Loading...

299 Big Street, Govindpur, India

Open daily 10:00 AM to 10:00 PM

ମୋହିନୀ ଏକାଦଶୀ: ସବୁ ପାପରୁ ମିଳିବ ମୁକ୍ତି, ବାସ କରନ୍ତୁ ଏହି ଉପାୟ

ସନାତନ ଧର୍ମରେ ବୈଶାଖ ମାସ ଶୁକ୍ଲପକ୍ଷରେ ମୋହିନୀ ଏକାଦଶୀ ତିଥି ପଡିଥାଏ । ବର୍ତ୍ତମାନ ୨୦୨୧ ମସିହା ମଇମାସ ୨୨ ତାରିଖରେ ମୋହିନୀ ଏକାଦଶୀ ବ୍ରତ ପଡୁଛି । ଏହି ବ୍ରତ କୃଷ୍ଣପକ୍ଷରେ ମଧ୍ୟ ପଡିଥାଏ । ମାନ୍ୟତା ଅନୁସାରେ ଏହି ବ୍ରତ ପାଳନ କଲେ ପାପ କର୍ମ ଓ ନିନ୍ଦା ଅପମାନରୁ ମୁକ୍ତି ମିଳିଥାଏ ଏବଂ ମୋହ ବନ୍ଧନ ବା ପା-ପ ସମୂହ ନଷ୍ଟ ହୋଇଯାଏ ।

କୁହାଯାଏ କି ଏହି ବ୍ରତ କରିଲେ ନିଜର ମନୋକାମନା ପୂରଣ ହୋଇଥାଏ । ଏହି ଦିନ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ରାକ୍ଷସଙ୍କ ଠାରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀ ହରି ନିଜେ ମୋହିନୀ ରୂପ ଧାରଣ କରିଥିଲେ । ସେହିଦିନ ଠାରୁ ଏହି ତିଥିକୁ ମୋହିନୀ ଏକାଦଶୀ କୁହାଯାଏ ।

ମାନ୍ୟତା ଅଛି କି ଦେବୀ ସୀତାଙ୍କୁ ଖୋଜିବା ପାଇଁ ଶ୍ରୀ ରାମଚନ୍ଦ୍ର ମଧ୍ୟ ଏହି ବ୍ରତ ପାଳନ କରିଥିଲେ । ତାଙ୍କ ପରେ ମୁନି କୌଣ୍ଡିଲ୍ୟ ଓ ଭଗବାନ ଶ୍ରୀକୃଷ୍ଣ କହିବା ପରେ ଯୁଦ୍ଧିଷ୍ଠିର ମଧ୍ୟ ଏହି ବ୍ରତ ପାଳନ କରିଥିଲେ । ଏହି ଦିନ ବ୍ରତ ରଖି ଶୁଭ ମୂହୁର୍ତ୍ତରେ ପୂଜା କରିଲେ ବ୍ରତୀଙ୍କୁ ନିଜର ମନୋକାମନା ପ୍ରାପ୍ତି ହେବାର ଆଶୀର୍ବାଦ ମିଳିଥାଏ । ଏହି ଏକାଦଶୀ ବ୍ରତ ରଖି ବିଧାନ ଅନୁସାରେ ପୂଜା କରିଲେ ବ-ନ୍ଧ-ନରୁ ମୁକ୍ତି ମିଳିଥାଏ ।

ମୋହିନୀ ଏକାଦଶୀ ବ୍ରତ ସମୟ-

ଏକାଦଶୀ ତିଥି ୨୦୨୧ ମସିହା ମଇମାସ ୨୨ ତାରିଖ ଦିନ ସକାଳ ଘଣ୍ଟା ୯ ଟା  ୧୯ ମିନିଟ୍ ରେ ଆରମ୍ଭ ହେବ । ଏହା ୨୩ତାରିଖ ଦିନ ଘଣ୍ଟା ୬ ଟା  ୪୫ ମିନିଟ୍ ରେ ସମାପ୍ତ ହେବ ।

ଏହି ଦିନ ଭଗବାନ ଶ୍ରୀ ରାମ ପୁରୁଷୋତ୍ତମ ରୂପରେ ପୂଜା ପାଇବାର ବିଧାନ ରହିଛି । ଏହି ଦିନ ଭଗବାନଙ୍କ ମୂର୍ତ୍ତିକୁ ସ୍ନାନ କରାଇ ଶୁଦ୍ଧି କରି ଉତ୍ତମ ବସ୍ତ୍ର ପିନ୍ଧାଇବା ଉଚିତ୍ । ଏହା ପରେ ଉଚ୍ଚାସନରେ ବସାଇ ଧୂପ ଦୀପ ଦେଇ ଆରତୀ କରି ପୂଜା କରିବେ ଓ ମିଠା ଫଳ ଭୋଗ ଲଗାଇବା ଉଚିତ୍ । ଏହା ଦ୍ଵାରା ସମସ୍ତ ପା-ପରୁ ମୁକ୍ତି ମିଳି ଘରେ ଉନ୍ନତି ହେବ ।

କଥା-

ଜଣେ ରାଜାଙ୍କର ଏକ ପୁତ୍ର ଥିଲା । ସେ ପୁତ୍ର ବହୁତ ଦୁ-ରା-ଚା-ରୀ ଥିଲେ । ତାହାର ଏହି ଦୁର୍ଗୁଣରେ ମନ ଦୁଖ କରି ତାଙ୍କ ପୁତ୍ରକୁ ଘରୁ ବାହାର କରିଦେଲେ । ସେ ବଣରେ ରହି ଯେଉଁମାନେ ଯାଉଥିଲେ ତାଙ୍କୁ ମାରପିଟ୍ କରି ଚୋରୀ କରୁଥିଲା ଓ ପଶୁଙ୍କୁ ମା-ରି ଖାଉଥିଲା । ଦିନେ ସେ ବଣରେ ଯାଉ ଯାଉ ସେଠାରେ ଏକ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ । ଆଶ୍ରମର ପବିତ୍ର ବାତାବରଣରେ ତାର ହୃଦୟ ପା-ପ କର୍ମ ନାଶ ହୋଇଗଲା ।

ଆଶ୍ରମର ଋଷି ତାଙ୍କୁ ଏହି ପା-ପ କର୍ମରୁ ରକ୍ଷା ପାଇବା ପାଇଁ ମୋହିନୀ ଏକାଦଶୀ ବ୍ରତ ବିଧିପୂର୍ବକ ପୂଜା କରିବାକୁ କହିଲେ । ସେ ଋଷିଙ୍କ ଆଦେଶରେ ଏହି ବ୍ରତ କରିଲେ । ବ୍ରତର ପ୍ରଭାବରେ ତାଙ୍କର ବୁଦ୍ଧି ନିର୍ମଳ ହୋଇଗଲା ଓ ସବୁ ପା-ପ ନଷ୍ଟ ହୋଇଗଲା ।

ଏହିଭଳି ଅନେକ ଜ୍ଯୋତିଷ ସମ୍ବନ୍ଧିତ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00