୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି ।
ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ । ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।
କନ୍ୟା:-
୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ କନ୍ୟା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଚତୁର୍ଥ ଭାବରେ, ମଙ୍ଗଳ ଅଷ୍ଟମ ଭାବରେ, ଗୁରୁ, ଶନି ପଞ୍ଚମ ଭାବରେ, ଶୁକ୍ର, କେତୁ ତୃତୀୟ ଭାବରେ ଓ ରାହୁ ନବମ ଭାବରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ଚନ୍ଦ୍ର, ବୁଧ, ଗୁରୁ, ଶୁକ୍ର ଓ କେତୁ ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ । ଶୁକ୍ର, କେତୁ ତୃତୀୟ ଭାବରେ ଓ ଗୁରୁ ସନ୍ତାନ ଭାବରେ ଥିବାରୁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଧନ ସନ୍ତାନ ପର୍ଯ୍ୟନ୍ତ ନିଜର ପରିସ୍ଥିତି ବହୁତ ଭଲ ରହିବ ।
ଯଦି ବିଦେଶ ଯିବା ପାଇଁ ଯୋଜନା କରୁଛନ୍ତି ତେବେ ବିଦେଶ ଯାତ୍ରା କରିପାରିବେ । ହୋଟେଲ, ପ୍ରତ୍ନତତ୍ତ୍ବ, ଜ୍ୟୋତିଷ, ବାସ୍ତୁ, ରିସର୍ଚ, ବିଜ୍ଞାନ ଆଦି ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ଚନ୍ଦ୍ର ଲାଭ ସ୍ଥାନରେ ଥିବାରୁ ଆର୍ଥିକ ଅବସ୍ଥା ମଜବୁତ ରହିବ । ଯେଉଁମାନେ ନ୍ୟାୟ କିମ୍ବା ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଉନ୍ନତି ହେବ । ସମୟ ଭଲ ରହୁ ଥିବାରୁ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବା ସହ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଗୁରୁଙ୍କ କୃପାରୁ ଏହି ସମୟରେ ଅଟକିଥିବା କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ କରିପାରିବେ । ଯଦି ପାରିବାରିକ ଜୀବନରେ ସମ୍ପର୍କରେ ବାଧା ଓ କୌଣସି ଦ୍ଵନ୍ଦ ଥାଏ ତେବେ ଗୁରୁଙ୍କ ପ୍ରଭାବ ଦ୍ୱାରା ଏହାକୁ ମଧ୍ୟ ଦୂର କରାଯାଇପାରିବ । ଯୋଜନା କରିଥିବା କାର୍ଯ୍ୟକୁ ଆରମ୍ଭ କରିପାରିବେ ।
ମନରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ସୃଜନଶୀଳ ଲୋକଙ୍କ ପାଇଁ ସମୟ ଭଲ ରହିବ । ହଠାତ୍ ଗୁପ୍ତ ଧନ ପ୍ରାପ୍ତି ହେବ କିମ୍ବା ଲଟେରୀ ମାଧ୍ୟମରେ ଧନ ପ୍ରାପ୍ତି ହୋଇପାରେ । ଧନ ବୃଦ୍ଧି ହୋଇ ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ । ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳେଇବେ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ ।
ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ରାହୁ ଭାଗ୍ୟ ଭାବରେ ରହୁଥିବାରୁ ଆପଣଙ୍କ ଶକ୍ତି ବୃଦ୍ଧି ହେବ । ଯାହା କି ଆପଣଙ୍କର ଛୋଟ କାମକୁ ମଧ୍ୟ ବଡ କରିବାରେ ସାହାଯ୍ୟ କରିବ । କିନ୍ତୁ ପିତାଙ୍କ ସହିତ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇପାରେ । ପିତାଙ୍କର ସ୍ଵାସ୍ଥ୍ୟରେ ମଧ୍ୟ ପ୍ରଭାବ ପଡିପାରେ । ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ ।
ଶନି ସନ୍ତାନ ଭାବରେ ମଙ୍ଗଳ ଅଷ୍ଟମ ଘରେ ଥିବାରୁ ଯାହା ଦ୍ୱାରା ପାରିବାରିକ ବିବାଦରେ ପଡ଼ିପାରନ୍ତି । ପରିବାର ସହିତ ଆଦର୍ଶଗତ ପାର୍ଥକ୍ୟ ମଧ୍ୟ ବୃଦ୍ଧି ହୋଇପାରେ । ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସମୟ ପାଇଁ କାର୍ଯ୍ୟରେ ବାଧା ଉପୁଜିପାରେ, ସେଥିପାଇଁ ସତର୍କ ରହିବାକୁ ହେବ । ସତର୍କ ନ ହେଲେ କ୍ଷତି ସହିବାକୁ ପଡିବ । ଗୁରୁ ଗୁରୁଜନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ, ନଚେତ୍ କଷ୍ଟସାଧ୍ୟ ହୋଇ ପାରେ । ଯଦି ନିଜ କାର୍ଯ୍ୟରେ ବାଧା ହେଉଥାଏ ତେବେ ସେଥିରୁ ମୁକ୍ତି ପାଇବେ । ବିଚାରଧୀନ କାର୍ଯ୍ୟ ମଧ୍ୟ ଉନ୍ନତି ହେବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ ।
ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ସର୍ବକଷ୍ଟ ନିବାରଣ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୪ ମାଳା ଜପ କରନ୍ତୁ ଔଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ । ୨- ପ୍ରଥମ ମାସର ଯେକୌଣସି ଶନିବାରଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଷ୍ଟିଲଦ୍ରବ୍ୟ, ବିରି, କୋଳଥ, ରାଶିତେଲ, କଳାବସ୍ତ୍ର ବା କମ୍ବଳ, କଳାଫୁଲ, ମଇଁଷିକ୍ଷୀର ଓ ଚମଡାଜୋତା ଦାନ କରିବା ଉଚିତ୍ । ୩- ମଙ୍ଗଳବାର ଦିନ ଗ୍ରାମଦେବତୀଙ୍କ ପାଖରେ କିଛି ଭୋଗ ଲଗେଇ ଅସହାୟ ମାନକୁ ଖାଇବାକୁ ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।