ଯେ କୌଣସି ପୂଜାରେ ସର୍ବ ପ୍ରଥମେ ଶ୍ରୀ ଗଣେଶଙ୍କର ପୂଜା କରାଯାଏ । କାରଣ ସେହି ପୂଜା ସ୍ଥାନରେ କିଛି ବାଧା ବିଘ୍ନ ନ ଘଟିବା ପାଇଁ ଏହି ପୂଜା କରାଯାଏ । ଏହି ପୂଜାରେ ଶ୍ରୀ ଗଣେଶଙ୍କ କୃପା ମଧ୍ୟ ପ୍ରାପ୍ତି ହୁଏ । ଶ୍ରୀ ଗଣେଶଙ୍କୁ ବିଘ୍ନହର୍ତା ଓ ଋଦ୍ଧି ସିଦ୍ଧି ର ସ୍ଵାମୀ କୁହାଯାଏ । ଶ୍ରୀ ଗଣେଶଙ୍କୁ ସ୍ମରଣ, ଧ୍ୟାନର ସହିତ ପୂଜା କରିଲେ ବାଧା ବିଘ୍ନ ଦୂର ହୋଇ ନିଜର ମନୋକାମନା ପୂରଣ ହୁଏ । ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି, ବୁଦ୍ଧିର ଅଧିଷ୍ଠାତା ଓ ପ୍ରଣବରୂପ ସମାନ ଅଟନ୍ତି ।
ଶ୍ରୀ ଗଣେଶଙ୍କର ଲଡୁ ଓ ମୋଦକ ଅତି ପ୍ରିୟ ଅଟେ । ଶ୍ରୀ ଗଣେଶଙ୍କୁ ଦୂବ ଚଢେଇବାର ମଧ୍ୟ ବିଶେଷ ମହତ୍ଵ ରହିଛି । ତୁଳସୀ ବ୍ୟତୀତ ଦୂବ ଓ ଅନ୍ୟ ସବୁ ପତ୍ର ଫୁଲ ପ୍ରିୟ ଅଟେ । ଏହି ଦୂବ ଦୁଇ ପ୍ରକାରର ଅଛି । ଏକ ଧଳା ଦୂବ ଓ ଆଉ ଗୋଟିଏ ଶାଗୁଆ ଦୂବ ଅଟେ । ଦୁଃ+ଅବମ୍ = ଏହି ଶବ୍ଦରୁ ଦୂର୍ବା ହୋଇଛି । ଦୁଃ ଅର୍ଥ ଦୂରସ୍ଥ ବ ଅବମ୍ ଅର୍ଥ ଯାହା ନିଜ ପାଖକୁ ଆଣିଥାଏ । ଦୂର୍ବା ବହ ଯାହା କି ଦୂରସ୍ଥ ପବିତ୍ରକୁ ପାଖକୁ ଆଣିଥାଏ ।
ଶ୍ରୀ ଗଣେଶଙ୍କ ପୂଜାରେ ଦୂବ ଅର୍ପଣ କରିଲେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ ଓ ଭକ୍ତଙ୍କୁ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଶ୍ରୀ ଗଣେଶଙ୍କୁ ପୂଜାରେ ଦୂବ ଅର୍ପଣ ହିନ୍ଦୁ ଧର୍ମରେ ପରମ୍ପରା ମଧ୍ୟ ରହିଛି । ଏଥିରେ ସବୁ ମନୋକାମନା ପୂରଣ ହୁଏ । ଦୂବ ଅର୍ପଣ କରିଲେ ମନୁଷ୍ୟ ଜୀବନରେ ଖୁସି ବୃଦ୍ଧି ପାଇଥାଏ । ଦୂବ ଅର୍ପଣ କରିବାର ବିଧି ମଧ୍ୟ ରହିଛି । ୨୨ଟି ଦୂବକୁ ଆଣି ଦୁଇଟି ଲେଖାଏଁ ଯୋଡିଲେ ୧୧ଟି ଯୋଡା ହେବ । ଯାହାକି ଶ୍ରୀ ଗଣେଶଙ୍କୁ ଅର୍ପଣ କଲେ ମନୋକାମନା ପୂରଣ କରିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ ।
ଦୂର୍ବା କହିଲେ ଏକ ପ୍ରକାର ଘାସ ଅଟେ, ଯାହାକୁ ଦୂବ ମଧ୍ୟ କୁହାଯାଏ । ସଂସ୍କୃତ ଭାଷାରେ ଏହାକୁ ଦୂର୍ବା, ଅମୃତା, ଅନନ୍ତା, ଗୌରୀ, ମହୋଷଧି, ଶତପର୍ବା, ଭାର୍ଗବୀ ଆଦି ଅନେକ ନାମରେ ଜଣାଯାଏ । ଦୂବରେ ଔଷଧୀୟ ଗୁଣ ମଧ୍ୟ ରହିଛି । କୁହାଯାଇଛି ଯେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେହି ସମୟରେ ଏକ ଅମୃତ କଳସ ସମୁଦ୍ରରୁ ବାହାରିଠିଲା, ସେହି ଅମୃତକୁ ନେବା ପାଇଁ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଟଣାଓଟରା ହେଲେ, ଠିକ୍ ସେତେବେଳେ ସେହି କଳସରୁ କିଛି ବୁନ୍ଦା ଯାଇ ଭୂମିରେ ପଡିଲା, ଯାହାକି ସେ ଘାସ ରୂପରେ ଉତ୍ପନ୍ନ ହୋଇଥିଲା ।
ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତି ପାଇଁ ଶ୍ରୀ ଗଣେଶଙ୍କ ପାଖରେ ଦୂବ ଅର୍ପଣ କରିବା ଉଚିତ୍ । ଏହା ଘରର ବାରି ବଗିଚାରେ ଅତି ସହଜରେ ଉତ୍ପନ୍ନ କରାଯାଇ ପାରିବେ । ଏହି ଦୂବକୁ ଦୁଇ ଯୋଡା କରି ୩ଟି ଯୋଡା ବା ୫ଟି ଯୋଡା ଅର୍ପଣ କରିପାରିବେ । ଯେଉଁ ପରିଷ୍କାର ଜାଗାରେ ଏହି ଦୂବ ହୋଇଥିବ ସେହି ଦୁବକୁ ଅର୍ପଣ କରିବେ । ଅସନା ସ୍ଥାନରୁ ଦୂବ ଆଣିବ ନାହିଁ । ଶ୍ରୀ ଗଣେଶଙ୍କ ମନ୍ତ୍ର ସହିତ ଏହି ଦୂବ ଅର୍ପଣ କରିବା ଉଚିତ୍ ।
ନିମ୍ନ ମନ୍ତ୍ର ଦ୍ଵାରା ଶ୍ରୀ ଗଣେଶଙ୍କୁ ୧୧ ଯୋଡା ଦୂବ ଅର୍ପଣ କରିବା ଉଚିତ୍ ।
ଓଁ ଗଣାଧିପାୟ ନମଃ ।
ଓଁ ଉମାପୁତ୍ରାୟ ନମଃ ।
ଓଁ ବିଘ୍ନନାଶନାୟ ନମଃ ।
ଓଁ ବିନାୟକାୟ ନମଃ ।
ଓଁ ଇଶପୁତ୍ରାୟ ନମଃ ।
ଓଁ ସର୍ବସିଦ୍ଧିପ୍ରଦାୟ ନମଃ ।
ଓଁ ଏକଦନ୍ତାୟ ନମଃ ।
ଓଁ ଇଭବକ୍ତ୍ରାୟ ନମଃ ।
ଓଁ ମୂଷକବାହନାୟ ନମଃ ।
ଓଁ କୁମାରଗୁରବେ ନମଃ ରିଦ୍ଧି ସିଦ୍ଧି ସହିତାୟ ।
ଓଁ ମନ୍ମହାଗଣାଧିପତୟେ ନମଃ ।
ଯଦି ଏହି ମନ୍ତ୍ରକୁ ଜପ କରିପାରୁ ନାହାନ୍ତି ତେବେ ନିମ୍ନ ମନ୍ତ୍ରରେ ଦୂର୍ବା ଅର୍ପଣ କରିବେ ।
ମନ୍ତ୍ର- ଶ୍ରୀ ଗଣେଶାୟ ନମଃ ଦୁର୍ବାଙ୍କୁରାନ୍ ସମର୍ପୟାମୀ ॥ (ଏହି ମନ୍ତ୍ରରେ ଦୂର୍ବା ଅର୍ପଣ କରିବେ । )
ଶ୍ରୀ ଗଣେଶଙ୍କୁ ଦୂବ ଅତି ପ୍ରିୟ କାହିଁକି ?
ପୁରାଣରେ ଲେଖାଯାଇଛି ଯେ ଅନାଦି କାଳରେ ଅନଳାସୁର ନାମକ ଏକ ବିଶାଳ ରାକ୍ଷସ ଥିଲା । ଏହି ରାକ୍ଷସର କୋପରେ ଧରିତ୍ରୀ ଓ ସ୍ଵର୍ଗଲୋକରେ ମଧ୍ୟ ରକ୍ଷା କର ବୋଲି କହୁଥିଲେ । ସବୁ ଦେବତା ମୁନିରୁଷି ଓ ମାନବ ଏହି କୋପରେ ଚିନ୍ତିତ ରହୁଥିଲେ । ଏହି ରାକ୍ଷସ ମାନବକୁ ଜିଅନ୍ତା ଗିଳିଦେଉଥିଲା ।
ଏହି ରାକ୍ଷସଠାରୁ ରକ୍ଷା ପାଇବା ପାଇଁ ଇନ୍ଦ୍ରଦେବଙ୍କ ସହିତ ସମସ୍ତ ଦେବତା, ମୁନିରୁଷିମାନେ ଶିବଙ୍କ ନିକଟକୁ ଯାଇ ଏହି ରାକ୍ଷସ ଠାରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କଲେ । ମହାଦେବ ଏହା ଶୁଣି କହିଲେ ଯେ ଏହି କାମ ବିଘ୍ନହର୍ତା ଶ୍ରୀ ଗଣେଶ କରିପାରିବେ । ସମସ୍ତେ ତାଙ୍କ ନିକଟକୁ ଯିବା ଉଚିତ୍ । ମହାଦେବଙ୍କ ଆଦେଶ ଶୁଣି ଶ୍ରୀ ଗଣେଶଙ୍କ ପାଖକୁ ଗଲେ ଓ ରାକ୍ଷସ ଠାରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା କଲେ ।
ଶ୍ରୀ ଗଣେଶ ଏହି ପ୍ରାର୍ଥନା ଶୁଣି ଅନଳାସୁର ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ । ଅତି ଭୟଙ୍କର ଯୁଦ୍ଧ ହେଲା ଏହା ଦେଖି ଶ୍ରୀ ଗଣେଶ ଅନଳାସୁରକୁ ଜିଅନ୍ତା ଗିଳିଦେଲେ । ଏହାପରେ ଶ୍ରୀ ଗଣେଶଙ୍କ ପେଟରେ ଥାଇ ଅନଳାସୁର ପାଟିରୁ ଏକ ଅଗ୍ନି ବାହାର କଲେ । ଏହାପରେ ଶ୍ରୀ ଗଣେଶଙ୍କ ପେଟ ଜଳିବାକୁ ଲାଗିଲା । ଶ୍ରୀ ଗଣେଶଙ୍କ ପେଟ ଶାନ୍ତ କରିବା ପାଇଁ କାଶ୍ୟପ ଋଷି ୨୧ ଗଣ୍ଠି ଦୂବ ଖାଇବାକୁ ଦେଲେ ।
ଏହି ଦୂବକୁ ଖାଇବା ପରେ ଶ୍ରୀ ଗଣେଶଙ୍କ ପେଟରେ ଅଗ୍ନି ଲିଭିଯାଇ ଭଲ ହୋଇଗଲା ଓ ଶ୍ରୀ ଗଣେଶ ପ୍ରସନ୍ନ ହେଲେ । ଏହାପରେ ସମସ୍ତ ଦେବତା ମୁନିରୁଷିମାନେ ଶ୍ରୀ ଗଣେଶଙ୍କର ଜୟଜୟକାର କଲେ । କୁହାଯାଏ କି ସେହିଦିନ ଠାରୁ ଶ୍ରୀ ଗଣେଶଙ୍କୁ ଦୂର୍ବା ଅର୍ପଣ କରିବାର ପରମ୍ପରା ଆରମ୍ଭ ହୋଇଥିଲା ।
ଶ୍ରୀ ଗଣେଶଙ୍କ ପୂଜାରେ ଦୂର୍ବା ଅର୍ପଣ କରିବା ବେଳେ “ଇଦଙ୍ଗ ଦୂର୍ବାଦଲଂ ଓଁ ଗଂ ଗଣପତୟେ ନମଃ” ମନ୍ତ୍ର କହି ଦୂବ ଅର୍ପଣ କରିବେ ।
ଏହା ବ୍ୟତୀତ ଶ୍ରୀ ଗଣେଶ ପୁରାଣରେ ଲେଖାଯାଇଛି ଯେ ଶ୍ରୀ ନାରଦ ଶ୍ରୀ ଗଣେଶଙ୍କୁ ଜନକ ରାଜାଙ୍କର ଅହଂକାର ବିଷୟରେ କହିଲେ ଓ ସେ ନିଜକୁ ତିନି ଲୋକର ସ୍ଵାମୀ ବୋଲି କହୁଛନ୍ତି । ଏହା ଶୁଣି ଶ୍ରୀ ଗଣେଶ ବ୍ରାହ୍ମଣ ରୂପ ଧାରଣ କରି ଜନକ ରାଜାଙ୍କ ପାଖରେ ପହଁଞ୍ଚିଲେ । ରାଜାଙ୍କୁ କହିଲେ ଯେ ମୁଁ ଆପଣଙ୍କର ମହିମା ଶୁଣି ଏଠାକୁ ଆସିଛି । ମୁଁ ବହୁତ ଦିନ ହେଲା ଭୋକ ଉପାସରେ ଅଛି । ଜନକ ରାଜା ଏହା ଦେଖି ବ୍ରାହ୍ମଣ ଦେବତାଙ୍କୁ ଖାଇବା ପାଇଁ ସେବାୟତମାନଙ୍କୁ ଆଦେଶ ଦେଲେ ।
ଏହାପରେ ଶ୍ରୀ ଗଣେଶ ସବୁ ଅନ୍ନ ଖାଇଦେଲେ କିନ୍ତୁ ପେଟ ପୁରିଲା ନାହିଁ । ଏହା ଦେଖି ସେବାୟତମାନେ ଜନକ ରାଜାଙ୍କୁ କହିଲେ । ଏହା ଶୁଣି ରାଜା ନିଜର ଅହଂକାର ପାଇଁ ଶ୍ରୀ ଗଣେଶଙ୍କୁ କ୍ଷମା ମାଗିଲେ । ସେତେବେଳେ ବ୍ରାହ୍ମଣ ରୂପ ଧାରଣ କରିଥିବା ଶ୍ରୀ ଗଣେଶ ଗରିବ ବ୍ରାହ୍ମଣ ତ୍ରିଶିରସଙ୍କ ଦ୍ଵାରରେ ପହଁଞ୍ଚିଲେ । ସେଠାରେ ତାଙ୍କୁ ଭୋଜନ ଦେବା ପୂର୍ବରୁ ବ୍ରାହ୍ମଣ ତ୍ରିଶିରସଙ୍କ ସ୍ତ୍ରୀ ବିରୋଚନା ଗଣଶଙ୍କୁ ଦୂର୍ବା ଅର୍ପିତ କରିଲେ ।
ଏହି ଦୂବ ଖାଇବା ପରେ ଶ୍ରୀ ଗଣେଶଙ୍କ ଭୋକ ଶାନ୍ତ ହେଲା ଓ ସେ ବହୁତ ପ୍ରସନ୍ନ ହୋଇଗଲେ । ଏହାପରେ ଶ୍ରୀ ଗଣେଶ ବ୍ରାହ୍ମଣ ତ୍ରିଶିରସ ଓ ତାଙ୍କ ସ୍ତ୍ରୀଙ୍କୁ ମୁକ୍ତି ପାଇବାର ଆଶୀର୍ବାଦ ଦେଲେ । ସେହିଦିନ ଠାରୁ ଶ୍ରୀ ଗଣେଶଙ୍କୁ ଦୂର୍ବା ଅର୍ପଣ କରାଯାଏ । ଏହି ଦୂବ ଅର୍ପଣ କଲେ ଶ୍ରୀ ଗଣେଶଙ୍କ କୃପା ପ୍ରାପ୍ତି ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।