Loading...

299 Big Street, Govindpur, India

Open daily 10:00 AM to 10:00 PM

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ କନ୍ୟା ଓ ତୁଳା ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

କନ୍ୟା:-କନ୍ୟାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଷଷ୍ଠ ସ୍ଥାନରେ ପ୍ରବେଶ କରି କର୍ମସ୍ଥାନ, ବ୍ୟୟସ୍ଥାନ ଏବଂ ଧନ ବା କୁଟୁମ୍ବ କ୍ଷେତ୍ରକୁ ପ୍ରଭାବିତ କରୁଛନ୍ତି । ଯାହା ଫଳରେ ଆପଣଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ । ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ । ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ । ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ନୂତନ ଉତ୍ସାହ ସଂଚାରଣ ହେବ । ଭାଇ ବନ୍ଧୁ, ପଡ଼ା ପଡ଼ୋଶୀ ମାନଙ୍କ ସହଯୋଗ ପ୍ରାପ୍ତି ହେବ । ଆୟ ବୃଦ୍ଧି ପାଇବା ସହ ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ ।

ଧନ ସଂଚୟ କରିବା, ଋଣ ପରିଶୋଧ କରିବାରେ ସମର୍ଥ ହେବେ । ଶତୃମାନେ ପରାଜିତ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇବେ । ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ହୋଇପାରିବ । ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆନନ୍ଦିତ ହେବେ । ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ । ଶୁଭସମାଚାର ପ୍ରାପ୍ତ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ।

ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ସୃଷ୍ଟି ହେବ । ଜନସେବାରେ ନିଜକୁ ସମର୍ପଣ କରିବେ । ଦାମ୍ପତ୍ୟ କ୍ଷେତ୍ରରେ ମନୋମାଳିନ୍ୟ ସୃଷ୍ଟିହୋଇ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଅଧିକ ଯୌନପ୍ରକ୍ରିୟା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍ । ପ୍ରତିକାର- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବିଷ୍ଣୁ ମନ୍ଦିରରେ ହଳଦିଆ ଦ୍ରବ୍ୟ, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ । ମନ୍ତ୍ର – ଓଁ ଗ୍ରାଂ ଗ୍ରୀଂ ଗ୍ରଂ ସଃ ଗୁରୁବେ ନମଃ ।

ଉପରୋକ୍ତ ମନ୍ତ୍ରକୁ ପ୍ରତ୍ୟେହ ୧୦୮ ଥର ପଦ୍ମକେଶର ମାଳାରେ ଜପ କରିବାକୁ ହେବ । ବୀଜ ମନ୍ତ୍ରରେ ଗ୍ରହପୀଡ଼ା ତୁରନ୍ତ ନିବାରଣ ହୋଇଯାଏ । କାରଣ ଏହି ମନ୍ତ୍ରରେ ତିନି ବୀଜ ମନ୍ତ୍ର ଏକାଠି କରାଯାଇଛି । ଶରୀରର ଅବୟବ ଓ ମସ୍ତିଷ୍କରେ ଯେଉଁଠି ବୃହସ୍ପତିଙ୍କର ରଶ୍ମି କମ୍ ହୋଇଯାଏ ସେ ସମସ୍ତ ପୂରଣ କରିବା ପାଇଁ ବୀଜମନ୍ତ୍ର ହିଁ ତୁରନ୍ତ କାମ ଦେଇଥାଏ ।

ତୁଳା:- ତୁଳାରାଶିଜାତ ମହିଳା ଓ ପୁରୁଷମାନଙ୍କର ଦେବଗୁରୁ ପଞ୍ଚମ ଭାବରେ ଅର୍ଥାତ୍ ବୁଦ୍ଧି ଏବଂ ସନ୍ତାନ କ୍ଷେତ୍ରରେ ପ୍ରବେଶ କରିଛନ୍ତି ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟଭାବ, ଆୟଭାବ, ଶରୀରଭାବ ଓ ସନ୍ତାନକ୍ଷେତ୍ର ପ୍ରଭାବିତ ହେବ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତୀ ପଥରେ ଅଗ୍ରସର ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବା ସହ ନୂଆ ନୂଆ ଉପାୟ ଚିନ୍ତା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ । ଜାଗା, ଜମି, ଗୃହ ଓ ଉଚ୍ଚ ସ୍ତରୀୟ ଯାନ ବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ ।

ବ୍ୟବସାୟିକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ପୁତ୍ରରତ୍ନ ପ୍ରାପ୍ତି ହେବ । ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତ ହେବେ । ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଓ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ । ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ସାମାଜିକ କ୍ଷେତ୍ରରେ ଯୋଗଦେଇ ଉତ୍ସାହିତ ହେବେ । ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ ।

ଗୃହରେ ସୁଖଶାନ୍ତି ବିରାଜମାନ କରିବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦୀନର କଷ୍ଟ ଦୂର ହୋଇ ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ । ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ । ପ୍ରତିକାର- ହଳଦୀ ରଙ୍ଗର ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା ଉଚିତ୍ । ନତୁବା ସର୍ବଦା ନିଜ ପାଖରେ ହଳଦୀ ରଙ୍ଗର ରୁମାଲଟିଏ ରଖନ୍ତୁ । ୨- ହଳଦୀ ମାଳରେ ପ୍ରତ୍ୟେକଦିନ ନିମ୍ନୋକ୍ତ ମନ୍ତ୍ରକୁ ବିଧି ପୂର୍ବକ ୧୦୮ଥର ଜପକରନ୍ତୁ – ଓଁ ବୃଂ ବୃହସ୍ପତୟେ ନମଃ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00