Your Astrology Guru Lyrics
ଅଜଣା ଏଇ ନଈ ଅଜଣା ଏଇ ନଈ
ତାର ଠିକଣା ନାହିଁରେ ଜଣା
Ajana Ae Nai Tara Thikana Your Astrology Guru Lyrics In Odia Language
ଅଜଣା ଏଇ ନଈ ଅଜଣା ଏଇ ନଈ
ତାର ଠିକଣା ନାହିଁରେ ଜଣା
ତାର ଠିକଣା ନାହିଁରେ ଜଣା
ଯେ ପଥେ ଯାଏ ରେ ବହି
ଅଜଣା ଏଇ ନଈ ଅଜଣା ଏଇ ନଈ
ଚଲାପଥେ ବାଧା କେତେ ତା ଆଖିରେ
ମୋର ତା ଆଖିରେ
କେତେ ଗିରିବନ ମରୁଭୂଇଁ
କେତେ ଗିରିବନ ମରୁଭୂଇଁ
ଓ.. ବହିଯାଏ ତେବେ ଯିଏ ଜୀବନ
ଏଇ ଜୀବନ ଆଶା ନିରାଶର ବେଳା ଛୁଇଁ
ଆଶା ନିରାଶର ବେଳା ଛୁଇଁ
ଅଭିମାନିନୀ ଯାଏ ରେ ଧାଇଁ
ଅଭିମାନିନୀ ଯାଏ ରେ ଧାଇଁ
ସାଗରେ ମିଶିବା ପାଇଁ
ଅଜଣା ଏଇ ନଈ ଅଜଣା ଏଇ ନଈ
ଜହ୍ନ ହସେ ମେଘ ଆସେ ଆକାଶେ
ନୀଳ ଆକାଶେ ଘନ ଅନ୍ଧାର ଆସଇ ଘେରି
ଘନ ଅନ୍ଧାର ଆସଇ ଘେରି
ଓ… ଝଡ ଆସେ ମେଘ ଖସେ ଭୁଇଁରେ
ଫଟା ଭୁଇଁରେ କେତେ ସବୁଜ ଫସଲ ଭରି
କେତେ ସବୁଜ ଫସଲ ଭରି
ସୁଖ ଦୁଃଖ ହସ ଲୋତକ
ସୁଖ ଦୁଃଖ ହସ ଲୋତକ
ନିଅତିର ଖେଳ ଏଇ
ଅଜଣା ଏଇ ନଈ ଅଜଣା ଏଇ ନଈ
ବୈଶାଖୀ ଆଣେ ଡାକି ଧରାରେ
ବରଷା ଧରାରେ
ଧରା ପତରର ଚିଠି ଲେଖି
ଧରା ପତରର ଚିଠି ଲେଖି
ଓ…କିଏ ମଣି କିଏ କାଚ ସହିରେ
ମୋର ସହିରେ ତାକୁ ସମୟ ଯାଏ ପରଖି
ତାକୁ ସମୟ ଯାଏ ପରଖି
ପଥର କଲେ ଅଧୀର ମୋତି
ପଥର କଲେ ଅଧୀର ମୋତି
ଦୁଃଖ ରାତି ଯାଏ ପାହି
ଅଜଣା ଏଇ ନଈ ଅଜଣା ଏଇ ନଈ
Ajana Ae Nai Tara Thikana Your Astrology Guru Lyrics In Odia Language
Thank You