Loading...

299 Big Street, Govindpur, India

Open daily 10:00 AM to 10:00 PM

କୁଣ୍ଡଳୀରେ କନ୍ୟା ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

କନ୍ୟା ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, ଘିଅ, ଗୁଡ, କେଶର, ଲାଲ୍‌ ଚନ୍ଦନ, ଲାଲ୍‌ ଫୁଲ, ଲାଲ୍‌ ବସ୍ତୁ, ଅଗ୍ନି, ପୃଥିବୀ, ରାଜ୍ୟ ଓ ଘରର କାରକ ଗ୍ରହ । ଭୂମି ସମ୍ବନ୍ଧିତ ସମସ୍ତ ସମ୍ପତ୍ତିର ମାଲିକ ।

ଥାନା, ଫାଣ୍ଡି, କୋର୍ଟ, କଚେରୀ ଓ ମାଲିମୋକଦ୍ଦମାର ମଧ୍ୟ କାରକ । ଜାତକ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥିଲେ ବ୍ୟକ୍ତି ଜୀବନରେ କେବେବି ଗୃହସୁଖ ପାଏ ନାହିଁ । ମଙ୍ଗଳ ସାହାସ, ସୌର୍ଯ୍ୟ, ଧୈର୍ଯ୍ୟ, ଉର୍ଜା, ବଳ ବିକ୍ରମ, ଆତ୍ମବିଶ୍ୱାସ, ଉତ୍ସାହର କାରକ । ସାନ ଭାଇ, ଭଉଣୀଙ୍କ ସହ ସମ୍ବନ୍ଧର କାରକ । ତମ୍ବା, ପ୍ରବାଳ ରତ୍ନ, କ୍ରୋଧ, ହିଂସା ମଙ୍ଗଳର କାରକ । କନ୍ୟା ରାଶିରେ ମଙ୍ଗଳ ରହିଲେ ଜାତକ- ସାଧୁଭକ୍ତ, ଯଜ୍ଞକର୍ତ୍ତା, ସମାଜ ମୁଖ୍ୟ, ଜୀବନସାଥି, ପୁତ୍ର, ଭୂମୀ ଆଦିରେ ସୁଖୀ, ଧନ ରତ୍ନାଦିରେ ସମୃଦ୍ଧି, ବାସନା ଅଭିଳାଷୀ ।

ତେଜସ୍ୱୀ, ସଙ୍ଗୀତ ପ୍ରିୟ, ଲୋକମାନ୍ୟ, ବ୍ୟବହାର କୁଶଳ, ପାପକୁ ଡର, ବହୁତ ବନ୍ଧୁ ଯୁକ୍ତ, ମିତ୍ରସତ୍କାର ପ୍ରେମୀ, ବୁଦ୍ଧିମାନ, ପ୍ରତିଷ୍ଠିତ, ଶତୃଙ୍କୁ ନାଶ କରନ୍ତି, ମକଦ୍ଦମାରେ ଲଢ଼ିବାକୁ ଭଲପାଆନ୍ତି ଓ ସୁଖୀ ହୋଇଥାଆନ୍ତି । କିନ୍ତୁ ମଙ୍ଗଳ ଯଦି ଶନି କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ତେବେ ସେ ଜାତକର ପୁତ୍ର, ଧନ ଲାଭରେ ବିଳମ୍ବ ହୋଇଥାଏ, ଅନେକ ଚିନ୍ତାରେ ଦୁଃଖପ୍ରାପ୍ତ ହୁଏ, ଦଶା, ଅନ୍ତର୍ଦ୍ଦଶା ଭୋଗ ହେଲାବେଳେ ମାଦକ ପଦାର୍ଥ ସେବନ କରିଥାନ୍ତି, ଜୀବନର ୪, ୧୩, ୨୨, ୩୧, ୪୦, ୫୮ ଓ ୬୨ ବର୍ଷ ବୟସ ମାନଙ୍କରେ ଅଶୁଭଫଳ ଭୋଗ କରିବା ସହ ସଙ୍କଟମୟ ପରିସ୍ଥିତି ସୃଷ୍ଟିହୁଏ ।

ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ଗଣେଶଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ୨- ଜନ୍ମଦିନରେ କିଛି କନ୍ୟାମାନଙ୍କୁ ଭୋଜନ ଦେବା ସହ ଶାଗୁଆ ରଙ୍ଗର ଚୁଡି ଦାନ କରନ୍ତୁ । ୩- ମାଆ, ଜେଜୀମା ଓ ଆଇଙ୍କ ସେବା କରନ୍ତୁ । ତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ୪- ନିଜ ଚରିତ୍ରକୁ ସର୍ବଦା ପବିତ୍ର ଉଜ୍ୱଳ ରଖନ୍ତୁ ଓ ନାଲି ରଙ୍ଗର ବସ୍ତ୍ର ଦାନ କରିଲେ ଶରୀର ପାଇଁ ଲାଭକାରୀ ହେବ । ୫- ଗାଈ କ୍ଷୀରରେ ଆଖିକୁ ସଫା କରନ୍ତୁ । ୬- ସନ୍ତାନର ଉଜ୍ଵଳ ଭବିଷ୍ୟତ ପାଇଁ ଚନ୍ଦ୍ର ଓ ବୁଧ ଗ୍ରହଙ୍କୁ ପ୍ରସନ୍ନ କରନ୍ତୁ ।

୭- ପରିବାରର କଷ୍ଟ ଦୂର କରିବା ପାଇଁ ଶନିଙ୍କ ସମ୍ବନ୍ଧିତ କିଛି ବସ୍ତୁ ଦାନ କରନ୍ତୁ । ୮- ଗୃହରେ ଚୌଡ଼ା ପତ୍ର ହେଉଥିବା କୌଣସି ବୃକ୍ଷ ଲଗାନ୍ତୁ ନାହିଁ । ୯- ମଦ, ମାଂସ ସେବନ କରନ୍ତୁ ନାହିଁ । ୧୦- ଶନି ଓ ଶୁକ୍ରଙ୍କ ସମ୍ବନ୍ଧିତ ବସ୍ତୁ ଗୃହରେ ସ୍ଥାପିତ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ । (ଶନିଙ୍କ ସମ୍ବନ୍ଧିତ ବସ୍ତୁ ଲୁହା, ବିରି ଡାଲି, କୋଳଥ ଡାଲି, ରାଶିତେଲ, କଳାବସ୍ତ୍ର, କଳା ଫୁଲ, କସ୍ତୁରୀ, କଳାକମ୍ବଳ ଓ ଚମଡା ଜୋତା, ଚପଲ । ଶୁକ୍ରଙ୍କ ସମ୍ବନ୍ଧିତ ବସ୍ତୁ ରୂପା, ଅରୁଆଚାଉଳ ମିଶ୍ରି, କ୍ଷୀର, ଦହି, ଧଳାବସ୍ତ୍ର, ଧଳାଫୁଲ, ସୁଗନ୍ଧିତଦ୍ରବ୍ୟ, ଧଳାଚନ୍ଦନ ଆଦି )

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00