ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ବିଷୟରେ କୁହାଯାଇଛି ଯେ ପ୍ରତ୍ୟେକ ଘରର ବାହାରକୁ ତୁଳସୀ ଗଛ ଲଗାଇବା ବାଧ୍ୟତା ଅଟେ । କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ଖାଏ, ସେହି ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ଚାନ୍ଦ୍ରାୟଣ ବ୍ରତର ଫଳ ପରି ସୁଦ୍ଧତା ହାସଲ କରିଥାଏ ।
ପ୍ରତିଦିନ ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କରିଲେ ତାହା ତୀର୍ଥଯାତ୍ରାରେ ସ୍ନାନ କରି ପବିତ୍ର ହେବା ସହ ସମାନ ଅଟେ । ଏହିପରି କରୁଥିବା ବ୍ୟକ୍ତି ସବୁ ଯଜ୍ଞରେ ବସିବାର ଅଧିକାର ପାଇଥାଏ । କେବଳ ଏତିକି ନୁହେଁ ଏହା ବାସ୍ତୁଦୋଷ ମଧ୍ୟ ଦୂର କରାଇବାରେ ସକ୍ଷମ ଥାଏ ।
ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ପ୍ରାଚୀନ କାଳର ପରମ୍ପରା ଅଟେ । ଯେଉଁ ଘରେ ସବୁ ଦିନ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ସୁଖ, ସମୃଦ୍ଧତା ଓ ସୌଭାଗ୍ୟ ମିଳିଥାଏ । କଦାପି ଅର୍ଥର ଅଭାବ ହୁଏ ନାହିଁ । ତେଣୁ ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ଉଚିତ୍ ।
ବିଶ୍ଵାସ କରାଯାଏ କି ଯଦି ଘରର ଅଗଣାରେ ତୁଳସୀ ଗଛ ଥାଏ ତେବେ ଘରେ ଅସନ୍ତୋଷ ଓ ବିଶୃଙ୍ଖଳା ଦୂର ହୁଏ । ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୁଏ । ପ୍ରତିଦିନ ଦହି ଚିନି ସହିତ ତୁଳସୀ ପତ୍ର ମିଶାଇ ଖାଇଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।
ଶାସ୍ତ୍ର ଅନୁସାରେ ତୁଳସୀ ପତ୍ର ଖାଇଲେ ମଧ୍ୟ ସବୁ ଦେବ ଦେବୀଙ୍କର ଆଶୀର୍ବାଦ ମିଳିଥାଏ । ଏହାକୁ ଔଷଧ ରୂପରେ ବ୍ୟବହାର କରିପାରିବେ । କଦଳୀ ସହିତ ତୁଳସୀ ପତ୍ର ଖାଇଲେ ଲାଭ ମିଳିଥାଏ । ଯେପରି କି ମନ କାର୍ଯ୍ୟରେ ଲାଗେ, ମାନସିକ ଚିନ୍ତା ରହେ ନାହିଁ, ଶରୀର ସର୍ବଦା ଊର୍ଜାବାନ ରହିଥାଏ । ଯଦି କାହାକୁ ନଜର ବା ଦୃଷ୍ଟି ପଡିଥାଏ ତେବେ ତୁଳସୀର ତାନ୍ତ୍ରିକ ଉପାୟ କରିଲେ ଲାଭ ପ୍ରାପ୍ତି ହୁଏ ।
ତୁଳସୀର ତାନ୍ତ୍ରିକ ଉପାୟ-
ପ୍ରଥମେ ୭ଟି ତୁଳସୀ ପତ୍ର ବା ତୁଳସୀର ଜଟା ଓ ୭ଟି ଗୋଲମରୀଚକୁ ନିଜ ହାତର ମୁଠାରେ ଧରନ୍ତୁ । ଏହାପରେ ଯେଉଁ ବ୍ୟକ୍ତିର ନଜର ଦୂର କରିବାକୁ ଥିବ ତାଙ୍କୁ ତଳେ ଶୁଆଇ ଦେଇ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ନିଜ ମୁଠାକୁ ୨୧ଥର ବୁଲାଇ ଆଣନ୍ତୁ । ପରେ ଗୋଲମରୀଚକୁ ସେହି ବ୍ୟକ୍ତିକୁ ଖାଇବାକୁ ଦେବ ଓ ତୁଳସୀ ପତ୍ରକୁ ହାତରେ ମକଚିଦେବ । ଏହାପରେ ପାଦ ତଳେ ଯେ କୌଣସି କପଡାରେ ୧୧ଥର ଝାଡିଦେବ । ଏହିପରି କଲେ ନଜର ଦୂର ହୋଇଯାଏ ।