Loading...

299 Big Street, Govindpur, India

Open daily 10:00 AM to 10:00 PM

ଏହି ୩ଟି ରାଶିର ପୁଅମାନେ ହୋଇଥାନ୍ତି ଭଲ ଜୀବନସାଥୀ, ଦେଖନ୍ତୁ କଣ ଲିଷ୍ଟରେ ଆପଣ ମଧ୍ୟ ଅଛନ୍ତି ସାମିଲ ?

ବୈବାହିକ ଜୀବନରେ ସୁଖରେ ରହିବା ପାଇଁ ଭଲ ପାର୍ଟନର ବା ଜୀବନସାଥୀ ମିଳିବା ବହୁତ ଜରୁରୀ ଅଟେ । ଯଦି ଜୀବନସାଥୀ ଭଲ ହୋଇଥାନ୍ତି ତେବେ ଜୀବନ ସରଳ ଓ ସୁଖମୟ ହୋଇଥାଏ । ଯଦି ଜୀବନସାଥୀ ଭଲ ହୋଇ ନଥାନ୍ତି ତେବେ ଜୀବନରେ ଅନେକ କଷ୍ଟ ସାମ୍ନା କରିବାକୁ ପଡିଥାଏ । ଏହି କଥା ସ୍ତ୍ରୀ ଓ ପୁରୁଷ ଦୁହିଁଙ୍କ ପାଇଁ ଲାଗୁ ହୋଇଥାଏ । ଯେ କୌଣସି ବ୍ୟକ୍ତିର ଭଲ ବା ମନ୍ଦ ହେବ ତାର ସଂସ୍କାର, ସ୍ଵଭାବ ଓ ବ୍ୟକ୍ତିତ୍ଵ ଉପରେ ନିର୍ଭର କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହପରି ୩ଟି ରାଶି ଉପରେ କୁହାଯାଇଛି । ଯାହାକୁ ନେଇ ମାନ୍ୟତା ଅଛି କି ଏହି ରାଶିର ପୁଅମାନେ ଭଲ ପାର୍ଟନର ବା ଜୀବନସାଥୀ ସାବିତ ହୋଇଛନ୍ତି ।

୧- ସିଂହ ରାଶି- ରାଶିର ନକ୍ଷତ୍ର :- ମଘା, ପୂର୍ବାଫାଲଗୁନୀ, ଉତ୍ତରାଫାଲଗୁନୀ । ସୂର୍ଯ୍ୟଙ୍କ ପରି ତେଜସ୍ୱୀ, ପରିଶ୍ରମରେ ଧନବୃଦ୍ଧି ଓ ନାମ ଅର୍ଜିତ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ସିଂହ ରାଶିର ପୁରୁଷମାନଙ୍କୁ ଜୀବନସାଥୀର ପ୍ରାପ୍ତି ସମର୍ପିତ ମନାଯାଏ । କୁହାଯାଏ କି ଏମାନେ ନିଜର ପାର୍ଟନର ସହିତ ଇମାନଦାରୀ ସହିତ ଜୀବନ ବିତେଇ ଥାନ୍ତି । ସେ ସ୍ତ୍ରୀଙ୍କ ଭାବନାକୁ ଭଲ ଭାବରେ ବୁଝିପାରନ୍ତି । ବିପରୀତ ପରିସ୍ଥିତିକୁ ମଧ୍ୟ ସାହସର ସହିତ ସାମ୍ନା କରନ୍ତି । କୁହାଯାଏ କି ସିଂହ ରାଶିର ପୁରୁଷମାନଙ୍କର ସ୍ତ୍ରୀ ବହୁତ ସୁନ୍ଦରୀ ହୋଇଥାନ୍ତି ।

୨-କନ୍ୟା ରାଶି-ରାଶିର ନକ୍ଷତ୍ର :- ଉତ୍ତରାଫାଲଗୁନୀ, ହସ୍ତା, ଚିତ୍ରା । ମହତ୍ୱାକାଂକ୍ଷୀ, ନିଜ ବୁଦ୍ଧି ଓ ବିଦ୍ୟା ବଳରେ ବହୁତ ସମ୍ପତ୍ତି ଅର୍ଜନ କରି ପାରନ୍ତି, ସାହସୀ, ଆକର୍ଷଣୀୟ ଚେହେରା, ହସମୁଖ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ପୁରୁଷମାନେ ଭଲ ପାର୍ଟନର ବା ଜୀବନସାଥୀ ହୋଇଥାନ୍ତି । ଏମାନେ ଦେଖିବାକୁ ଆକର୍ଷକ ଓ ସ୍ମାର୍ଟ ହୋଇଥାନ୍ତି । ନିଜ କଥା କହିବାରେ ନିପୁଣ ହୋଇଥାନ୍ତି । ଏମାନେ ସମସ୍ତଙ୍କର ମନକୁ ନିଜର କରିନିଅନ୍ତି ।

୩- ମକର ରାଶି-ରାଶିର ନକ୍ଷତ୍ର :-ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା । ପରୋପକାରି, ଧାର୍ମିକ, ଧାର୍ମକାର୍ଯ୍ୟରେ ଧନ ଖର୍ଚ କରି ଥାନ୍ତି, କର୍ମକ୍ଷେତ୍ରରେ ଉଚପଦ ପାଇ ଥାନ୍ତି ଓ ସମୟକୁ ସମୁଚିତ ଉପଯୋଗ କରି ପାରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିର ପୁରୁଷମାନେ ଭଲ ପାର୍ଟନର ବା ଜୀବନସାଥୀ ହୋଇଥାନ୍ତି । ଏମାନେ ବହୁତ ସ୍ମାର୍ଟ କଥା କୁହନ୍ତି । ନିଜର ବ୍ୟକ୍ତିତ୍ବରେ ଲୋକମାନଙ୍କର ମନକୁ କିଣିନିଅନ୍ତି । ଏମାନେ ସ୍ତ୍ରୀଙ୍କ ସହିତ ମଧୂର ସମ୍ପର୍କ ରଖନ୍ତି । ଏମାନେ ନିଜର ପାର୍ଟନର ସହିତ ଇମାନଦାରୀ ସହିତ ଜୀବନ ବିତେଇ ଥାନ୍ତି । ନିଜର ପାର୍ଟନର ପ୍ରତି ସମର୍ପିତ ହୋଇଥାନ୍ତି ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00