Loading...

299 Big Street, Govindpur, India

Open daily 10:00 AM to 10:00 PM

ମହାଶିବରାତ୍ରି ଦିନ କରନ୍ତୁ ଭଗବାନ ଶିବଙ୍କର ଏହି ୧୫ଟି ମନ୍ତ୍ରର ଜପ, ତା ପରେ ଦେଖନ୍ତୁ ଚମତ୍କାର

ଭଗବାନ ଶିବଙ୍କର କୃପା ପାଇବା ପାଇଁ ମହାଶିବରାତ୍ରି ସବୁଠାରୁ ଶ୍ରେଷ୍ଠ ଅଟେ । ମହାଶିବରାତ୍ରିରେ ଭଗବାନ ଶିବଙ୍କର ପୂଜା ଆରାଧନା କରାଯାଏ । ଏହି ପୂଜାରେ ନବଗ୍ରହ ଦେବତା ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହି ବ୍ରତ କରିଲେ ସବୁ ମନୋକାମନା ପୂରଣ ହୁଏ, ପାପରୁ ମୁକ୍ତି ମିଳେ ଓ ଆତ୍ମା ଶୁଦ୍ଧ ହୋଇଯାଏ । ସୁଖ, ଶାନ୍ତି, ଧନ, ସମୃଦ୍ଧି, ସଫଳତା, ପ୍ରଗତି, ସନ୍ତାନ, ଚାକିରୀ, ପ୍ରମୋଶନ, ବିବାହ, ପ୍ରେମ ଓ ରୋଗ ସବୁରୁ ରକ୍ଷା ପାଇବା ପାଇଁ ମହାଶିବରାତ୍ରିରେ ଏହି ମନ୍ତ୍ର ଜପ କରନ୍ତୁ ।

ମହାଶିବରାତ୍ରି ଦିନ ଶୁଭମୂହୁର୍ତ୍ତରେ ମହାଦେବ ଓ ପାର୍ବତୀଙ୍କୁ ପୂଜା କଲେ ଶୁଭଫଳ ମିଳିଥାଏ । ମହାଶିବରାତ୍ରିର ରାତିରେ ଚାରିଥର ଶିବପୂଜା କରିବାର ପରମ୍ପରା ରହିଛି । ମହାଶିବରାତ୍ରିରେ ପୂଜା କରିବା ପରେ ଏହି ମନ୍ତ୍ର ଜପ କରିଲେ ଜୀବନରେ ଶୁଭତା, ଅନୁକୂଳତା ଓ ପ୍ରଗତି ମିଳିଥାଏ । ତେଣୁ ମହାଶିବରାତ୍ରି ଦିନ ଏହି ୧୫ଟି ମନ୍ତ୍ର ଜପ କରନ୍ତୁ ।

ଭଗବାନ ଶିବଙ୍କର ଏହି ଚମତ୍କାରିକ ୧୫ଟି ମନ୍ତ୍ର-

୧- ଓଁ ଶିବାୟ ନମଃ । ୨- ଓଁ ସର୍ବାତ୍ମନେ ନମଃ । ୩- ଓଁ ତ୍ରିନେତ୍ରାୟ ନମଃ । ୪- ଓଁ ହରାୟ ନମଃ । ୫- ଓଁ ଇନ୍ଦ୍ରମୁଖାୟ ନମଃ । ୬- ଓଁ ଶ୍ରୀକଣ୍ଠାୟ ନମଃ । ୭- ଓଁ ବାମଦେବାୟ ନମଃ । ୮- ଓଁ ତତ୍ପୂରୁଷାୟ ନମଃ । ୯- ଓଁ ଈଶାନାୟ ନମଃ । ୧୦- ଓଁ ଅନନ୍ତଧର୍ମାୟ ନମଃ । ୧୧- ଓଁ ଜ୍ଞାନଭୂତାୟ ନମଃ । ୧୨- ଓଁ ଅନନ୍ତବୈରାଗ୍ୟସିଙ୍ଘାୟ ନମଃ । ୧୩- ଓଁ ପ୍ରଧାନାୟ ନମଃ । ୧୪- ଓଁ ବ୍ୟେମାତ୍ମନେ ନମଃ । ୧୫- ଓଁ ଯୁକ୍ତକେଶାତ୍ମରୂପାୟ ନମଃ ।

ଏହି ମନ୍ତ୍ର ସହିତ ଶିବ ଗାୟତ୍ରୀ ମନ୍ତ୍ର ଜପ କରିଲେ ଅତ୍ୟନ୍ତ ଶୁଭଫଳଦାୟକ ହୁଏ ବୋଲି କୁହାଯାଏ ।

ଶିବ ଗାୟତ୍ରୀ ମନ୍ତ୍ର- ଓଁ ତତ୍ପୂରୁଷାୟ ବିଦ୍ମହେ, ମହାଦେବାୟ ଧୀମହି, ତନ୍ନୋ ରୁଦ୍ର ପ୍ରଚୋଦୟାତ୍ ।

ଯଦି ଆପଣ ଯେ କୌଣସି କରଜରେ ବୁଡି ରହିଛନ୍ତି ତେବେ ଭଗବାନ ଶିବଙ୍କୁ ପ୍ରଣାମ କରି ଏହି ମନ୍ତ୍ର ଜପ କରନ୍ତୁ । କରଜରୁ ମୁକ୍ତି ପାଇବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00