Your Astrology Guru Lyrics
ଧନ ଯୋଡ଼ିଦେ ଯୋଡ଼ିଦେ ତୋ ଭାବ
ଆହା ରେ ମୋ କଳା ମାଧବ
aaha re mo kala madhaba Your Astrology Guru Lyrics in odia language
ଏ ଧନ ଯୋଡ଼ିଦେ..
ଧନ ଯୋଡ଼ିଦେ ଯୋଡ଼ିଦେ ତୋ ଭାବ
ଆହା ରେ ମୋ କଳା ମାଧବ
ତୁ ଚାହିଁ ଦେଲେ ସବୁ ଶୁଭ ଶୁଭ
ଆହା ରେ ମୋ କଳା ମାଧବ
ସକାଳ ପହରୁ ସଞ୍ଜ ହବା ଯାଏଁ
ତତେ ଦେଖିବାକୁ ଆତ୍ମା ଡାକୁଥାଏ
ତତେ ଡାକି ଡାକି..
ତତେ ଡାକି ଡାକି ଯାଉ ମୋର ଜୀବ
ଆହା ରେ ମୋ କଳା ମାଧବ
ଧନ ଯୋଡ଼ିଦେ ଯୋଡ଼ିଦେ ତୋ ଭାବ
ଆହା ରେ ମୋ କଳା ମାଧବ
ପଞ୍ଜୁରୀ ଭିତରେ ଶାରୀ ଛଟପଟ ହୁଏ ଭାରି
ନିତି ଚାହେଁ ଉଡିବାକୁ
ଡାକୁଥାଏ ହରି ହରି ଖୋଲିଦିଅ ମୋ ପଞ୍ଜୁରୀ
ଭେଟିବି ଯାଇ ତମକୁ
ପଞ୍ଜୁରୀ ଭିତରେ ଶାରୀ ଛଟପଟ ହୁଏ ଭାରି
ନିତି ଚାହେଁ ଉଡିବାକୁ
ଡାକୁଥାଏ ହରି ହରି ଖୋଲିଦିଅ ମୋ ପଞ୍ଜୁରୀ
ଭେଟିବି ଯାଇ ତମକୁ
ମନ ଶାରୀ ବସି ଦିନ ଗଣୁଥିବ
କିଏ ଜାଣେ କେତେ ବେଳେ ଉଡିଯିବ
ତୋ କୂଳରେ…
ତୋ କୂଳେ ଲଗେଇଦେ ମୋ ନାବ
ଆହା ରେ ମୋ କଳା ମାଧବ
ଧନ ଯୋଡ଼ିଦେ ଯୋଡ଼ିଦେ ତୋ ଭାବ
ଆହା ରେ ମୋ କଳା ମାଧବ
ମାଗୁନାହିଁ ଧନଲକ୍ଷ୍ମୀ ଚାହୁଁନାହିଁ ସୁଖଶିରି
କାଳେ ତତେ ଭୁଲି ଯିବି
ଅଭାବ ସାଥି ହେଲେ ଦୁଃଖ ପାଖେ ପାଖେ ଥିଲେ
ତତେ ନିତି ଝୁରୁଥିବି
ମାଗୁନାହିଁ ଧନଲକ୍ଷ୍ମୀ ଚାହୁଁନାହିଁ ସୁଖଶିରି
କାଳେ ତତେ ଭୁଲି ଯିବି
ଅଭାବ ସାଥି ହେଲେ ଦୁଃଖ ପାଖେ ପାଖେ ଥିଲେ
ତତେ ନିତି ଝୁରୁଥିବି
ପୂର୍ବ ଜନମରେ କରିଥିବି କିଛି
ଏଇ ଜନମରେ ତତେ ମୁ ପାଇଚି
ଧନ ବୁଝୁ ଥିବୁ…
ଧନ ବୁଝୁ ଥିବୁ ମୋ ହାନି ଲାଭ
ଆହା ରେ ମୋ କଳା ମାଧବ
ଧନ ଯୋଡ଼ିଦେ ଯୋଡ଼ିଦେ ତୋ ଭାବ
ଆହା ରେ ମୋ କଳା ମାଧବ
ତୁ ଚାହିଁ ଦେଲେ ସବୁ ଶୁଭ ଶୁଭ
ଆହା ରେ ମୋ କଳା ମାଧବ
ସକାଳ ପହରୁ ସଞ୍ଜ ହବା ଯାଏଁ
ତତେ ଦେଖିବାକୁ ଆତ୍ମା ଡାକୁଥାଏ
ତତେ ଡାକି ଡାକି..
ତତେ ଡାକି ଡାକି ଯାଉ ମୋର ଜୀବ
ଆହା ରେ ମୋ କଳା ମାଧବ
ଆହା ରେ ମୋ କଳା ମାଧବ
ଆହା ରେ ମୋ କଳା ମାଧବ
ଆହା ରେ ମୋ କଳା ମାଧବ
aaha re mo kala madhaba Your Astrology Guru Lyrics in odia language
Thank You