Loading...

299 Big Street, Govindpur, India

Open daily 10:00 AM to 10:00 PM

ରବିବାର ଦିନ କଣ କରିବା ଉଚିତ୍ ଓ କଣ ନ କରିବା ଉଚିତ୍, ଜାଣନ୍ତୁ- Jyotish Shastra

ରବିବାର ଦିନଟି ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଙ୍କର ଦିନ ବୋଲି କୁହାଯାଏ । ତାହାର ପ୍ରକୃତି ଧୃବ ଅଟେ । ଭଲ ସ୍ୱାସ୍ଥ୍ୟ ଓ ତେଜସ୍ଵୀ ହେବା ପାଇଁ ଏହି ବାରର ବ୍ରତ ଉପବାସ କରିବା ଉଚିତ୍ । ଜାତକରେ ସୂର୍ଯ୍ୟ ବା ରବି ଗ୍ରହ ରାଜାଙ୍କ ସମାନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ରବିବାର ଦିନରେ କଣ କରିବା ଓ କଣ ନ କରିବା ଉଚିତ୍ ।

ଏହି କାର୍ଯ୍ୟ ଗୁଡିକ କରିବା ଉଚିତ୍ –

୧- ରବିବାର ଦିନ ନାଲି ଚନ୍ଦନ ବା ହଳଦୀ ଚନ୍ଦନ ମଥାରେ ତିଳକ ଲଗାଇବା ଆବଶ୍ୟକ ।

୨- ଏହି ଦିନଟି ଭଲ ଖାଦ୍ୟ ଖାଇବେ ।

୩- ରବିବାର ଦିନ ପୂର୍ବ, ଉତ୍ତର ଓ ଅଗ୍ନିକୋଣରେ ଯାତ୍ରା କରିଲେ ଶୁଭ ହୋଇଥାଏ ।

୪- ରବିବାର ଦିନ ଗୃହ ପ୍ରବେଶ ମଧ୍ୟ କରିପାରିବେ ।

୫- ଏହି ଦିନ ସୁନା, ତମ୍ବା କ୍ରୟ କରିପାରିବେ ଓ ଧାରଣ କରିପାରିବେ ।

୬- ଏହି ଦିନ ଅଗ୍ନି ବା ବୈଦ୍ୟୁତିକ ସାମଗ୍ରୀ କ୍ରୟ କରିପାରିବେ ।

ଏହି କାର୍ଯ୍ୟ ନ କରିବା ଉଚିତ୍ –

୧- ରବିବାର ଦିନ ଲୁଣ ନ ଖାଇବା ଭଲ । ଏହା ସ୍ୱାସ୍ଥ୍ୟରେ ପ୍ରଭାବ ପକାଏ ଓ ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

୨- ପଶ୍ଚିମ ଦିଗ ଓ ବାୟବ୍ୟୋ କୋଣରେ ଯାତ୍ରା କରନ୍ତୁ ନାହିଁ ।

୩- ରବିବାର ଦିନ  ଚାଉଳରେ କ୍ଷୀର ଓ ଗୁଡ ମିଶାଇ ଖାଇଲେ ଶରୀର ସୁସ୍ଥ ରୁହେ ।

୪- ଏହି ଦିନ ଗହମ ଓ ଗୁଡକୁ ଗୋଟିଏ ନାଲି ରଙ୍ଗର କପଡାରେ ବାନ୍ଧି ଅସହାୟଙ୍କୁ ଦାନ କରନ୍ତୁ ।

୫-ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ଗୁଡ ଓ ଚାଉଳ କିଛି ଜଳରେ ଭସାଇ ଦିଅନ୍ତୁ ।

୬- ଯେ କୌଣସି ନୂତନ କାମ ଆରମ୍ଭ କରିବା ପାଇଁ ପ୍ରଥମେ ଗୁଡ ବା ମିଠା ଖାଇବା ଉଚିତ୍ ।

୭- ଘରେ ସୁଖ ଶାନ୍ତି ପାଇବା ପାଇଁ ମାଟିରେ ଏକ ମାଙ୍କଡ ତିଆରି କରି ସେଥିରେ ନାଲି ରଙ୍ଗ ଦେବେ । ଧ୍ୟାନ ରଖିବେ ମାଙ୍କଡର ହାତ ମୁଠା ନ କରି ହାତ ଖୋଲା ରହିବେ । ତାକୁ ସୂର୍ଯ୍ୟଙ୍କ ଆଡକୁ ପିଠି କରି ରବିବାର ଦିନ ଯେ କୌଣସି ସ୍ଥାନରେ ଘର ଭିତରେ ରଖିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00