ମହାନ ନୀତିଜ୍ଞତାରେ ଚାଣକ୍ୟଙ୍କ ନାମ ବିବେଚନା କରାଯାଏ । ଚାଣକ୍ୟ ନିଜର ନୀତି ଅନୁସାରେ ନନ୍ଦ ରାଜବଂଶକୁ ଧ୍ଵଂସ କରି ସେହି ସ୍ଥାନରେ ଜଣେ ଛୋଟପିଲାକୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ରାଜା କରିଥିଲେ । ମୌର୍ଯ୍ୟ ରାଜବଂଶର ପ୍ରତିଷ୍ଠା ଚାଣକ୍ୟଙ୍କର ଏକ ବଡ ସଫଳତା ବୋଲି ଆଲୋଚନା କରାଯାଏ । ସେହିପରି ଚାଣକ୍ୟ ନିଜର ନୀତି ଅନୁସାରେ ଲୋକମାନଙ୍କର ଜୀବନକୁ ସୁଗମ କରୁଥିଲେ ଓ ଚାଣକ୍ୟ ନୀତି ନାମରେ ନୀତି ଶାସ୍ତ୍ରରେ ସମାହିତ କରିଥିଲେ ।
ଏହି ନୀତି ଶାସ୍ତ୍ରରେ ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଦିଗ ସହିତ ସଂଯୁକ୍ତ ଜିନିଷ ଗୁଡିକ ମଧ୍ୟ ଉଲ୍ଲେଖ କରିଛନ୍ତି । ଚାଣକ୍ୟ କହିଛନ୍ତି ଯେ ବଡ ବଡ ନଖ ଥିବା ବାଘ, ଭାଲୁ, ସିଂହ ଆଦି ହିଂସ୍ର ଜୀବକୁ କଦାପି ବିଶ୍ଵାସ କରାଯାଇ ପାରିବ ନାହିଁ ।
କାରଣ ସେହି ହିଂସ୍ର ପଶୁ ମାନଙ୍କ ପ୍ରତି କଦାପି ନିଶ୍ଚିତ ହୋଇପାରିବେ ନାହିଁ ଯେ ସେମାନେ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ । ତେଣୁ ଯେଉଁ ବ୍ୟକ୍ତିମାନେ ସେହି ପଶୁମାନଙ୍କୁ ବିଶ୍ଵାସ କରନ୍ତି ସେମାନେ ସେହି ପଶୁମାନଙ୍କ ଠାରୁ ସର୍ବଦା କଷ୍ଟ ପାଇଥାନ୍ତି । ଯଦି ଆପଣ ଏକ ନଦୀ ପାର ହେବାକୁ ଚାହୁଁଛନ୍ତି ତେବେ ନଦୀର ପ୍ରବାହ ବା ଗଭୀରତା କେତେ ଅଛି ଜାଣିବା ପାଇଁ ଆପଣ କୌଣସି ବ୍ୟକ୍ତିଙ୍କ କହିବା କଥାକୁ ବିଶ୍ଵାସ ନ କରିବା ଉଚିତ୍ ଯେ ନଦୀର ପ୍ରବାହ ବା ଗଭୀରତା କେତେ ଅଛି ।
କାରଣ ନଦୀର ପ୍ରବାହ ଓ ତାର ଗଭୀରତା ବିଷୟରେ କେବେ ମଧ୍ୟ କୌଣସି ସଠିକ୍ ଅନୁମାନ କରାଯାଇପାରିବ ନାହିଁ । କାରଣ ନଦୀ ତାର ବେଗରେ ଯେକୌଣସି ସମୟରେ ଆପଣଙ୍କୁ ଶେଷ କରିଦେବ । ତେଣୁ ନଦୀରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ ଅଟେ । ଚାଣକ୍ୟ କହିଛନ୍ତି ଯେ ଶିଙ୍ଘଥିବା ପଶୁ ଓ ଅସ୍ତ୍ର ଶସ୍ତ୍ର ରଖିଥିବା ଲୋକମାନଙ୍କୁ ମଧ୍ୟ କଦାପି ବିଶ୍ଵାସ କରାଯାଇପାରିବ ନାହିଁ । କାରଣ ବେଳେବେଳେ ସେ ସ୍ଵାର୍ଥପର ହୋଇ ଆପଣଙ୍କର କ୍ଷତି କରିପାରନ୍ତି କିମ୍ବା ଆପଣଙ୍କର ଆଗରେ ଆକ୍ରମଣ କରିଥାନ୍ତି ।
ଚାଣକ୍ୟ ରାଜକୁଳ ବା ଶାସନ ବିଷୟରେ କହିଛନ୍ତି ଯେ ରାଜନୀତି ସବୁବେଳେ ପରିବର୍ତ୍ତନଶୀଳ ହୋଇଥାଏ । ରାଜପରିବାର ଓ ପ୍ରଶାସନର ଲୋକମାନେ ଶକ୍ତି ସହିତ ସଂଯୁକ୍ତ ବା ଲୋଭରେ କୂଟନୀତିରେ ବ୍ୟସ୍ତ ରହିଥାନ୍ତି, ସେମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ସେମାନଙ୍କର ବନ୍ଧୁ ଓ ଶତୃମାନେ ସମୟର ପରିବର୍ତ୍ତନ ସହିତ ବିଗିଡି ଯାଆନ୍ତି ବା ଖରାପ ହୋଇଯାନ୍ତି । ଶକ୍ତିର ଆକର୍ଷଣ ଏପରି ଯେ ବେଳେବେଳେ ଜଣେ ବ୍ୟକ୍ତି ନିଜ ପିତା ଓ ପିଲାମାନଙ୍କୁ ମଧ୍ୟ ଭୁଲିଯାଏ । ଏହି ପରିସ୍ଥିତିରେ ଏହି ୫ଟି ଜିନିଷକୁ ଅନ୍ଧ ଭାବରେ ବିଶ୍ଵାସ କରିବା ପରିବର୍ତ୍ତେ ନିଜର ବିବେକକୁ ବ୍ୟବହାର କରିବା ଉଚିତ୍ ।