ଏରୁଣ୍ଡି ଡେଇଁବା ପାଇଁ ରାଧାକୁ ହେଇଛି ମନା
ଘର କୋଣରେ ସେ ବସି କରିଛି ତା ମନ ଉଣା
ଏରୁଣ୍ଡି ଡେଇଁବା ପାଇଁ ରାଧାକୁ ହେଇଛି ମନା
ଘର କୋଣରେ ସେ ବସି କରିଛି ତା ମନ ଉଣା
ବାନ୍ଧୁନି ଗଜରା ପିନ୍ଧୁନି ଗହଣା
ଏଡିକି ମାନିନୀ ଦେଖୁନି ଆଇନା
ନା ନା ନା ନା ରେ କାହ୍ନା ନଯା ଯମୁନା
ନା ନା ନା ନା ରେ କାହ୍ନା ନଯା ଯମୁନା
ଯମୁନାର ଜଳ ହବ ନାହିଁ ନୀଳ
ରାଧା ନଥିଲେ ତୋ ସାଥିରେ
ଏଇ ସଞ୍ଜ ବେଳ ହବନି ମଧୁର
ଅଧା ଥିଲେ ରାଧା ପ୍ରୀତିରେ
ହାଁ ଯମୁନାର ଜଳ ହବ ନାହିଁ ନୀଳ
ରାଧା ନଥିଲେ ତୋ ସାଥିରେ
ଏଇ ସଞ୍ଜ ବେଳ ହବନି ମଧୁର
ଅଧା ଥିଲେ ରାଧା ପ୍ରୀତିରେ
ଧରିଚି ଘୁଙ୍ଗୁର ପିନ୍ଧି ସେ ପାରେନା
ସକେଇ କାନ୍ଦୁଚି ତା ମନ ମଇନା
ନା ନା ନା ନା ରେ କାହ୍ନା ବଂଶୀ ବଜାନା
ନା ନା ନା ନା ରେ କାହ୍ନା ନଯା ଯମୁନା
ବଇଁଶୀ ବାଜିଲେ ଯମୁନା କୂଳରେ
ରାଧା କିବା ରହି ପାରିବ
କାହ୍ନୁ ତୋ ବାହୁରେ ଆଉ କେ ଝୁଲିଲେ
ରାଧା କିବା ସହି ପାରିବ
ହାଁ ବଇଁଶୀ ବାଜିଲେ ଯମୁନା କୂଳରେ
ରାଧା କିବା ରହି ପାରିବ
କାହ୍ନୁ ତୋ ବାହୁରେ ଆଉ କେ ଝୁଲିଲେ
ରାଧା କିବା ସହି ପାରିବ
ଥୋଇଚି ମାଠିଆ ଖୋଜୁଚି ବାହାନା
ବାଧୁଚି ଭାରି ତୋ ବିରହ ବେଦନା
ନା ନା ନା ନା ରେ କାହ୍ନା ଆଉ କନ୍ଦାନା
ନା ନା ନା ନା ରେ କାହ୍ନା ଆଉ କନ୍ଦାନା
ଏରୁଣ୍ଡି ଡେଇଁବା ପାଇଁ ରାଧାକୁ ହେଇଚି ମନା
ଘର କୋଣରେ ସେ ବସି କରିଚି ତା ମନ ଉଣା
ବାନ୍ଧୁନି ଗଜରା ପିନ୍ଧୁନି ଗହଣା
ଏଡିକି ମାନିନୀ ଦେଖୁନି ଆଇନା
ନା ନା ନା ନା ରେ କାହ୍ନା ନଯା ଯମୁନା
ନା ନା ନା ନା ରେ କାହ୍ନା ବଂଶୀ ବଜାନା
ନା ନା ନା ନା ରେ କାହ୍ନା ଆଉ କନ୍ଦାନା
ନା ନା ନା ନା ରେ କାହ୍ନା ନଯା ଯମୁନା