Loading...

299 Big Street, Govindpur, India

Open daily 10:00 AM to 10:00 PM

ଭଗବାନ ଶିବ କାହାକୁ ପ୍ରଥମେ ନିଜର ଜ୍ଞାନ ପ୍ରଦାନ କରିଥିଲେ ?

କୁହାଯାଏ କି ଭଗବାନ ଶିବ ସର୍ବ ପ୍ରଥମେ ଜ୍ଞାନର ଭାବନାକୁ ବୁଝିପାରିଥିଲେ ବା ତାଙ୍କୁ ପ୍ରଥମେ ଆତ୍ମଜ୍ଞାନ ମିଳିଥିଲା । ସେଥିପାଇଁ ତାଙ୍କୁ ଆଦିଗୁରୁ, ଆଦିଦେବ ଓ ଆଦି ପୁରୁଷ କୁହାଯାଏ । ଏହି ଜ୍ଞାନ ପାଇବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ଆନନ୍ଦରେ ରହିଲେ ଓ ଏହି ଜ୍ଞାନ ଅନ୍ୟକୁ ପ୍ରଦାନ କରିଲେ । ଆସନ୍ତୁ ଜାଣିବା ପ୍ରଥମେ କାହାକୁ ଜ୍ଞାନ ଦେଇଥିଲେ ।

ଭଗବାନ ଶିବ ଜଗତର ଗୁରୁ ଅଟନ୍ତି । ମାନ୍ୟତା ଅନୁସାରେ ଭଗବାନ ଶିବ ସର୍ବ ପ୍ରଥମେ ସପ୍ତ ଋଷିଙ୍କୁ ଜ୍ଞାନ ଦେଇଥିଲେ । ସପ୍ତ ଋଷିମାନେ ଏହି ଜ୍ଞାନ ସବୁଠାରେ ପ୍ରଦାନ କଲେ ଓ ସବୁଆଡେ ଶୈବ ଧର୍ମ, ଯୋଗ ଓ ଜ୍ଞାନର ପ୍ରଚାର ପ୍ରସାର କଲେ । ସପ୍ତ ଋଷିମାନେ ସମସ୍ତ ବ୍ୟକ୍ତିଙ୍କୁ ଶିବ କର୍ମ, ପରମ୍ପରା ଆଦି ଜ୍ଞାନ ଦେଇଥିଲେ । ବର୍ତ୍ତମାନ ପୁରାଣରେ ମଧ୍ୟ ଏହି ଶୈବ ଧର୍ମ, କର୍ମ ଓ ପରମ୍ପରା ଉଲ୍ଲେଖ ଅଛି । ପର୍ଶୁରାମ ଓ ରାବଣ ମଧ୍ୟ ଶିବଙ୍କର ଶିଷ୍ୟ ଥିଲେ ।

ଭଗବାନ ଶିବ ନିଜେ ଗୁରୁ ଓ ଶିଷ୍ୟ ପରମ୍ପରା ଆରମ୍ଭ କରିଥିଲେ । ତାହା ଆଜି ମଧ୍ୟ ନାଥ, ଶୈବ, ଶାକ୍ତ ଆଦି ସବୁ ପରମ୍ପରା ନିର୍ବାହ ହେଉଅଛି । ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଓ ଗୁରୁ ଗୋରଖନାଥ ଏହି ପରମ୍ପରାକୁ ଆଗକୁ ବଢାଇଲେ । ସପ୍ତଋଷିମାନେ ଭଗବାନ ଶିବଙ୍କର ପ୍ରଥମ ଶିଷ୍ୟ ଥିଲେ- ଭଗବାନ ଶିବ ପ୍ରଥମେ ଯୋଗୀ ଥିଲେ । ମାନବ ସ୍ଵଭାବର ଭାବନା ଭଗବାନ ଶିବ ବୁଝିପାରୁଥିଲେ ।

ସେ ଜ୍ଞାନକୁ ବିସ୍ତାର କରିବା ପାଇଁ ସପ୍ତଋଷିମାନଙ୍କୁ ବାଛିଥିଲେ ଓ ତାଙ୍କୁ ଯୋଗାଡ଼ ଅଲଗା ଅଲଗା ଉପାୟ ମାଧ୍ୟମରେ ଜ୍ଞାନ ଦେଇଥିଲେ । ଯାହା କି ଯୋଗର ୭ଟି ପହଲୁ ସୃଷ୍ଟି ହେଲା । ଏହି ସାତଟି ରୂପରୁ ଅନେକ ଶାଖା ସୃଷ୍ଟି ହେଲା । ଏହାପରେ ଯୋଗର ଜଟିଳତାକୁ ଦେଖି ପତଞ୍ଜଳି ୩୦୦ ଇଶା ପୂର୍ବ ମାତ୍ର ୨୦୦ ସୂତ୍ର ରେ ଯୋଗକୁ ଶାସ୍ତ୍ରରେ ଉଲ୍ଲେଖ କରିଥିଲେ । ଯୋଗର ୮ମ ଅଙ୍ଗ ମୋକ୍ଷ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00