Loading...

299 Big Street, Govindpur, India

Open daily 10:00 AM to 10:00 PM

ବୃହସ୍ପତି ଧନିଷ୍ଠା ନକ୍ଷତ୍ର ମକର ରାଶିକୁ ବକ୍ର ଗୋଚର ଫଳରେ କଣ ପଡିବ (ସିଂହ, କନ୍ୟା, ତୁଳା ଓ ବିଛା) ରାଶି ଉପରେ ପ୍ରଭାବ ଜାଣନ୍ତୁ

ସିଂହ:- ସିଂହରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି । ଯାହା ଫଳରେ ଆପଣଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ । ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ । ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ । ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ନୂତନ ଉତ୍ସାହ ସଂଚାରଣ ହେବ । ଭାଇ ବନ୍ଧୁ, ପଡ଼ା ପଡ଼ୋଶୀ ମାନଙ୍କ ସହଯୋଗ ପ୍ରାପ୍ତି ହେବ । ଆୟ ବୃଦ୍ଧି ପାଇବା ସହ ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ । ଧନ ସଂଚୟ କରିବା, ଋଣ ପରିଶୋଧ କରିବାରେ ସମର୍ଥ ହେବେ । ଶତୃମାନେ ପରାଜିତ ହେବେ ।

କର୍ମକ୍ଷେତ୍ରରେ ପଦୋନ୍ନତି ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇବେ । ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ହୋଇପାରିବ । ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆନନ୍ଦିତ ହେବେ । ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ । ଶୁଭସମାଚାର ପ୍ରାପ୍ତ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ସୃଷ୍ଟି ହେବ । ଜନସେବାରେ ନିଜକୁ ସମର୍ପଣ କରିବେ । ମାନସିକ ଦୁଶ୍ଚିନ୍ତା, ଦାମ୍ପତ୍ୟ ମନୋମାଳିନ୍ୟ, ଅଧିକ ଯୌନପ୍ରକ୍ରିୟା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବିଷ୍ଣୁ ମନ୍ଦିରରେ ହଳଦିଆ ଦ୍ରବ୍ୟ, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ ।

କନ୍ୟା:- କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ଦେବଗୁରୁ ପଞ୍ଚମ ଭାବରେ ଅର୍ଥାତ୍ ବୁଦ୍ଧି ଏବଂ ସନ୍ତାନ କ୍ଷେତ୍ରରେ ଗୁରୁ ପ୍ରବେଶ କରିଛନ୍ତି ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟ ଭାବ, ଆୟଭାବ, ଶରୀରଭାବ ଓ ସନ୍ତାନକ୍ଷେତ୍ର ପ୍ରଭାବିତ ହେବ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତୀ ପଥରେ ଅଗ୍ରସର ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ନୂଆ ନୂଆ ଉପାୟ ଚିନ୍ତା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ । ଉଚ୍ଚ ସ୍ତରୀୟ ଯାନ ବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ବ୍ୟବସାୟିକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ପୁତ୍ରରତ୍ନ ପ୍ରାପ୍ତି ହେବ ।

ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ । ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ । ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ସାମାଜିକ କ୍ଷେତ୍ରରେ ଯୋଗଦେଇ ଉତ୍ସାହିତ ହେବେ । ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଗୃହରେ ସୁଖଶାନ୍ତି ବିରାଜମାନ କରିବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦୀନର କଷ୍ଟ ଦୂର ହୋଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ । ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ । ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ । ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ ।

ତୁଳା:- ତୁଳାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ । ଏହି ସମୟ ମଧ୍ୟରେ ଅଷ୍ଟମ ଭାବ, କର୍ମଭାବ ଓ ହାନୀ ଭାବକୁ ପ୍ରଭାବିତ କରିବେ । ଆପଣଙ୍କ ରାଶି ପାଇଁ ଗୋଚର ବୃହସ୍ପତି ପ୍ରତିକୂଳ ଫଳ ପ୍ରଦାନ କରିବେ । ତଥାପି ବୃହସ୍ପତିଙ୍କ ଶୁଭଦ୍ରୁଷ୍ଟି ଯୋଗେ ଆଶା କରୁଥିବା ଫଳ ପାଇପାରିବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ତେଜରାତି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟୀମାନେ ଲାଭବାନ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆନନ୍ଦିତ ହେବେ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।

ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବା ସହ ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ଅତ୍ୟଧିକ ସାବଧାନତା ଆବଶ୍ୟକ । ଶେଷରେ ଅଧିକ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ । ଋଣ ଭାର ବୃଦ୍ଧି ହେବ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ । ସାଙ୍ଗସାଥୀ ଭାଗିଦାର ମାନଙ୍କ ପାଇଁ ରୋଗାଗ୍ରସ୍ତ ହୋଇ ପାରନ୍ତି । ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ଗୁଡପାଣି ଢ଼ାଳନ୍ତୁ । ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ ।

ବିଚ୍ଛା:- ବିଚ୍ଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ତୃତୀୟ ବା ପରାକ୍ରମ ସ୍ଥାନରେ ପ୍ରବେଶ କରିଛନ୍ତି । ଏହି ଭାବରେ ବୃହସ୍ପତି ପ୍ରବେଶ କରିବା ଫଳରେ ସପ୍ତମ ଭାବ ନବମଭାବ ଏବଂ ଲାଭ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଆପଣ ବୃହସ୍ପତିଙ୍କ ଯୋଗେ ଅତି ଉତ୍ତମ ଫଳ ଭୋଗ କରିବେ । ଘର, କାର୍ଯ୍ୟାଳୟ, ବ୍ୟବସାୟିକସ୍ଥଳ ନିର୍ମାଣ, ସାଜ୍ଜସଜାରେ ପରିବର୍ତ୍ତନ ହେବ । ଗୃହପୋକରଣ କ୍ରୟ କରିବେ । ଆୟ ଅତି ମାତ୍ରାରେ ବୃଦ୍ଧି ହେବ । ବହୁତ ଦିଗରୁ ଧନ ଉପାର୍ଜନ ହେବ । ପରିବାର, ପ୍ରିୟଜନଙ୍କ ପାଇଁ ଅର୍ଥ ବ୍ୟୟ ହେବ । ଅର୍ଥ ଆଦାନ ପ୍ରଦାନ, ସାମାଜିକ ଅନୁଷ୍ଠାନରେ ଓ ମାଙ୍ଗଳିକ କାର୍ଯ୍ୟରେ ଆପଣଙ୍କର କ୍ଷମତା ପ୍ରଦର୍ଶନ ହେବ । ସୌଭାଗ୍ୟଶାଳୀ, ସନ୍ତାନସୁଖ, ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ପରହାତରେ ଥିବା ଧନ ସହଜରେ ଆଦାୟ ହୋଇଯିବ । ଆପଣଙ୍କ ବ୍ୟବସାୟରେ ସର୍ବଦା ଉନ୍ନତୀ ଓ ଲାଭ ପ୍ରାପ୍ତି ହେବ । ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।

ଦୀର୍ଘଦିନ ଧରି ଚନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରିପାରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ସାଂସାରିକ ଜୀବନ ସୁଖମୟ ହେବ । କିନ୍ତୁ ଗୁରୁଙ୍କର ନକରାତ୍ମକ ପ୍ରଭାବ ଫଳରେ ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ । ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି । ସତର୍କତା ଅବଲମ୍ବନ ନକଲେ ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବାସହ ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖା ଦେଇପାରେ । ପ୍ରତିକାର- ପ୍ରତିଦିନ ଏକମାଳା ଏହିମନ୍ତ୍ର ଜପ କରିବା ଉଚିତ୍‌ । ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ । ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ । ଗୁଡ଼, କଦଳୀ, ବୁଟଡାଲି, ହଳଦୀ କୌଣସି ଏକ ଗୁରୁବାର ଦିନ ମନ୍ଦିରରେ ଦାନ କରି ଦିଅନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00