୍ତି ସେହି ବ୍ୟକ୍ତି ବହୁତ ବୁଦ୍ଧିମାନ, ପ୍ରତାପୀ ଓ ଊର୍ଜାବାନ ହୋଇଥାନ୍ତି । ମଙ୍ଗଳ ଗ୍ରହଙ୍କୁ ମେଷ ଓ ବିଛା ରାଶିର ସ୍ଵାମୀ କୁହାଯାଏ । ମଙ୍ଗଳ ଗ୍ରହ କର୍କଟ ରାଶିରେ ନୀଚ ଓ ମକର ରାଶିରେ ଉଚ୍ଚ ରାଶି ହୋଇଥାନ୍ତି । ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରିଛନ୍ତି ତେଣୁ ଏହି ୪ଟି ରାଶିର ଲୋକମାନଙ୍କୁ ଶୁଭ ପରିଣାମ ମିଳିବାର ସମ୍ଭାବନା ରହିଛି ।

ବୃଷ ରାଶି-

ଏହି ରାଶିର ଜାତକ ବ୍ୟକ୍ତିମାନଙ୍କର କର୍ମକ୍ଷେତ୍ରରେ ଲାଭ ମିଳିପାରେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ହେବ । ଏହି ସମୟରେ ଧନ ଲାଭ ମଧ୍ୟ ହୋଇପାରେ । କିନ୍ତୁ ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନରେ ଉତ୍ଥାନ ପତ୍ତନର ସ୍ଥିତି ଲାଗି ରହିବ । ଜୀବନସାଥୀଙ୍କ ପ୍ରେମ ଓ ଝ-ଗ-ଡା ଦୁଇଟିକୁ ଅନୁଭବ କରିପାରିବେ ।

ମିଥୁନ ରାଶି-

ଏହି ରାଶିର ଜାତକ ବ୍ୟକ୍ତିମାନଙ୍କର ଭାଗ୍ୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଭାଗ୍ୟର ସମର୍ଥନ ପାଇବେ । ଚାକିରୀ ଓ ବ୍ୟବସାୟ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ପାରିବାରିକ ଜୀବନ ସୁଖଦ ହେବ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଧନ୍ୟ କରିପାରେ । ସମାଜରେ ମାନ ସମ୍ମାନ ବଢିବ ।

ବିଛା ରାଶି-

ଏହି ରାଶିର ଜାତକ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚର ହେତୁ ଲାଭ ପ୍ରାପ୍ତି ହେବ । ସମାଜରେ ଖ୍ୟାତି ବଢିବ । କର୍ମକ୍ଷେତ୍ରରେ ପରିସ୍ଥିତି ଭଲ ରହିବ । ଜୀବନସାଥୀ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ । ମାନ ସମ୍ମାନରେ ବୃଦ୍ଧି ହେବ । କିନ୍ତୁ ଏହି ସମୟରେ କର୍ମକ୍ଷେତ୍ରରେ ବା-ଦ ବି-ବା-ଦ ଠାରୁ ଦୂରେଇ ରହିବା ଉଚିତ୍ ।

କୁମ୍ଭ ରାଶି-

ଏହି ରାଶିର ଜାତକ ବ୍ୟକ୍ତିମାନଙ୍କର ମଙ୍ଗଳ ଗ୍ରହ ଗୋଚର ହେତୁ ଅନେକ କ୍ଷେତ୍ରରେ ଲାଭଦାୟକ ହୋଇପାରେ । ବ୍ୟବସାରେ ଲାଭ ହେବ । ଆର୍ଥିକ ଅବସ୍ଥା ମଜବୁତ ରହିବ । ବିଭିନ୍ନ ଉତ୍ସରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ଭଲରେ ସମୟ ବିତେଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00