Loading...

299 Big Street, Govindpur, India

Open daily 10:00 AM to 10:00 PM

ବୁଧ ଗୋଚର:- ମିଥୁନ ରାଶିରେ ବନୁଛି ବୁଧାଦିତ୍ୟ ଯୋଗ, ଏହି ୫ଟି ରାଶି ବ୍ୟକ୍ତିଙ୍କର ବଦଳିଯିବ ଭାଗ୍ୟ

ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି, ତର୍କ ବିତର୍କ ଓ ମିତ୍ର କାରକ ଗ୍ରହ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବି ଓ ଶୁକ୍ର ବୁଧଗ୍ରହଙ୍କର ମିତ୍ର ଗ୍ରହ ହୋଇଥାନ୍ତି । ସେହିପରି ଚନ୍ଦ୍ର ଓ ମଙ୍ଗଳ ବୁଧଗ୍ରହଙ୍କର ଶତୃ ଗ୍ରହ ହୋଇଥାନ୍ତି । ସବୁ ଗ୍ରହଙ୍କର ସେନାପତିର ଦର୍ଜା ପ୍ରାପ୍ତ ପାଉଥିବା ବୁଧଗ୍ରହ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ରାଶି ପରିବର୍ତ୍ତନ କରୁଛନ୍ତି । ବୁଧଗ୍ରହ ମିଥୁନ ରାଶିରେ ଗୋଚର ହେଉଥିବାରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ ।

ରବିଙ୍କ ସହିତ ଯୁକ୍ତ ହୋଇ ବୁଧଗ୍ରହ ମିଥୁନ ରାଶିରେ ଗୋଚର ହେଉଥିବାରୁ ଏହି ବୁଧାଦିତ୍ୟ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଥିବାରୁ କେତେକ ରାଶିର ବ୍ୟକ୍ତି ମାନଙ୍କର ଉନ୍ନତି, ସୁଖ ସମୃଦ୍ଧି ଓ ଧନ ଲାଭ ହୋଇପାରେ । ଜୁଲାଇ ୭ତାରିଖରେ ବୁଧଗ୍ରହ ଘଣ୍ଟା ୧୧ଟା ୯ମିନିଟ୍ ରେ ରାଶି ପରିବର୍ତ୍ତନ କରିବେ । ତେବେ ଆସନ୍ତୁ ଜାଣିବା ଏହି ବୁଧାଦିତ୍ୟ ଯୋଗ କଣ ଓ ଏହାର ମହତ୍ଵ ବିଷୟରେ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କ ମହତ୍ଵ-

ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି, ତର୍କ ବିତର୍କ ଓ ମିତ୍ର କାରକ ଗ୍ରହ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ରବି ଓ ଶୁକ୍ର ବୁଧଗ୍ରହଙ୍କର ମିତ୍ର ହୋଇଥାନ୍ତି । ସେହିପରି ଚନ୍ଦ୍ର ଓ ମଙ୍ଗଳ ବୁଧଗ୍ରହଙ୍କର ଶତୃ ଗ୍ରହ ହୋଇଥାନ୍ତି । ଯେଉଁମାନଙ୍କର ଜାତକ କୁଣ୍ଡଳୀରେ ବୁଧଗ୍ରହ ଲଗ୍ନ ଭାବରେ ରହିଥାନ୍ତି ସେହି ବ୍ୟକ୍ତି ଆକର୍ଷକ, ସ୍ଵଭାବରେ ତର୍କସଂଗତ ଓ କୁଶଳ ବକ୍ତା ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ସୂର୍ଯ୍ୟଙ୍କ ସହିତ ସମାନ ତେଜସ୍ଵୀ ଦିବ୍ୟ ପୀତାମ୍ବରଧାରୀ, ସଂପୂର୍ଣ୍ଣ ଆଭୁଷଣରେ ବିଭୂଷିତ, ଅର୍ଥଶାସ୍ତ୍ର ଜ୍ଞାତା, ଉତ୍କୃଷ୍ଟ ବୁଦ୍ଧି ସମ୍ପନ୍ନ, ମଧୁର ବାଣୀ କହୁଥିବା ମହାନ ଗଣିତଜ୍ଞ ବୋଲି କୁହାଯାଏ । ମିଥୁନ ଓ କନ୍ୟା ରାଶିର ସ୍ଵାମୀ ବୁଧ ମୀନ ରାଶିରେ ନିଚ୍ଚ ଓ କନ୍ୟା ରାଶିରେ ଉଚ୍ଚ ସଜ୍ଞକ କୁହାଯାଏ । ରବିଙ୍କ ସହିତ ବୁଧ ଯୁକ୍ତ ହୋଇଥିବାରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବି ଓ ବୁଧଙ୍କ ଦ୍ଵାରା ବୁଧାଦିତ୍ୟ ଯୋଗ ସୃଷ୍ଟି ଅଥବା ପୂର୍ଣ୍ଣ ଫଳୀଭୂତ ହେବା ପାଇଁ ରବି ଓ ବୁଧଙ୍କର ଦୂରତା ୧୦ଅଂଶ ଠାରୁ ଅଧିକ ହେବା ଉଚିତ୍ । ଜାତକ କୁଣ୍ଡଳୀରେ ଯଦି ରବି ଓ ବୁଧଗ୍ରହ ଏକତ୍ର ଥିବେ ତେବେ ଏହି ଯୋଗ ସୃଷ୍ଟି ହୋଇଥାଏ । ଯାହାକି ବହୁତ ଶୁଭ ଫଳଦାୟି ହୋଇଥାଏ । ଏହି ଯୋଗରେ ଜନ୍ମ ହେଉଥିବା ବ୍ୟକ୍ତି ବିଦ୍ୟାବାନ, ଧନୀ, ମାନି ଓ ଯଶସ୍ଵୀ ହୋଇଥାନ୍ତି । କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଜାତକ ବିଚାର କରିବା ସମୟରେ ରବି ଓ ବୁଧଙ୍କର ଦୂରତାକୁ ମଧ୍ୟ ଦେଖିବା ଉଚିତ୍ ।

ବୁଧାଦିତ୍ୟ ଯୋଗରେ ଏହି ରାଶିର ବ୍ୟକ୍ତିଙ୍କର ଲାଭ-

ରବି ଓ ବୁଧଗ୍ରହ ଯୁକ୍ତ ହୋଇ ବୁଧାଦିତ୍ୟ ଯୋଗ ସୃଷ୍ଟି ହେଉଥିବାରୁ ମିଥୁନ, କର୍କଟ, ତୁଳା, ବିଛା, ଓ ଧନୁ ରାଶିର ବ୍ୟକ୍ତିମାନଙ୍କୁ ବିଶେଷ ଲାଭ ମିଳିବ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00