ହିନ୍ଦୁ ଧର୍ମରେ ଶ୍ରୀ ହନୁମାନଙ୍କୁ ଲୋକମାନେ ବହୁତ ମାନନ୍ତି । ଭଗବାନ ଶ୍ରୀରାମଙ୍କର ପରମ ଭକ୍ତ ଥିଲେ ଶ୍ରୀ ହନୁମାନ । ଶ୍ରୀ ହନୁମାନଙ୍କର ମଙ୍ଗଳବାର ଓ ଶନିବାର ଦିନ ବ୍ରତ ପାଳନ କରି ପୂଜା କରାଯିବାର ବିଧି ରହିଛି । ଏହି ଦିନ ପୂଜା କରିଲେ ବହୁତ ଶୁଭଫଳ ମିଳିଥାଏ ବୋଲି କୁହାଯାଏ । ଏହି ଦିନ ଶ୍ରୀ ହନୁମାନଙ୍କୁ ଓଢଣୀ ଓ ସିନ୍ଦୂର ମଧ୍ୟ ଅର୍ପଣ କରାଯାଏ । କୁହାଯାଏ କି ଶ୍ରୀ ହନୁମାନ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଶ୍ରୀ ହନୁମାନ ଯେଉଁ ବ୍ୟକ୍ତିକୁ ପ୍ରସନ୍ନ ହୁଅନ୍ତି ସେ ବହୁତ ସୁଖ ପ୍ରାପ୍ତି ହୁଏ । ସନାତନ ଧର୍ମରେ ଶ୍ରୀ ହନୁମାନଙ୍କୁ କଳିଯୁଗର ଜାଗୃତ ଦେବତା ମଧ୍ୟ କୁହାଯାଏ, କାରଣ ମାନ୍ୟତା ଅନୁସାରେ ଶ୍ରୀ ହନୁମାନ ଆଜି ମଧ୍ୟ ଧରିତ୍ରିରେ ବାସ କରୁଛନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କର ଉପାୟମାନ କରିଲେ ସବୁ ଇଛା ପୂରଣ ହୁଏ । ଏହି ଉପାୟ ବହୁତ ସରଳ ସୁବିଧା ଅଟେ । ତେଣୁ ଏହି ଉପାୟ କରି ନିଜର ମନୋକାମନା ପୂରଣ କରିପାରିବେ ଓ ଦୁଃଖ ଦୂର ହୋଇ ସୁଖ ଶାନ୍ତି ମିଳିବ ।
୧- ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଉଚିତ୍, ଏଥିରେ ସବୁ ମନୋକାମନା ପୂରଣ ହୁଏ ଓ ସବୁ ଦୁଃଖ ଦୂର ହୁଏ ।
୨- ଯଦି ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ମଙ୍ଗଳବାର ଦିନ ପ୍ରାତଃ ସମୟରେ ବରଗଛର ଗୋଟିଏ ପତ୍ର ଆଣି ତାକୁ ଗଙ୍ଗା ଜଳରେ ଧୋଇ ଦେବେ । ସେହି ପତ୍ରରେ ସିନ୍ଦୂରରେ “ଶ୍ରୀ” ଲେଖି ଶ୍ରୀ ହନୁମାନଙ୍କୁ ଅର୍ପିତ କରି ପୂଜା କରିବେ । ପୂଜା କରିବା ପରେ ସେହି ପତ୍ରକୁ ଆଣି ନିଜ ପର୍ସରେ ବା ଘରେ ରଖିବେ ।
୩- ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ମିଠାପାନ ଅର୍ପିତ କରନ୍ତୁ । ଧ୍ୟାନ ରଖିବେ ଏହି ପାନରେ ତମାଖୁ କଦାପି ଦେବେ ନାହିଁ । ମିଠାପାନ ଅର୍ପିତ କରିଲେ ଚାକିରୀ ମିଳିବାର ସମ୍ଭାବନା ଥାଏ ।
୪- ଧନ ପ୍ରାପ୍ତି କରିବା ପାଇଁ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ଅତର ବା ସେଣ୍ଟ୍ ଓ ଗୋଲାପ ଫୁଲର ମାଳ ଚଢାନ୍ତୁ । ଏହି ଉପାୟରେ ଧନ ପ୍ରାପ୍ତି ହୁଏ ।
୫- ଋଣ କରଜରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କ ମନ୍ଦିରରେ ବସି ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ । ଏହି ପାଠ କରିଲେ ଯେ କୌଣସି କାର୍ଯ୍ୟରେ ବାଧା ବିଘ୍ନ ଦୂର ହୋଇ କାର୍ଯ୍ୟ ସହଜ ସରଳରେ ପୂରଣ ହୋଇପାରିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।