Loading...

299 Big Street, Govindpur, India

Open daily 10:00 AM to 10:00 PM

କ’ଣ ବର୍ଷା ପାଣି ଦ୍ଵାରା କରଜରୁ ମୁକ୍ତି ମିଳି ପାରିବ ? Vastu Tips

୧- କୁହାଯାଏ କି ଯଦି କରଜରୁ ମୁକ୍ତି ମିଳୁନାହିଁ ତେବେ ବର୍ଷା ହେବା ସମୟରେ ଗୋଟିଏ ବାଲ୍ଟିରେ ବର୍ଷାପାଣି ଭର୍ତ୍ତି କରି ପାଣିରେ କିଛି କ୍ଷୀର ମିଶାଇ ରଖନ୍ତୁ । ସବୁଦିନ ଭଗବାନଙ୍କୁ ସ୍ମରଣ କରି ସେହି ପାଣିରୁ କିଛି ନେଇ ଗାଧୋଇବେ । ଏଥିରେ କରଜରୁ ମୁକ୍ତି ପାଇବେ । ୨- ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ ଏକ ପିତ୍ତଳ ଲୋଟାରେ ବର୍ଷା ପାଣି ଭର୍ତ୍ତି କରି ରଖିବେ । ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଏକାଦଶୀ ଦିନ ସେହି ବର୍ଷା ପାଣିରେ ଅଭିଷେକ କରିବେ । ଏଥିରେ ବ୍ୟବସାୟରେ କ୍ଷତି ହେବ ନାହିଁ ଓ ଭଲ ଲାଭ ହେବ ।

୩- ମାନ୍ୟତା ଅନୁସାରେ ଯଦି ଆର୍ଥିକ ଚିନ୍ତା ଲାଗିରହୁଛି ତେବେ ଏକ ମାଟି ପାତ୍ରରେ ବର୍ଷା ପାଣି ଭର୍ତ୍ତି କରି ଐଶାନ୍ୟ କୋଣ ବା ଉତ୍ତର ଦିଗରେ ରଖି ଦିଅନ୍ତୁ । ଏହିପରି କରିଲେ ଆର୍ଥିକ ଚିନ୍ତା ଦୂର ହୋଇଯାଏ । ୪- ଗୋଟିଏ ଯେ କୌଣସି ପାତ୍ରରେ ବର୍ଷା ପାଣି ଆଣି ଛାତ ଉପରେ ଖରାରେ ରଖିଦେବେ । ସେହି ପାଣିକୁ ନିଜର ଇଷ୍ଟଦେବଙ୍କ ନାମ ଜପ କରି ଆମ୍ବ ଗଛର ପତ୍ରରେ ଛିଞ୍ଚି ଦିଅନ୍ତୁ । ଏହି ଉପାୟରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନର ଅଭାବ ଦୂର କରିଥାନ୍ତି ।

୫- ଯଦି ବିବାହରେ ବାଧା ସୃଷ୍ଟି ହେଉଛି ତେବେ ବର୍ଷାପାଣିକୁ ରଖି ସେହି ପାଣିରେ ଭଗବାନ ଶ୍ରୀ ଗଣେଶଙ୍କର ଜଳାଭିଷେକ କରନ୍ତୁ । ୬- ଯଦି ଯେ କୌଣସି ପ୍ରକାର ରୋଗ ବା ଅନ୍ୟ କିଛି ବାଧା ହେଉଛି ତେବେ ବର୍ଷାପାଣିକୁ ରଖି ସେହି ପାଣିରେ ଭଗବାନ ଶିବଙ୍କର ଜଳାଭିଷେକ କରିବା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବେ ।

୭- ଯଦି ଘରେ କୌଣସି ନକରାତ୍ମକ ଶକ୍ତି ରହିଛି ବୋଲି ଅନୁଭବ କରୁଛନ୍ତି, ଯାହା ଦ୍ଵାରା କରଜ ଆଦି ପରି ସବୁ ଚିନ୍ତା ସୃଷ୍ଟି ହେଉଛି ତେବେ ଯେ କୌଣସି ପାତ୍ରରେ ବର୍ଷା ପାଣି ଭର୍ତ୍ତିକରି ଭଗବାନ ଶ୍ରୀ ହନୁମାନଙ୍କ ସାମ୍ନାରେ ରଖିଦିଅନ୍ତୁ । ପ୍ରତିଦିନ ହନୁମାନ ଚାଳିଶା ୫୧ଦିନ ପର୍ଯ୍ୟନ୍ତ ପାଠ କରନ୍ତୁ । ଏହାପରେ ସେହି ପାଣିକୁ ଆଣି ଘରର ସବୁଆଡେ ଛିଞ୍ଚି ଦିଅନ୍ତୁ । ଏଥିରେ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00