Your Astrology Guru Lyrics
ଆସ ହେ ଆସ ବ୍ରହ୍ମା ଆସ ହେ ଆସ ବିଷ୍ଣୁ
Asa He Asa Brahma Your Astrology Guru Lyrics In Odia Language
ଆସ ହେ ଆସ ବ୍ରହ୍ମା ଆସ ହେ ଆସ ବିଷ୍ଣୁ
ଆସ ହେ ଆସ ବ୍ରହ୍ମା ଆସ ହେ ଆସ ବିଷ୍ଣୁ
କୈଳାସ କନ୍ଦରେ ଆଜି ପଡ଼ୁଚି ହୁରି
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
ଆସ ହେ ଆସ ଇନ୍ଦ୍ର ଆସ ହେ ଆସ ଚନ୍ଦ୍ର
ଆସ ହେ ଆସ ଇନ୍ଦ୍ର ଆସ ହେ ଆସ ଚନ୍ଦ୍ର
ଆମେ ନନ୍ଦୀ ଭୁଙ୍ଗି କରୁ କେତେ ଗୁହାରୀ
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
କପାଳେ ଚନ୍ଦନ ମାରି ସଜେଇ ଦବା
ଫୁଲର ମୁକୁଟ ମୁଣ୍ଡେ ପିନ୍ଧେଇ ଦବା
ହୋ କପାଳେ ଚନ୍ଦନ ମାରି ସଜେଇ ଦବା
ଫୁଲର ମୁକୁଟ ମୁଣ୍ଡେ ପିନ୍ଧେଇ ଦବା
ପଞ୍ଚମୁଖୀ ରୁଦ୍ରାକ୍ଷରେ ହାର ଗୁନ୍ଥିବା
ବେଲ ପତ୍ର ଚମ୍ପା ମାଳ ବେକରେ ଦବା
ଆସ ହେ ଆସ ଅଗ୍ନି ଆସ ହେ ଆସ ଶନି
ଆସ ହେ ଆସ ଅଗ୍ନି ଆସ ହେ ଆସ ଶନି
ଶିବ ଗଣ ଗଲେଣି ଯେ ଆଗେ ବାହାରି
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
ଉମାରାଣୀ ବସିଛନ୍ତି ବାଟ ଅନେଇ
ସଖୀ ମାନଙ୍କ ଗହଣେ ସଜେଇ ହୋଇ
ହୋ ଉମାରାଣୀ ବସିଛନ୍ତି ବାଟ ଅନେଇ
ସଖୀ ମାନଙ୍କ ଗହଣେ ସଜେଇ ହୋଇ
ବିଶ୍ୱକର୍ମା ଚାହିଁଛନ୍ତି ବେଦି ସଜେଇ
ପାରିଜାତ ଆମ୍ବ ପତ୍ର ମାଳ ଝୁଲେଇ
ଆସ ହେ ଆସ ସୂର୍ଯ୍ୟ ଆସ ହେ ଆସ ଯମ
ଆସ ହେ ଆସ ସୂର୍ଯ୍ୟ ଆସ ହେ ଆସ ଯମ
ମୁନିଗଣ ବସିଛନ୍ତି ଅପେକ୍ଷା କରି
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
ଆସ ହେ ଆସ ବ୍ରହ୍ମା ଆସ ହେ ଆସ ବିଷ୍ଣୁ
ଆସ ହେ ଆସ ବ୍ରହ୍ମା ଆସ ହେ ଆସ ବିଷ୍ଣୁ
କୈଳାସ କନ୍ଦରେ ଆଜି ପଡ଼ୁଚି ହୁରି
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
ଆମ ପ୍ରଭୁଙ୍କର ଯିବା ଆମେ ବର ଯାତ୍ରୀ
ଆମ ଶିବଙ୍କର ଯିବା ଆମେ ବର ଯାତ୍ରୀ
Asa He Asa Brahma Your Astrology Guru Lyrics In Odia Language
Thank You