ଜ୍ୟୋତିଷଙ୍କ ଅନୁସାରେ ଯଦି ବାର ଅନୁଯାଇ ତିଳକ ଧାରଣ କରାଯାଏ ତେବେ ସେହି ବାର ସହିତ ଜଡିତ ଗ୍ରହ ଶୁଭଫଳ ଦେଇଥାନ୍ତି । ଅନେକ ପ୍ରକାରର ତିଳକ ଅଛି- ମୃତିକା, ଭସ୍ମ, ଚନ୍ଦନ, ସିନ୍ଦୁର, ଗୋପୀ ଆଦି ଅଛି । ସନାତନ ଧର୍ମରେ ଶୈବ, ଶାକ୍ତ, ବୈଷ୍ଣବ ଓ ଅନ୍ୟ ମତରେ ଭିନ୍ନ ଭିନ୍ନ ପ୍ରକାର ତିଳକ ରହିଛି ।
ଚନ୍ଦନ ତିଳକ ଲଗାଇଲେ ପାପ ନାଶ ହୁଏ, ସବୁ ସଙ୍କଟରୁ ରକ୍ଷା ମିଳେ, ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ, ଜ୍ଞାନ ବୃଦ୍ଧି ହୁଏ ଓ ସକ୍ରିୟ ହୁଅନ୍ତି । ଚନ୍ଦନ ଅନେକ ପ୍ରକାର- ହରି ଚନ୍ଦନ, ଗୋପୀ ଚନ୍ଦନ, ଧଳା ଚନ୍ଦନ, ଲାଲ୍ ଚନ୍ଦନ, ଗୋମତୀ ଓ ଗୋକୁଳ ଚନ୍ଦନ ଅଛି ।
ସୋମବାର- ସୋମବାର ଦିନ ଭଗବାନ ଶିବଙ୍କର ଅଟେ ଓ ଏହି ବାରର ସ୍ଵାମୀ ଚନ୍ଦ୍ର ଗ୍ରହ ଅଟନ୍ତି । ଚନ୍ଦ୍ର ମନକାରକ ଗ୍ରହ କୁହାଯାଏ । ତେଣୁ ମନକୁ କାବୁ କରି ମସ୍ତିଷ୍କକୁ ଥଣ୍ଡା ଓ ଶାନ୍ତ ରଖିବା ପାଇଁ ଧଳା ଚନ୍ଦନ ତିଳକ ଲଗାନ୍ତୁ । ଏହି ଦିନ ବିଭୁତି ବା ଭସ୍ମ ମଧ୍ୟ ଲଗାଇପାରିବେ ।
ମଙ୍ଗଳବାର- ଏହି ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କର ଅଟେ । ଏହି ବାରର ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି । ମଙ୍ଗଳ ଲାଲ୍ ରଙ୍ଗକୁ ପ୍ରତିନିଧିତ୍ଵ କରିଥାଏ । ଏହି ଦିନ ଲାଲ୍ ଚନ୍ଦନ ବା ଚାମେଲୀ ତେଲରେ ଗୋଳାଇ ସିନ୍ଦୁର ତିଳକ ଲଗାଇଲେ ଊର୍ଜା ଓ କାର୍ଯ୍ୟ କ୍ଷମତାରେ ବିକାଶ ହୁଏ । ମନର ଉଦାସ ଭାବ ଓ ନିରାଶ ଭାବ ଦୂର ହୁଏ ଏବଂ ଦିନ ଶୁଭ ହୁଏ ।
ବୁଧବାର- ଏହି ବୁଧବାର ଦିନ ମାତା ଦୂର୍ଗାଙ୍କର ଅଟେ । ଏହା ଶ୍ରୀ ଗଣେଶଙ୍କର ଦିନ ମଧ୍ୟ କୁହାଯାଏ । ଏହି ବାରର ସ୍ଵାମୀ ବୁଧ ଗ୍ରହ ଅଟନ୍ତି । ଶୁଖିଲା ସିନ୍ଦୂର ତିଳକ ଲଗାଇବା ଉଚିତ୍ । ଏଥିରେ ବୌଦ୍ଧିକ କ୍ଷମତା ବୃଦ୍ଧି ହେବା ସହ ତେଜ ଶକ୍ତି ବୃଦ୍ଧିହୋଇ ଦିନ ଶୁଭ ହୁଏ ।
ଗୁରୁବାର- ଏହି ଗୁରୁବାର ଦିନ ଭଗବାନ ବ୍ରହ୍ମାଙ୍କର ଅଟେ । ଏହି ଗୁରୁବାରକୁ ବୃହସ୍ପତି ମଧ୍ୟ କୁହାଯାଏ । ବୃହସ୍ପତି ଋଷି ଦେବତାଙ୍କ ଗୁରୁ ଅଟନ୍ତି । ଏହି ବାରର ସ୍ଵାମୀ ଗୁରୁ ଗ୍ରହ ଅଟନ୍ତି । ବୃହସ୍ପତିଙ୍କୁ ହଳଦିଆ ରଙ୍ଗ ପ୍ରିୟ ଅଟେ । ଏହି ଦିନ ଧଳା ଚନ୍ଦନରେ କେଶର ମିଶାଇ ମଥାରେ ତିଳକ ଲଗାଇବା ଉଚିତ୍ । ହଳଦୀ ବା ଗୋରଚନା ମଧ୍ୟ ତିଳକ ଲଗାଇ ପାରିବେ । ଏଥିରେ ମନ ପବିତ୍ର, ସକାରାତ୍ମକ ବିଚାର ଓ ଭଲ ଉପଦେଶ ମିଳିଥାଏ । ଆର୍ଥିକ ଚିନ୍ତା ମଧ୍ୟ ଦୂର ହୁଏ ।
ଶୁକ୍ରବାର- ଏହି ଶୁକ୍ରବାର ଦିନ ଭଗବାନ ଶ୍ରୀବିଷ୍ଣୁଙ୍କର ପତ୍ନୀ ମାତା ଲକ୍ଷ୍ମୀଙ୍କର ଅଟେ । ଏହି ବାରର ସ୍ଵାମୀ ଶୁକ୍ର ଗ୍ରହ ଅଟନ୍ତି । ଏହି ଗ୍ରହଙ୍କୁ ଦୈତ୍ୟମନ୍ତ୍ରୀ ମଧ୍ୟ କୁହାଯାଏ । ଦୈତ୍ୟରାଜଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ । ଏହି ଦିନ ଲାଲ୍ ଚନ୍ଦନ ଲଗାଇଲେ ଚିନ୍ତା ଦୂର ହୁଏ, ଭୌତିକ ସୁଖ ସୁବିଧାରେ ବୃଦ୍ଧି ହୁଏ । ଏହି ଦିନ ସିନ୍ଦୂର ମଧ୍ୟ ଲଗାଇ ପାରିବେ ।
ଶନିବାର- ଏହି ଶନିବାର ଦିନ ଭୈରବ ଦେବ, ଶନି ଦେବ ଓ ଯମରାଜଙ୍କର ଦିନ କୁହାଯାଏ । ଏହି ଦିନର ସ୍ଵାମୀ ଶନି ଗ୍ରହ ଅଟନ୍ତି । ଏହି ଦିନ ବିଭୁତି, ଭସ୍ମ ବା ବିଭୁତି ଚନ୍ଦନ ଲଗାଇବା ଉଚିତ୍ । ଏଥିରେ ଭୈରବ ଦେବ ପ୍ରସନ୍ନ ହୁଅନ୍ତି ଓ କିଛି କ୍ଷତି ହୁଏ ନାହିଁ ।
ରବିବାର- ଏହି ରବିବାର ଦିନ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟ ଦେବଙ୍କର ଅଟେ । ଏହି ଦିନର ସ୍ଵାମୀ ରବି ଗ୍ରହ ଅଟନ୍ତି । ରବି ଗ୍ରହମାନଙ୍କର ରାଜା ଅଟନ୍ତି । ଏହି ଦିନ ଲାଲ୍ ଚନ୍ଦନ ଲଗାଇବେ । ଏଥିରେ ମାନ ସମ୍ମାନ ବୃଦ୍ଧି ପାଏ ଓ ମନରେ ଭୟ ଦୂର ହୁଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।