Loading...

299 Big Street, Govindpur, India

Open daily 10:00 AM to 10:00 PM

ସ୍ଵପ୍ନରେ ଦାନ୍ତ ଭାଙ୍ଗିବା ଦେଖିଲେ କଣ ମିଳେ ସଂକେତ- Swapna Shastra

ସବୁ ଲୋକମାନେ ସ୍ଵପ୍ନ ଦେଖିଥାନ୍ତି । କେତେବେଳେ ଭଲ ସ୍ଵପ୍ନ ଆଉ କେତେବେଳେ ମନ୍ଦ ସ୍ଵପ୍ନ ଦେଖିଥାନ୍ତି । ଅନେକ ସମୟରେ ସ୍ଵପ୍ନ ଦେଖିବା ପରେ ସକାଳେ ଭୁଲି ଯାଆନ୍ତି, କିନ୍ତୁ ଆଉ କେତେକ ସ୍ଵପ୍ନ ମନେ ରହିଥାଏ ଓ ତାହା କୌଣସି ଘଟଣାକୁ ମଧ୍ୟ ଦର୍ଶାଇଥାଏ । ଏହିଭଳି ବିଶେଷ ସ୍ଵପ୍ନ ଦେଖିବା ଓ ତାହା ମନେ ରହିବା ଟା ହେବାକୁ ଥିବା କୌଣସି ବିଶେଷ ଘଟଣା ପ୍ରତି ସଂକେତ ଦେଇଥାଏ ବା ଆମ ସହିତ ଘଟିଥିବା କୌଣସି ବିଶେଷ ଘଟଣା ବା ଆଖପାଖରେ ଘଟୁଥିବା ଘଟଣାକୁ ଦର୍ଶାଇଥାଏ ।

ସେହିପରି ଏକ ସ୍ଵପ୍ନ ଆସେ ଦାନ୍ତ ଭାଙ୍ଗିବା, ଏହି ସ୍ଵପ୍ନ ପ୍ରାୟ ସମସ୍ତେ ଦେଖିଥାନ୍ତି । ଆପଣ କଣ ଏହି ଦାନ୍ତ ଭାଙ୍ଗିବା ସ୍ଵପ୍ନ କେବେ ଦେଖିଛନ୍ତି ? ସ୍ଵପ୍ନରେ ଦାନ୍ତ ଭାଙ୍ଗିବା ଦେଖିଲେ କଣ ହୋଇଥାଏ ? ଆସନ୍ତୁ ଜାଣିବା ଦାନ୍ତ ଭାଙ୍ଗିବା ସ୍ଵପ୍ନ ସହିତ ଜଡିତ କିଛି ଅର୍ଥ ।

ସ୍ଵପ୍ନରେ ଦାନ୍ତ ଭାଙ୍ଗିବା ଦେଖିଲେ କଣ ହୋଇଥାଏ ?

ସବୁବେଳେ ଘରର ଗୁରୁଜନମାନେ କହିଥାନ୍ତି ଯେ ପାହାନ୍ତାରେ ଯେଉଁ ସ୍ଵପ୍ନ ଦେଖାଯାଏ ତାହା ସତରେ ପରିଣତ ହୋଇଥାଏ । କିନ୍ତୁ ଏମିତି କୌଣସି ବିଶେଷ ଘଟଣା ବା ବସ୍ତୁର ସ୍ଵପ୍ନ ଦେଖାଦିଏ ତେବେ ଏହି ସ୍ଵପ୍ନ ବିଶେଷ ପରିସ୍ଥିତିରେ ଯାହା କି ଘଟିଯାଇଥିବା ଘଟଣା ବା ହେବାକୁଥିବା ଘଟଣା ପ୍ରତି ସଂକେତ ଦେଇଥାଏ । ସେହିଭଳି ଏକ ସ୍ଵପ୍ନ ଦାନ୍ତ ଭାଙ୍ଗିବା, ଏହି ସ୍ଵପ୍ନ ଅନେକ ଲୋକମାନେ ଦେଖିଥାନ୍ତି, ଯାହାକୁ ଲୋକମାନେ ଅଣଦେଖା କରିଥାନ୍ତି । ତାକୁ ଭାବନ୍ତି ଯେ ଏହା ଏକ ମିଛ ଅଟେ । କିନ୍ତୁ ଦାନ୍ତ ଭାଙ୍ଗିବା ସ୍ଵପ ବହୁତ ଜରୁରୀ ଅର୍ଥକୁ ବୁଝାଇଥାଏ । ଯାହା କି ଆମ ଜୀବନର ଅନେକ ସମସ୍ୟା ସହିତ ଜଡିତ ଥାଏ ।

ଜାଣନ୍ତୁ ସ୍ଵପରେ ଦାନ୍ତ ଭାଙ୍ଗିବା ଦେଖିଲେ ତାର ଶୁଭ ଅଶୁଭ ସଂକେତ-

ଆପଣ ସବୁବେଳେ ଶୁଣିଥିବେ ଯେ ଦାନ୍ତ ଭାଙ୍ଗିବା ସ୍ଵପ ହେବାକୁ ଥିବା ରୋଗ, ସଙ୍କଟ ବା କୌଣସି କଷ୍ଟକୁ ଦର୍ଶାଇଥାଏ । କିନ୍ତୁ ଏହା କଣ ସତ ହୋଇଥାଏ ? କଣ ସତରେ ଦାନ୍ତ ଭାଙ୍ଗିବା ସ୍ଵପ୍ନ ହେବାକୁଥିବା କୌଣସି ଘଟଣାକୁ ସଂକେତ ଦେଇଥାଏ ? କହିବାକୁ ଗଲେ ଏହା ସତ ନୁହେଁ । କାରଣ ପିଲାବେଳେ ଯେବେ ଦାନ୍ତ ଭାଙ୍ଗିଯାଏ ଓ ତା ବଦଳରେ ନୂଆ ମଜବୁତ ଦାନ୍ତ ଉଠିଥାଏ । ସେହି ଦାନ୍ତ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ରହିଥାଏ । ନୂଆ ଦାନ୍ତ କେବେ ଆସେ, ଯେତେବେଳେ ପୁରୁଣା ଦାନ୍ତ ଭାଙ୍ଗିଯାଏ ।

ସେହିପରି ଯେଉଁ ଲୋକମାନେ ଦାନ୍ତ ଭାଙ୍ଗିବା ସ୍ଵପ୍ନ ଦେଖନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ ହେବାକୁ ଥିବା ନୂଆ ସମସ୍ୟା ପ୍ରତି ଇଶାରା କରିଥାଏ । ଏହା ବ୍ୟତୀତ ଆଉ ଏକ ଅର୍ଥ ଅଛିଯେ ବ୍ୟକ୍ତି ଏହି ସ୍ଵପ୍ନ କେଉଁ ପରିସ୍ଥିତିରେ ଦେଖିଥାଏ । ଯଦି ଆମେ ଦାନ୍ତ ଭାଙ୍ଗିବା ସ୍ଵପ୍ନ ଦେଖିଥାଉ ତେବେ ଏହା ବହୁତ ଭଲ ଓ ନବୀନତାକୁ ଦର୍ଶାଉଥିବା ସ୍ଵପ୍ନ କୁହାଯାଏ । ଅର୍ଥାତ୍ ଯଦି ଆପଣ ମଧ୍ୟ ଏହି ଦାନ୍ତ ଭାଙ୍ଗିବା ସ୍ଵପ୍ନ ଦେଖୁଛନ୍ତି ତେବେ କଦାପି ଭୟ କରନ୍ତୁ ନାହିଁ, ଏହା ଆପଣଙ୍କର ବହୁତ ଭଲ ସଂକେତ ହେବ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00