Your Astrology Guru Lyrics
ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ
Ahe Nila Saila Prabala Matta Barana Your Astrology Guru Lyrics In Odia Language
ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ
ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ
ଆହେ ନୀଳ ଶୈଳ
ଗଜରାଜ ଡାକ ଦେଲା ଥାଇ ଘୋର ଜଳେଣ
ଗଜରାଜ ଡାକ ଦେଲା ଥାଇ ଘୋର ଜଳେଣ
ଚକ୍ରପେଷି ନକ୍ରନାଶି କୃପା କଲ ଆପଣ
ଆହେ ନୀଳ ଶୈଳ
ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ
ଘୋର ବନେ ମୃଗୁଣୀକୁ ପଡିଥିଲା କଷଣ
କେଡେ ବଡ ବିପତ୍ତିରୁ କରି ଅଛ ତାରଣ
ଆହେ ନୀଳ ଶୈଳ
କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ୟା କଲ ବାରଣ
ଆହେ ନୀଳ ଶୈଳ
ନୀଳାଚଳେ ବିଜେ କରି ବୌଦ୍ଧ ଅବତାରେଣ
ନୀଳାଚଳେ ବିଜେ କରି ବୌଦ୍ଧ ଅବତାରେଣ
ବେନି ଭୁଜ ଟେକି ପ୍ରଭୁ ଯାଚୁ ଅଛ ଶରଣ
ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ
ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ ବନକୁ କର ଦଳନ
ଆହେ ନୀଳ ଶୈଳ
Ahe Nila Saila Prabala Matta Barana Your Astrology Guru Lyrics In Odia Language
Thank You