Loading...

299 Big Street, Govindpur, India

Open daily 10:00 AM to 10:00 PM

ଐଶାନ୍ୟ କୋଣରେ ଦ୍ଵାର ଥିବା ବାସଗୃହ– ଐଶାନ୍ୟ କୋଣରେ ମୁଖ୍ୟଦ୍ଵାର ଠିକ ନା ଭୁଲ ? କଣ କରିବେ ପ୍ରତିକାର- Vastu Tips

ଐଶାନ୍ୟ କୋଣରେ ସଡ଼କ ଥିଲେ କିମ୍ବା ଜାଗା କଣ ମୋଡଥିଲେ ଗୃହର ଐଶାନ୍ୟ କୋଣରେ ଦ୍ଵାର କରିବାକୁ ପଡିଥାଏ । ଏଭଳି ଜାଗାରେ ଗୃହନିର୍ମାଣ କରିବାବେଳେ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ସହିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବା ଉଚିତ୍ । ସବୁ ଦିଗକୁ ଲକ୍ଷ କରି ଦ୍ଵାର ନିର୍ମାଣ କରିଥିଲେ ସମସ୍ତ ବିପଦକୁ ଟାଳିଦେଇ ହବ । ଉତ୍ତରଦ୍ଵାର ଅତ୍ୟନ୍ତ ଶୁଭ ହୋଇଥିଲେ ମଧ୍ୟ ଯଦି ଦ୍ଵାରବେଧ ରହୁଥାଏ କିମ୍ବା ଭୁଲ ଭାଗରେ ଦ୍ଵାର ନିର୍ମାଣ କରିଥାନ୍ତି ତେବେ ବିପଦର ସମ୍ମୁଖୀନ ହେବାକୁ ପଡିବ । ଦ୍ଵାରବେଧ କଣ ଭୁଲ୍ ଭାଗ କାହାକୁ କହନ୍ତି ସେବିଷୟରେ ଜାଣିବା ଓ କଣ ବାସ୍ତୁ ଜ୍ଯୋତିଷ ଉପଚାର କଲେ ଭୁଲ୍ ତୃଟିକୁ ସୁଧାରୀ ପାରିବା ଆସନ୍ତୁ ଜାଣିବା ।

ଦ୍ଵାର ବେଧ- ଯଦି ଦ୍ଵାର ସାମ୍ନାରେ ତ୍ରିଛକିରାସ୍ତା, ବଡବୃକ୍ଷ, କୂଅ ପୋଖରୀ, ଉଚ୍ଚାଖମ୍ବ, ଦେବା ଦେବୀ ମନ୍ଦିର ଥିଲେ ଦ୍ଵାରର ବେଧ ହୋଇଥାଏ ଏହା ଅଶୁଭ ହେବ । କିନ୍ତୁ ଘରର ଉଚ୍ଚତା ଯେତେଫୁଟ ଥିବ ସେତିକି ଫୁଟ ଦୂରତାରେ ଉକ୍ତ ପଦାର୍ଥ ଦ୍ଵାର ସାମ୍ନାରେ ଥିଲେ ବେଧ ଦୋଷ ଲାଗେ ନାହିଁ । ବେଧଫଳ- ତ୍ରିଛକି କିମ୍ବା ଚାରିଛକି ରାସ୍ତାରେ ବେଧ ହେଲେ ଗୃହ ସ୍ଵାମୀଙ୍କ ଉନ୍ନତିରେ ବାଧାଆସେ । ବୃକ୍ଷ ବେଧରେ ସନ୍ତାନ କଷ୍ଟ, ଦ୍ଵାର ପାଖରେ ନର୍ଦମା ବା ଆବର୍ଜନା ରହିଲେ ରୋଗଶୋକ, କୂଅ ସାମ୍ନାରେ ରହିଲେ ଅଚିହ୍ନା ରୋଗ ହୁଏ, ଦେବତାଙ୍କ ମୂର୍ତ୍ତି ବା ମନ୍ଦିର ରହିଲେ ରୋଗ, ରୁଣ, ସତୃଙ୍କ ଦ୍ଵାରା ପୀଡା, ଖମ୍ବ ରହିଲେ ମାନସିକ ଦୁଶ୍ଚିନ୍ତା ଲାଗିରୁହେ ଓ ଶିକ୍ଷାକେନ୍ଦ୍ର, ଦୋକାନ ଆଦି ସାମ୍ନାରେ ରହିଲେ ବାଦବିବାଦ, ମାଲିମୋକଦ୍ଦମା ଲାଗି ରହିଥାଏ ।

ଐଶାନ୍ୟ କୋଣ ଦ୍ଵାର = ୧- ସର୍ପ-ପୁତ୍ର ବୈର । ୨-ଅଦିତି- ସନ୍ତାନଲାଭ । ୩-ଦିତି- ଦରିଦ୍ରତା । ୪-ଶିଖୀ- ଅଗ୍ନି ଭୟ । ୫-ଶିଖୀ- ଅଗ୍ନି ଭୟ । ୬-ପର୍ଜନ୍ୟ- ଲକ୍ଷ୍ମୀବାସ । ୭-ଜୟ- ଧନ ବୃଦ୍ଧି । ୮-ଇନ୍ଦ୍ର କ୍ରୋଧ ବୃଦ୍ଧି । ଶାସ୍ତ୍ରରେ ଅଛି –ଦକ୍ଷିଣ ଦରଜା ରଜା, ଉତ୍ତର ତାହାର ପ୍ରଜା, ପୂରୁବେ ପାଇବ ମଜ୍ଜା, ପଶ୍ଚିମେ ଭୋଗିବ ସଜ୍ଜା । ଐଶାନ୍ୟ କୋଣରେ ଦ୍ଵାର କରିବାକୁ ପଡୁଥିବା ଗୃହର ମୁଖ୍ୟ ପ୍ରବେଶ ଦ୍ୱାରକୁ, ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଫିତା ପକାଇ ମାପି ଯେତେ ଫୁଟ ହେବ ତାହାକୁ ଆଠ ଭାଗ କଲା ପରେ ଦ୍ଵିତୀୟ, ଷଷ୍ଠ ଓ ସପ୍ତମ ଭାଗରେ ବାସ ଗୃହର ମୁଖ୍ୟ ଦ୍ୱାର କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ।

ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ଉତ୍ତର ଦିଗର ପ୍ରଥମ ଭାଗରେ ସନ୍ତାନ ମାନେ ବିରୁଦ୍ଧାଚରଣ କରନ୍ତି ଓ ସନ୍ତାନ ମାନେ ଉତ୍ସୃଙ୍ଖଳ ହୋଇଥାନ୍ତି । ଦ୍ଵିତୀୟ ଭାଗରେ ସନ୍ତାନ ଲାଭ, ସନ୍ତାନ ମାନଙ୍କର ଉନ୍ନତି, ବିଦ୍ୟା, ବୁଦ୍ଧି, ଯଶ ମାନ, ପ୍ରତିଷ୍ଠା, ପତିପ୍ରତ୍ତି, ଧନରତ୍ନ ଆଦି ଲାଭ ହୁଏ । ତୃତୀୟ ଭାଗରେ ଦାଂପତ୍ୟ ସୁଖ ହାନୀ, ଶୋକାତୁର, ଅନାଟନ ଦୁଃଖ ଦୈନତା ଭିତରେ ଦିନ କାଟିବାକୁ ପଡ଼େ । ଚତୁର୍ଥ ଭାଗରେ ଆକସ୍ମିକ ଦୁଃଖକଷ୍ଟ ଭୋଗ କରିବାକୁ ପଡେ ଓ ରୋଗ, ରୁଣ, ଶତୃ ବୃଦ୍ଧି ପାଇବେ । ପଞ୍ଚମ ଭାଗରେ କର୍ମ ବ୍ୟବସାୟ ନାଶ, ଶତୃ ବୃଦ୍ଧି, ରୋଗ ଋଣରେ ପୀଡ଼ିତ ହୁଅନ୍ତି । ଷଷ୍ଠଭାଗରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ ।

ସପ୍ତମ ଭାଗରେ ସନ୍ତାନ ମାନଙ୍କର ଉନ୍ନତି ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତି ଓ ସୁଖ, ଶାନ୍ତି ସେ ଗୃହରେ ବିରାଜ ମାନ କରେ । ଅଷ୍ଟମ ଭାଗରେ ଘରର ସଦସ୍ୟ ବନ୍ଧନଭୟ ପାଇବା ସହ ଆକସ୍ମିକ ଦୁର୍ଘଟଣାର ଶିକାର ହୁଅନ୍ତି । ଐଶାନ୍ୟଦ୍ଵାର ଥିବା ବାସଗୃହରେ ଶୁଭକାରକ ତଥ୍ୟ :-୧ । ଏଭଳି ଗୃହର ସମ୍ମୁଖଭାଗ ଖାଲି ରଖିବା ଉତ୍ତମ । ଏହି ଅଂଶ ପରିଷ୍କାର ରଖିବେ । କୌଣସି ଓଜନ ଜିନିଷ ଏହି ଭାଗରେ ରଖିବେ ନାହିଁ । ଏହା ଉପରେ ନଡ଼ାକୁଟା, ମଇଳା-ଆବର୍ଜନା ଆଦି ଗଦା କରି ରଖିବେ ନାହିଁ । ଏପରିକି ଝାଡ଼ୁ ମଧ୍ୟ ରଖିବ ନାହିଁ । ୨ । ସବୁ କୋଠରିର ଐଶାନ୍ୟକୋଣ ଠିକ୍ ରଖିବେ । ଏହି କୋଣ ଖଣ୍ଡିତ ଓ ଢ଼ାଙ୍କି ହୋଇ ରହିବାକୁ ଦେବେ ନାହିଁ ।

୩ । ଐଶାନ୍ୟ କୋଣ ସର୍ବଦା ଦକ୍ଷିଣ, ପଶ୍ଚିମ ଭାଗ ଅପେକ୍ଷା ନୀଚା ରହିଲେ ସବୁପ୍ରକାର ସୁଖ ଶାନ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ । ୪ । ଐଶାନ୍ୟ କୋଣ ଆଡ଼କୁ ଯିବା ଆସିବାର ଦ୍ୱାର ରଖିବେ । ୫ । ଘରର ପାଣି ଐଶାନ୍ୟ କୋଣ ପଟେ ବାହାରକୁ ଯିବା ଶୁଭପ୍ରଦ । ଘରର ଚଟାଣ ସେଥିପାଇଁ ଐଶାନ୍ୟ କୋଣକୁ ଗଡ଼ାଣିଆ ରଖିବା ଉତ୍ତମ । ୬ । ଐଶାନ୍ୟ କୋଣ ଦ୍ଵାର ସମ୍ମୁଖରେ କୂଅ, ନାଳ, ନଦୀ, ପୋଖରୀ ଆଦି ଜଳସ୍ରୋତ ରହିବା ଧନ-ସମ୍ପଦ ବୃଦ୍ଧିକାରକ ଅଟେ । ଅଶୁଭକାରକ ତଥ୍ୟ:- ୧ । ଐଶାନ୍ୟ କୋଣକୁ ଖଣ୍ଡିତ କରିଲେ ସନ୍ତାନ ସୁଖ ପ୍ରାପ୍ତିରେ ବାଧା ପହଞ୍ଚେ । ୨ । ଐଶାନ୍ୟ କୋଣ କେବେ ବି ଉଚ୍ଚା କରିବେ ନାହିଁ । ଏଭଳି ନିର୍ମାଣ ଧନହାନୀ ଘଟାଏ । ପାଚେରି କଲେ ମଧ୍ୟ ଐଶାନ୍ୟ, ପୂର୍ବ ଓ ଉତ୍ତର ପାଖର କାନ୍ଥ ନୀଚା ରଖିବେ । ଏହି ଦିଗରେ ମଧ୍ୟ କୌଣସି ନିର୍ମାଣ ଉଚ୍ଚା କରିବେ ନାହିଁ ।

4 । ଐଶାନ୍ୟ କୋଣ ଅପରିଷ୍କାର ରଖିବେ ନାହିଁ । କୁଣ୍ଡା, ପଥର, ମାଟି ଆଦି କୌଣସି ବସ୍ତୁ ଗଦା କରି ରଖିଲେ ଆୟୁଷ କ୍ଷୀଣ ହେବା ସହ ଅନେକ କଷ୍ଟ ଭୋଗିବାକୁ ପଡ଼େ । ଅସୁବିଧା, ଅସଫଳତା ଓ ନିରାଶା ଦେଖାଦେଇ ଥାଏ । ୪ । ଐଶାନ୍ୟ କୋଣରେ ଠାକୁରଘର ବା ଇଶାଣ, ଦେଇପିଣ୍ଡି, ରୋଷେଇ ଘରର ଐଶାନ୍ୟ କୋଣରେ ରହୁଥିବାରୁ ରୋଷେଇ ଘର କରି ରୋଷେଇ ଘରର ଐଶାନ୍ୟ କୋଣରେ ଠାକୁର ଅଗ୍ନି କୋଣରେ ରୋଷେଇ କଲେ ଗୃହରେ ସୁଖଶାନ୍ତି, ସନ୍ତାନ ମାନଙ୍କର ଉନ୍ନତି, ବିଦ୍ୟା, ବୁଦ୍ଧି, ଯଶ ମାନ, ପ୍ରତିଷ୍ଠା, ପତିପ୍ରତ୍ତି, ଧନରତ୍ନ ଆଦି ଲାଭ ହୁଏ ।

ବ୍ୟବସାୟ ଗୃହ ନିର୍ମାଣ କଲେ ଏଭଳି ସ୍ଥଳେ ହୋଟେଲ, ଅଫିସ୍, ରେଡିମେଡି, ଶାଢୀ, ସମସ୍ତ ପ୍ରକାରବସ୍ତ୍ର, ଅଗରବତୀ, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି ଓ ଖାଦ୍ୟଦ୍ରବ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ ଓ ସମସ୍ତ ବ୍ୟବସାୟ କେନ୍ଦ୍ର ମଧ୍ୟ କରି ପାରିବେ । ଏହାର ବ୍ୟତିକ୍ରମରେ ଗୃହ ନିର୍ମାଣ କରିଥିଲେ ସମ୍ପୂର୍ଣ୍ଣ ବାସ୍ତୁ ଯନ୍ତ୍ର ଗୃହରେ ସ୍ଥାପନ କରି ପ୍ରତ୍ୟେକ ଦିନ ମାଟି ଦୀପରେ ତେଜଣା ପାଇଁ ଲୁହାକଣ୍ଟାଟିଏ ପକାଇ ପଚାଶଗ୍ରାମ୍ ଶୋରିଷତେଲ ଦେଇ ଆଙ୍ଗୁଠିମୋଟର ବଳୀତା ପକାଇ ଦୀପ ଜାଳିବେ ଦିନକୁ ଥରେ ଓ ବାସ୍ତୁ କ୍ୟାସେଟ୍ ବଜାଇଲେ ଗୃହର ସମସ୍ତ ଦୋଷ ଖଣ୍ଡନ ହେବ । ଏହି ଯନ୍ତ୍ର ପାଖରେ ୧ଠଠ ଦିନ ପର୍ଯ୍ୟନ୍ତ ଦୀପ ଜାଳିଲା ପରେ ଯନ୍ତ୍ର କାର୍ଯ୍ୟକାରୀ ହେବ ଏବଂ ୧୦୦ଦିନ ପରେ ପ୍ରତ୍ୟେକ ମାସର ଆମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ଅଷ୍ଟମୀ ଓ ଚତୁର୍ଥୀ ତିଥିରେ ସାମାନ୍ୟ ତେଲ ଦେଇ ଦୀପ ଜାଳିବାକୁ ପଡିବ । ଅଶୌଚ ସମୟରେ ଦୀପ ଦେବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00