Loading...

299 Big Street, Govindpur, India

Open daily 10:00 AM to 10:00 PM

ବୃହସ୍ପତି ଚଳନ 2021- ଗୋଚରରେ ଖରାପ ଥିଲେ ବୃହସ୍ପତି କଣ କରିବେ ପ୍ରତିକାର

ଗୁରୁ- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ମହତ୍ୱକୁ ସମୀକ୍ଷା କଲେ ଜଣାଯାଏ ବୃହସ୍ପତି ଧନୁ ଓ ମୀନ ରାଶିର ସ୍ୱାମୀ, କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ୍ଚ ଧନୁ ରାଶିରେ ୧ଅଂଶଠାରୁ ୧୩ଅଂଶ ମଧ୍ୟରେ ମୂଳ ତ୍ରିକୋଣ । ମୂଳ ତ୍ରିକୋଣରେ ଗୁରୁ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାନ୍ତି । ସ୍ୱଗୃହରେ ଅଧାଫଳ ପ୍ରଦାନ କରିଥାନ୍ତି । ରବି, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତିଙ୍କର ମିତ୍ର, ଶୁକ୍ର, ବୁଧ ଶତୃ, ଓ ଶନି ସମମିତ୍ର । ବୃହସ୍ପତି ନିଜ ସ୍ଥିତ ରାଶିଠାରୁ ପଞ୍ଚମ, ସପ୍ତମ ଓ ନବମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି । ପୁନର୍ବସୁ, ବିଶାଖା ଓ ପୂର୍ବାଭାଦ୍ର ନକ୍ଷତ୍ରର ସ୍ୱାମୀ ଅଟନ୍ତି । ବୃହସ୍ପତି ଜାତକରେ ପ୍ରଥମଭାବ, ପଞ୍ଚମ, ନବମ ଓ ଦଶମ ଭାବର କାରକ ଅଟନ୍ତି ।

ଏହି ଚାରିଭାବ ସ୍ଥିତ ବୃହସ୍ପତି ଜାତକକୁ ଧର୍ମ ଅର୍ଥ, କାମ ଓ ମୋକ୍ଷ ଆଦି ଚାରି ପ୍ରକାର ପୁରୁଷାର୍ଥ ପ୍ରଦାନ କରିଥାନ୍ତି । ବୃହସ୍ପତି ମାନବର ଭୌତିକ କ୍ଷେତ୍ରରେ ଉନ୍ନତି କରନ୍ତି ନାହିଁ, କିନ୍ତୁ ଆଧ୍ୟାତ୍ମିକ କ୍ଷେତ୍ରରେ ଜାତକକୁ ଜ୍ଞାନର ଚରମ ସୀମାରେ ପହଞ୍ଚାଇ ଥାନ୍ତି । ଯଦି ବୃହସ୍ପତି ଜାତକର ଜନ୍ମ କୁଣ୍ଡଳୀରେ ତ୍ରିକୋଣ କିମ୍ବା କେନ୍ଦ୍ରରେ ସ୍ଥିତ ହୋଇଥାନ୍ତି କିମ୍ବା ସ୍ୱଗୃହୀ ବା ଉଚ୍ଚ ରାଶିରେ ଥାନ୍ତି ଅନୁକୂଳ ଫଳ ପ୍ରଦନ କରିଥାନ୍ତି । ଜ୍ଞାନ, ବିଦ୍ଧୁତା, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଶ୍ରେଷ୍ଠଜନ, ଭକ୍ତି, ପ୍ରାଚୀନ ସାହିତ୍ୟ, ଧନ ସମ୍ପତ୍ତି, ମାନସମ୍ମାନ, ପୂର୍ବଜ, ପୁତ୍ର, ବଡ଼ଭାଇ, ଫଳ ଗଛ, ଶରୀରରେ ଚର୍ବି, ମଧୁମେହ, ସର୍ବଦା ରୋଗ ବୈରାଗ୍ୟ, କାନ, ବ୍ୟାଙ୍କ, ଆୟକର, ରାଜସ୍ୱ, ମନ୍ଦିର, ଧର୍ମସଂସ୍ଥା, କାନୁନ୍‌, ଜର୍ଜ, ନ୍ୟାୟାଳୟ, ଓକିଲ, ଲେଖାପରୀକ୍ଷକ, ସମ୍ପାଦକ, ଶିକ୍ଷାବିଦ, ଅଧ୍ୟାପକ, ଶେୟାର ବଜାର, ପୁଞ୍ଜିପତି, ମନ୍ତ୍ରୀ, ଦାର୍ଶନିକ, ନିଗମ ପାର୍ଷଦ, ଜ୍ୟୋତିଷ ବେଦ ଓ ଶାସ୍ତ୍ର ଇତ୍ୟାଦିର କାରକ ହୋଇଥାନ୍ତି ।

୨୦୨୧ ମସିହା ଏପ୍ରିଲମାସ ୫ ତାରିଖ ସୋମବାର ରାତ୍ର ୧୨ଟା ୨୪ମିନିଟ୍ ରେ ବୃହସ୍ପତି ଧନିଷ୍ଠାନକ୍ଷତ୍ର କୁମ୍ଭରାଶିକୁ ଅତିଚାରରେ ଗମନ କରିବେ । କୁମ୍ଭରାଶିରେ ସେପ୍ଟେମ୍ବରମାସ ୧୪ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା ।

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ । ଜ୍ୟୋତିଷମାନେ ଜନ୍ମ କୁଣ୍ଡଳୀରୁ ଦ୍ୱାଦଶ ଭାବର ଗ୍ରହସ୍ଥିତି ସେମାନଙ୍କ ପରମ୍ପରା ଯୋଗ, ଷଡ଼ବର୍ଗ ବଳ ଆଦି ବିଚାର କରି ଫଳାଫଳ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ସେ ଫଳ କେବେ କୋଉ ସମୟରେ ବ୍ୟକ୍ତିକୁ ଭୋଗ କରିବାକୁ ପଡ଼େ ତାହା ମଧ୍ୟ କହିଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ସବୁଠାରୁ କଠିନ ଏବଂ ମହତ୍ୱପୂର୍ଣ୍ଣ ବିଷୟ ହେଲା ସମୟ ନିର୍ଦ୍ଧାରଣ କରିବା ପୁରାତନ ଆଚାର୍ଯ୍ୟମାନେ ବୟାଳିଶ ପ୍ରକାରର ଦଶାର ବର୍ଣ୍ଣନା କରିଛନ୍ତି । ଫଳ କହିବାକୁ ହେଲେ ଜନ୍ମ କୁଣ୍ଡଳୀସ୍ଥିତ ଗ୍ରହମାନଙ୍କର ଗୋଚର ଦ୍ୱାରା ଫଳାଫଳ, ବିଚାର କରିବାକୁ ପଡ଼ିବ ।

ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ । ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ଯଦି ଜନ୍ମ କୁଣ୍ଡଳୀରେ ବୃହସ୍ପତି ଷଷ୍ଠ, ଅଷ୍ଟମ, ଦ୍ୱାଦଶ ଭାବରେ ଥାନ୍ତି କିମ୍ବା ନିଚ୍ଚରେ ଥାନ୍ତି କିମ୍ବା ପାପଗ୍ରହ ଯୁକ୍ତ ହୋଇଥାନ୍ତି । ଗୋଚରରେ ଚନ୍ଦ୍ର ରାଶିଠାରୁ ଏହି ଭାବସ୍ଥ ହେଉଥିଲେ ବୁଦ୍ଧି ବଳନାଶ ହେବ । ପ୍ରତ୍ୟେକ ବ୍ୟକ୍ତିଙ୍କର ତିନୋଟି ବଳହିଁ ଶ୍ରେଷ୍ଠ ଏବଂ ବିଚାର୍ଯ୍ୟ ବିଷୟ: ୧. ଦେହବଳ, ୨. ଧନବଳ, ୩. ବୁଦ୍ଧିବଳ । ଦେହବଳ ଓ ଧନବଳକୁ ବୁଦ୍ଧି ନିୟନ୍ତ୍ରଣ କରିଥାଏ । କହିବାକୁ ଗଲେ ବୁଦ୍ଧିବଳ ହୁଁ ଶ୍ରେଷ୍ଠ ବଳ । ଜଣେ ବୁଦ୍ଧିମାନ ବ୍ୟକ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ପରିଚାଳିତ କରିଥାଏ । କିନ୍ତୁ ଜଣେ ବୁଦ୍ଧିହୀନ ବ୍ୟକ୍ତି ନିଜକୁ ପରିଚାଳିତ କରିପାରେ ନାହିଁ । ବାରମ୍ବାର ଅନ୍ୟର ବୁଦ୍ଧିରେ ନିଜକୁ ପରିଚାଳିତ କରେ ।

ଯଦି ବ୍ୟକ୍ତିର ବୁଦ୍ଧି ନଥାଏ ତାହେଲେ ଆୟକରି ପାରେ ନାହିଁ କି ଗଚ୍ଛିତ ଧନକୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରି ଶେଷରେ ଦାରିଦ୍ରତା ଦୁଃଖ ଭୋଗ କରିଥାଏ । ଏହି ତିନିବଳକୁ ବୃହସ୍ପତି ନିୟନ୍ତ୍ରଣ କରିଥାନ୍ତି ଏବଂ ଚତୁର୍ଥ ବଳ ଦେବବଳ କୁହଯାଏ । ଏହି ବଳ କାହାରି ହାତରେ ନଥାଏ । ଏହାକୁ ଐଶୀଶକ୍ତି ମଧ୍ୟ କୁହାଯାଏ । ଏହା ସର୍ବଦା ଅଦୃଶ୍ୟ ଓ ନିରାକାର ହୋଇଥିବାରୁ ଏହାକୁ କେହି ସ୍ପର୍ଶ କରିପାରେନାହିଁ କି ଦେଖି ପାରେ ନାହିଁ । ଏଠି ବିଶ୍ୱାସ ହିଁ ମୁଖ୍ୟ । ଆଜିର ଭୌତିକ ଯୁଗରେ ଜାତ ବ୍ୟକ୍ତିମାନେ ଗ୍ରହପୂଜା, ଉପାସନା, ଦାନ ଧର୍ମାଦି କରିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି ।

ଏହାର କାରଣ ପାପଗ୍ରହମାନେ ପୃଥିବୀର ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କର ପ୍ରଭାବରେ ପ୍ରଭାବିତ ହୋଇ ଜାତ ବ୍ୟକ୍ତିମାନେ ଧର୍ମ, କର୍ମ, ଜପ, ତପଠାରୁ ଦୂରେଇ ରହିିବାକୁ ପସନ୍ଦ ମନେ କରୁଛନ୍ତି । ପ୍ରତ୍ୟେକ ପ୍ରାଣୀଙ୍କର ପରମାତ୍ମା ଅଂଶ କମି କମି ଜୀବାତ୍ମା ଅଂଶ ବୃଦ୍ଧି ପାଇବାରେ ଲାଗିଛି । ବୃହସ୍ପତିଙ୍କ ଶରଣାପନ୍ନ ହେବାଦ୍ୱାରା ଜାତ ବ୍ୟକ୍ତିକୁ ଅଧିକ ବୁଦ୍ଧିବଳ ପ୍ରାପ୍ତ ହୋଇଥାଏ । ତା ସହ ଧନବଳ, ଦେହବଳ ମଧ୍ୟ ପୁଷ୍ଠ ହୋଇଥାଏ । କାରଣ ଦୈବିଜ୍ଞ ବୃହସ୍ପତିଙ୍କୁ ଅତ୍ୟନ୍ତ ଶୁଭଗ୍ରହ ବୋଲି ମାନିଥାନ୍ତି ଏବଂ ସମସ୍ତଙ୍କର ଧାରଣା ବୃହସ୍ପତି ସବୁ ସମୟରେ ଶୁଭଫଳ ପ୍ରଦାନ କରନ୍ତି ।

କିନ୍ତୁ ଅନୁଭବରୁ ପ୍ରମାଣ ମିଳେ ଅଶୁଭ ସମୟରେ ଅଶୁଭ ଫଳ ପ୍ରଦାନ କରନ୍ତି । ଶୁଭ ସମୟରେ ଶୁଭଫଳ ପ୍ରଦାନ କରିଥାନ୍ତି । କାହିଁକି ନା ଦଶ ଜଣ ଚୋରଙ୍କ ସହିତ ଜଣେ ସାଧୁ ବାସକଲେ ସେ ଯେମିତି ଚୋର ହୋଇଯାଏ ସେମିତି ଅନେକ ମନ୍ଦ ଗ୍ରହଙ୍କ ପ୍ରଭାବରେ ବୃହସ୍ପତିଙ୍କର ସମସ୍ତ ଶୁଭଫଳ ନଷ୍ଟ ହୋଇ ଅଶୁଭଫଳ ଭୋଗ କରିବାକୁ ପଡ଼େ । ଯେଉଁମାନେ ଦୁଷ୍ଟଭାବରେ ପୀଡ଼ିତ ହୋଇ ଦୁଃଖ କଷ୍ଟରେ ଜୀବନ ଯାପନ କରିବାକୁ ପଡିବ ସେମାନେ ପ୍ରତିକାର କରେଇନେବା ଅତ୍ୟନ୍ତ ସରଳ ଏବଂ ସୁବିଧା ଉପାୟ ।

୨୦୨୧ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ । ୨. ନିଜ ପାଖରେ ହଳଦୀ ରଙ୍ଗର ରୁମାଲ, ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ୩. ବୃହସ୍ପତିଙ୍କ ଯନ୍ତ୍ର ପ୍ରାଣ ପ୍ରତିଷ୍ଠା ପୂର୍ବକ ଧୂପ ଲଗେଇ ସ୍ଥାପନ କରିବେ । ପ୍ରତ୍ୟେକ ଦିନ ଦୁଇଟି ଧୂପ ଲଗେଇ ମନ ମଧ୍ୟରେ ନିଜର ଅଭିଳାଷ, ମନୋବାଞ୍ଛିତ କଳ୍ପନା କରି ମୁଣ୍ଡିଆ ମାରିବେ । କିନ୍ତୁ ବୃହସ୍ପତିଙ୍କ ଯନ୍ତ୍ର ନିର୍ମିତ ମୁଦ୍ରିକା ବିଶି ଆଙ୍ଗୁଠିରେ ଧାରଣ କରି ପାରିଲେ ବହୁତ ଭଲ ଫଳ ମିଳିବ ।

୪. ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ଗ୍ରହ ବିପ୍ରଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେଲେ ଅଶୁଭତ୍ଵ ଖଣ୍ଡନ ହେବ । ୫. ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ସମୟରେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରିବେ । ୬. ହରିବଂଶ ବସେଇ ଶ୍ରବଣ କଲେ ଅନେକ କ୍ଷୟକ୍ଷତିରୁ ରକ୍ଷା ପାଇବେ ।

୭. ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକଲେ ଅଶୁଭତ୍ୱ ଖଣ୍ଡନ ହେବ । କ). ଏକାକ୍ଷରୀ ଜୀବ ମନ୍ତ୍ର – ଓଁ ବୃଂ ବୃହସ୍ପତୟେ ନମଃ । (ଖ). ତାନ୍ତ୍ରିକ ବୃହସ୍ପତି ମନ୍ତ୍ର – ଓଁ ଗ୍ରାଂ ଗ୍ରୀଂ ଗ୍ରଂ ସଃ ଗୁରୁବେ ନମଃ । (ଗ) ବୃହସ୍ପତିଙ୍କର ଗାୟତ୍ରୀ ମନ୍ତ୍ର – ଔଁ ଅଙ୍ଗିରସାୟ ବିଦ୍ମହେ ଦିବ୍ୟଦେହାୟ ଧୀମହୀ ତନ୍ନୋଜୀବ ପ୍ରଚୋଦୟାତ୍ । ଉପରୋକ୍ତ ମନ୍ତ୍ରରୁ ଯେକୌଣସି ମନ୍ତ୍ର ପ୍ରତ୍ୟେହ ୧୦୮ ଥର ପଦ୍ମକେଶର ମାଳାରେ ଜପ କରିବାକୁ ହେବ । ବୀଜ ମନ୍ତ୍ରରେ ଗ୍ରହପୀଡ଼ା ତୁରନ୍ତ ନିବାରଣ ହୋଇଯାଏ । କାରଣ ଏହି ମନ୍ତ୍ରରେ ତିନି ବୀଜ ମନ୍ତ୍ର ଏକାଠି କରାଯାଇଛି । ଶରୀରର ଅବୟବ ଓ ମସ୍ତିଷ୍କରେ ଯେଉଁଠି ବୃହସ୍ପତିଙ୍କର ରଶ୍ମି କମ୍ ହୋଇଯାଏ ସେ ସମସ୍ତ ପୂରଣ କରିବା ପାଇଁ ବୀଜମନ୍ତ୍ର ହିଁ ତୁରନ୍ତ କାମ ଦେଇଥାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00