ଶ୍ରାଦ୍ଧ କଣ ଏହା ତ ଆପଣ ମାନେ ଜାଣି ହିଁ ଥିବେ । ତେବେ ତଥାପି ଆମେ କହି ରଖୁଚୁ କି ଶ୍ରାଦ୍ଧ ହେଉଛି ପିତୃପୁରୁଷଙ୍କ ସ୍ମରଣ କରିବା ବା ତାଙ୍କ ଉଦେଶ୍ୟରେ ପୂଜା ଅର୍ଚନା କରି ତାଙ୍କ ପସନ୍ଦର ଖାଦ୍ଯ ପ୍ରସ୍ତୁତ କରି ଅର୍ପଣ କରିବା । ଆଗ କାଳରେ ସମସ୍ତେ ମରୁତ ପିତା ମାତା ବା ଜେଜେ, ଜେଜେ ମାଙ୍କ ଉଦେଶ୍ୟରେ ଶ୍ରାଦ୍ଧ ବା ପିଣ୍ଡ ଦେଉଥିଲେ । ଯେଉଁଥିରେ ସେମାନେ ଘରକୁ ବ୍ରାହ୍ମଣ ଡାକି ପୂଜା କରାଊ ଥିଲେ । ଓ ସେହି ପୂଜାରେ ବିଭିନ୍ନ ପ୍ରକାର ଖାଦ୍ଯ ପ୍ରସ୍ତୁତ ହୁଏ ଯାହା ପିତୃପୁରୁଷଙ୍କୁ ପିଣ୍ଡ ଆକାରରେ ଅର୍ପଣ କରାଯାଏ ।
ପୂଜା ସାରିବା ପରେ ଯେଉଁ ବ୍ୟକ୍ତିଙ୍କର ଶ୍ରାଦ୍ଧ ଥାଏ ତାଙ୍କର ଭଣଜା ଭାଣେଜୀ ବା ନାତି ନାତୁମଣି ମାନେ ସେହି ପିଣ୍ଡ ପତ୍ରରେ ଖାଆନ୍ତି । କୁହାଯାଏ କି ଏହା ଦ୍ଵାରା ପିତୃପୁରୁଷଙ୍କ ଆତ୍ମା ଶାନ୍ତି ହୁଏ । କିନ୍ତୁ ଆଜିକାଲିର ଲୋକେ ଏ ସବୁ ଆଉ କରୁ ନାହାନ୍ତି , ଶ୍ରାଦ୍ଧରେ ସେମାନେ ମନ୍ଦିର ଯାଇ ପୂଜାରୀ ବ୍ରାହ୍ମଣଙ୍କୁ ଛଞ୍ଚା ଦେଇ ଆସୁଛନ୍ତି ।
ତେବେ ଶ୍ରାଦ୍ଧ ରେ ବ୍ରହ୍ମଣଙ୍କୁ ଖୁଏଇବା ବହୁତ ପୂଣ୍ୟ ର କାମ ଆଉ ଏହା ଏକ ଜରୁରୀ ପରମ୍ପରା ଅଟେ । ଏମିତି କୁହ ଯାଏ କି ବ୍ରାହ୍ମଣଙ୍କୁ ଭୋଜନ ନଦେଲେ କର୍ମ ପୂରଣ ହୁଏନି । ଧର୍ମ ଗ୍ରନ୍ଥ ଅନୁସାରେ ଏମିତି ମାନନ୍ତି କି ପବନ ସହ ପିତୃ ପୁରୁଷ ମାନେ ଵି ବ୍ରାହ୍ମଣଙ୍କ ସହ ଖାଇବାପାଇଁ ଆସନ୍ତି । ଏମିତିକି ମନରେ ଭାବନା ଆସେଯେ ବ୍ରାହ୍ମଣଙ୍କ ସହ ପିତୃପୁରୁଷ ମାନେଵି ଖାଉଛନ୍ତି । ସେଇଥିପାଇଁ ବ୍ରାହ୍ମଣଙ୍କୁ ଭୋଜନ ଦେବା ନିତ୍ୟାନ୍ତ ଆବଶ୍ୟକ ।
ଆବହମାନ କାଳରୁ ବ୍ରାହ୍ମଣ ମାନେ ଛତିଶ ପାଟକର ଗୁରୁଭାବେ ପୂଜ୍ୟ କାହିଁକିନା ବ୍ରାହ୍ମଣମାନେ ବେଦ ପାଠ କରିବାସହ ଅନ୍ୟମାନଙ୍କୁ ଜ୍ଞାନ ଅର୍ପଣ କରୁଛନ୍ତି । ତେଣୁ ତାଙ୍କୁ ଗୁରୁର ସମ୍ମାନ ଦିଆଯାଉଛି । ସେଇଥିପାଇଁ ବିଦ୍ଵାନ ଗୁରୁଙ୍କୁ ସବୁ ସମ୍ମାନ ସହ ଶରଧାରେ ଖୁଆଇ ସନ୍ତୁଷ୍ଟ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇ ପରିବାରର ସମସ୍ତ ସଦସ୍ୟଙ୍କୁ ସୁଖରେ ରହିବାର ଆଶୀର୍ବାଦ ପ୍ରଦାନ କରନ୍ତି ।
ଭୋଜନ ଦକ୍ଷିଣା ଦେଇ ସମ୍ମାନର ସହ ଘର ଦୁଆର ରେ ଛାଡିକି ଆସନ୍ତି କାହିଁକିନା ମନରେ ଭାବନା ଆସେ ଯେ ଗୁରୁବ୍ରାହ୍ମଣଙ୍କ ସହ ପିତୃପୁରୁଷ ମାନେଵି ବିଦାୟ ନିଅନ୍ତି ଆଉ ଘରକୁ ବହୁତ ଆଶୀର୍ବାଦ ଦିଅନ୍ତି । ପିତୃପୁରୁଷଙ୍କୁ ପ୍ରସନ୍ନ କରିବାପାଇଁ ବ୍ରାହ୍ମଣ ଦେବତାଙ୍କୁ ଭୋଜନ ଦେବା ଉଚିତ୍ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।