Loading...

299 Big Street, Govindpur, India

Open daily 10:00 AM to 10:00 PM

କେଉଁ ଦିଗରେ କରିବେ ପୂଜା ଘର ନିର୍ମାଣ, ଧ୍ୟାନରେ ରଖନ୍ତୁ ଏହି ୭ଟି କଥା- Vastu Tips

ଆମେ ଯେଉଁ ଘରେ ରହିଥାଉ ସେହିଘରେ ଭଗବାନଙ୍କ ପାଇଁ ଏକ ପୂଜାସ୍ଥାନ ନିର୍ମାଣ କରିବା ନିଶ୍ଚିତ ଆବଶ୍ୟକ ଅଟେ । ବାସ୍ତୁ ଅନୁସାରେ ଐଶାନ୍ୟ କୋଣରେ ପୂଜା ସ୍ଥାନ, ପୂର୍ବ ବା ଆଗ୍ନେୟ କୋଣରେ ରୋଷେଇ ଘର, ପଶ୍ଚିମ ପଟରେ ଖାଇବା ଘର, ବାୟବ୍ୟରେ ଭଣ୍ଡାର ଘର, ଦକ୍ଷିଣରେ ଷ୍ଟୋର ଘର, ନୈରୁତ କୋଣର ମଧ୍ୟ ଭାଗରେ ଶୌଚାଳୟ, ବିଶ୍ରାମ ଘର, ଦକ୍ଷିଣରେ ଶୋଇବା ଘର, ପୂର୍ବ ବା ଐଶାନ୍ୟରେ ବୈଠକ ଘର ଓ ସାର୍ବଜନୀକ ଘର ନିର୍ମାଣ କରିବା ଉଚିତ୍ । ଆସନ୍ତୁ ୭ ଟି ଉପଯୋଗୀ କଥା ଜାଣିବା ।

୧- କେଉଁଠାରେ ପୂଜାସ୍ଥାନ ନିର୍ମାଣ କରିବେ- ଘରେ ସୁଖ ସମୃଦ୍ଧି ଓ ଶାନ୍ତି ପାଇବା ପାଇଁ ପୂଜାସ୍ଥାନ ନିର୍ମାଣ କରାଯାଏ । ଘରେ ଭଗବାନଙ୍କୁ ପୂଜା କରିବା ଦ୍ଵାରା ସକରାତ୍ମକ ଶକ୍ତିର ପ୍ରବାହ ସର୍ବଦା ମିଳିଥାଏ | ଘରର ସଦସ୍ୟ ମାନଙ୍କର ମନ, ଆତ୍ମା ଓ ସଂସ୍କାରକୁ ପରିମାର୍ଜିତ କରିଥାଏ । ମନର ବିଚାର କୁ ଶୁଦ୍ଧ କରିଥାଏ, ତଥା ଆତ୍ମାକୁ ଦିବ୍ୟ ପ୍ରକାଶ ମିଳିଥାଏ । ଘରେ ପୂଜାପାଠ କରିଲେ ସୌଭାଗ୍ୟର ଆଗମନ ହୁଏ । ଆପଣଙ୍କର କେଉଁଠାରେ କେଉଁ ଦିଗରେ ପୂଜା ସ୍ଥାନ ରହିଛି ?

୨- ବାସ୍ତୁ ଅନୁସାରେ ପୂଜା କରିବା ଓ ଭଜନ କୀର୍ତ୍ତନ ଆଦି ଐଶାନ୍ୟ କୋଣରେ କରିବା ଉଚିତ୍ ।

୩- ଯଦି ଆପଣ ପୂଜା କରୁଛନ୍ତି ତେବେ ଆପଣଙ୍କର ମୁହଁ ପୂର୍ବ ଦିଗକୁ କରି ପୂଜା କରିବା ଉଚିତ୍ । ଦେବୀ ଦେବତାଙ୍କ ମୁହଁ ପଶ୍ଚିମ ଦିଗକୁ ରହିବା ଆବଶ୍ୟକ ।

୪- ବିଦ୍ୟାର୍ଥୀମାନେ ସବୁବେଳେ ପୂଜା ଘରେ ଉତ୍ତର ଦିଗକୁ ମୁହଁ କରି ବସି ପୂଜା କରିବା ଉଚିତ୍ । ଅନ୍ୟମାନେ ପୂର୍ବ ଦିଗକୁ ମୁହଁ କରି ପୂଜା କରିବା ଉଚିତ୍ ।

୫-  ବିଦ୍ୟାର୍ଥୀମାନେ ପ୍ରାୟତଃ ଜ୍ଞାନ ଅର୍ଜନ କରିବା ପାଇଁ ତଥା ଘରର ମୁଖ୍ୟ ଧନ ଅର୍ଜନ କରିବା ଲୋଭରେ ପୂଜା କରନ୍ତି, ସେମାନଙ୍କ ପାଇଁ ମଧ୍ୟ ଉପରେ ଦିଆଯାଇଥିବା ସ୍ଥିତି ଅନୁସାରେ ପୂଜା କରିପାରିବେ ।

୬- ଯଦି ନୂଆ ଘର ତିଆରି କରିବାକୁ ଭାବୁଛନ୍ତି ତେବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ବୁଝି ବିଚାର କରି ଘର କରିବା ଭଲ ହେବ । ଯେପରିକି ଶିଳାନ୍ୟାସ ପାଇଁ ଶୁଭ ସମୟ, ସ୍ଥାନ, ସ୍ଥିତି, ଲଗ୍ନ, କୋଣ ଆଦି ଦେଖି କରିବା ଉଚିତ୍ । ତାପରେ ଅଗଣା, ରୋଷେଇଘର, ଶୋଇବା ଘର, ବୈଠକ ଘର, ଶୌଚାଲୟ ଆଦି ବାସ୍ତୁ ଅନୁସାରେ କରିବା ଆବଶ୍ୟକ ।

୭- ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରଥମେ ଘରର ମୁଖ୍ୟ ଦ୍ଵାର ଉପରେ ଧ୍ୟାନ ଦେବା ଉଚିତ୍ । ମୁଖ୍ୟ କବାଟ ସିଧା ଓ ଗୋଟିଏ ଆକୃତିର ହୋଇଥିବା ଜରୁରୀ । ଅନ୍ୟ ଘରର ସବୁ କବାଟ ସମାନ ନ ରହିବା ଉଚିତ୍ । ଯଦି ଘର କୌଣସି ଫ୍ୟାକ୍ଟ୍ରି, ମିଲ୍ ବା ଉଦ୍ୟୋଗ ପାଇଁ ତିଆରି କରୁଛନ୍ତି ତେବେ ମଧ୍ୟ ବାସ୍ତୁ ହିସାବରେ ପୂଜାସ୍ଥାନ ଐଶାନ୍ୟରେ କରିବା ଉଚିତ୍ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00