Loading...

299 Big Street, Govindpur, India

Open daily 10:00 AM to 10:00 PM

ଆର୍ଥିକ ସମସ୍ଯା ଦୂର କରି ଧନ ବୃଦ୍ଧି କରାଏ ଏହି ୫ଟି ରତ୍ନ

ସବୁ ଲୋକମାନଙ୍କର ମନରେ ଥାଏ ଯେ କଦାପି ପଇସା ଅଭାବ ନହେଉ ଓ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେଉ । ଅନେକ ଥର ବହୁତ ପରିଶ୍ରମ କରିବା ପରେ ମଧ୍ୟ ପାଖରେ ଗୋଟିଏ ପଇସା ରୁହେ ନାହିଁ । ଅଯଥାରେ ପଇସା ଖର୍ଚ୍ଚ ହୋଇଯାଏ । ରତ୍ନ ଶାସ୍ତ୍ରରେ ଧନ ବା ପଇସା ସହିତ ଜଡିତ କେତେକ ଉପାୟ ଦିଆଯାଇଛି । ଏହି ଶାସ୍ତ୍ରରେ କିଛି ରତ୍ନ ବିଷୟରେ ଦିଆଯାଇଛି ଯାହାକୁ ଧାରଣ କଲେ ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରତ୍ନ ଗୁଡିକ ବିଷୟରେ ।

୧- ସୁନହଲା ରତ୍ନ- ୟେଲୋ ଟୋପାଜ ( Golden Jewel )

ରତ୍ନ ଶାସ୍ତ୍ର ଅନୁସାରେ ଅଯଥାରେ ଧନ ହାନି ବା ଆର୍ଥିକ କ୍ଷତି ହେଲେ ୟେଲୋ ଟୋପାଜ ରତ୍ନ ଧାରଣ କରିବା ଉଚିତ୍ । କୁହାଯାଏ କି ଏହି ରତ୍ନରେ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏହା ବ୍ୟତୀତ ଯଦି ଘରେ ଧନ ଅଭାବ ହେଉଛି ତେବେ ମଧ୍ୟ ଏହି ୟେଲୋ ଟୋପାଜ ରତ୍ନ ଧାରଣ କରିପାରିବେ । କୁହାଯାଏ କି ଏହି ରତ୍ନ ଧାରଣ କଲେ ଲକ୍ଷ ପ୍ରାପ୍ତିରେ ସହଜ ହୋଇଯାଏ ।

୨- ଶାଗୁଆ ରଙ୍ଗର ଜେଡ୍ ଷ୍ଟୋନ ( Green Jade Stone )

ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଓ ଆର୍ଥିକ କ୍ଷେତ୍ର ମଜବୁତ୍ ହେବାକୁ ଚାହୁଞ୍ଚନ୍ତି ତେବେ ଏହି ରତ୍ନ ଧାରଣ କରିବା ଉଚିତ୍ । କୁହାଯାଏ କି ଏହି ରତ୍ନ ବ୍ୟକ୍ତିକୁ ତାର ମନ ଲଗାଇ କାମ କରିବା ପାଇଁ ସାହାଯ୍ୟ କରିଥାଏ । ସେହି ବ୍ୟକ୍ତି ବ୍ୟବସାୟ ସହିତ ଜଡିତ ମାମଲା ସବୁ ସଠିକ୍ ଯୋଜନା କରିଥାଏ । ଏହି ରତ୍ନକୁ ଧନ ସମୃଦ୍ଧି ପାଇଁ ମଧ୍ୟ ଉତ୍ତମ କୁହାଯାଏ ।

୩- ଟାଇଗର ରତ୍ନ- ( Tiger gems )

ରତ୍ନ ଶାସ୍ତ୍ରରେ ଏହି ରତ୍ନକୁ ସବୁଠାରୁ ପ୍ରଭାବି ଓ ଶୀଘ୍ର ଫଳଦାୟୀ ରତ୍ନ ବୋଲି କୁହାଯାଇଛି । ସେଥିପାଇଁ ଏହାକୁ ଟାଇଗର ରତ୍ନ କୁହାଯାଏ । ଏହି ରତ୍ନ ଧାରଣ କଲେ ବିଗିଡି ଯାଇଥିବା କାମ ଅତି ସହଜରେ ଶୀଘ୍ର ପୂରଣ ହୋଇଯାଏ ।

୪- ମାକ୍ଷିକ ରତ୍ନ- ( Magic Jewel )

ଏହି ରତ୍ନ ଏକ ଖଣିଜ ପଦାର୍ଥ ଅଟେ । ଏହା ଗନ୍ଧକ ସହିତ ମିଶାଇ ତିଆରି କରାଯାଏ । କୁହାଯାଏ କି ଏହାକୁ ଧାରଣ କରିଲେ ପଇସା କମେଇବା ପାଇଁ ନୂଆ ନୂଆ ଯୋଜନା ମିଳିଥାଏ । ଏହି ରତ୍ନ କାଚ ପରି ଚକ୍ ଚକ୍ ଦେଖାଯାଏ । ରତ୍ନ ଶାସ୍ତ୍ର ଅନୁସାରେ ଏହି ରତ୍ନ ଆତ୍ମ ବିଶ୍ଵାସକୁ ମଧ୍ୟ ବୃଦ୍ଧି କରିଥାଏ ।

୫- ଗ୍ରୀନ (Green Enchantin )

ରତ୍ନ ଶାସ୍ତ୍ରରେ ଏହି ରତ୍ନ ବ୍ୟବସାୟୀ ମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । କୁହାଯାଏ କି ଏହି ରତ୍ନ ଧନକୁ ଆକର୍ଷିତ କରିଥାଏ । ଧନ କମେଇବା ପାଇଁ ବାଟ ମଧ୍ୟ ଦେଖାଯାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00