Loading...

299 Big Street, Govindpur, India

Open daily 10:00 AM to 10:00 PM

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମେଷ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ଗୁରୁ- ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କ ମହତ୍ୱକୁ ସମୀକ୍ଷା କଲେ ଜଣାଯାଏ ବୃହସ୍ପତି ଧନୁ ଓ ମୀନ ରାଶିର ସ୍ୱାମୀ, କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ୍ଚ ଧନୁ ରାଶିରେ ୧ଅଂଶଠାରୁ ୧୩ଅଂଶ ମଧ୍ୟରେ ମୂଳ ତ୍ରିକୋଣ । ମୂଳ ତ୍ରିକୋଣରେ ଗୁରୁ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାନ୍ତି । ସ୍ୱଗୃହରେ ଅଧାଫଳ ପ୍ରଦାନ କରିଥାନ୍ତି । ରବି, ଚନ୍ଦ୍ର, ମଙ୍ଗଳ, ରାହୁ, ବୃହସ୍ପତିଙ୍କର ମିତ୍ର, ଶୁକ୍ର, ବୁଧ ଶତୃ, ଓ ଶନି ସମମିତ୍ର । ବୃହସ୍ପତି ନିଜ ସ୍ଥିତ ରାଶିଠାରୁ ପଞ୍ଚମ, ସପ୍ତମ ଓ ନବମ ସ୍ଥାନକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି । ପୁନର୍ବସୁ, ବିଶାଖା ଓ ପୂର୍ବାଭାଦ୍ର ନକ୍ଷତ୍ରର ସ୍ୱାମୀ ଅଟନ୍ତି ।

ବୃହସ୍ପତି ଜାତକରେ ପ୍ରଥମଭାବ, ପଞ୍ଚମ, ନବମ ଓ ଦଶମ ଭାବର କାରକ ଅଟନ୍ତି । ଏହି ଚାରିଭାବ ସ୍ଥିତ ବୃହସ୍ପତି ଜାତକକୁ ଧର୍ମ ଅର୍ଥ, କାମ ଓ ମୋକ୍ଷ ଆଦି ଚାରି ପ୍ରକାର ପୁରୁଷାର୍ଥ ପ୍ରଦାନ କରିଥାନ୍ତି । ବୃହସ୍ପତି ମାନବର ଭୌତିକ କ୍ଷେତ୍ରରେ ଉନ୍ନତି କରନ୍ତି ନାହିଁ, କିନ୍ତୁ ଆଧ୍ୟାତ୍ମିକ କ୍ଷେତ୍ରରେ ଜାତକକୁ ଜ୍ଞାନର ଚରମ ସୀମାରେ ପହଞ୍ଚାଇ ଥାନ୍ତି । ଯଦି ବୃହସ୍ପତି ଜାତକର ଜନ୍ମ କୁଣ୍ଡଳୀରେ ତ୍ରିକୋଣ କିମ୍ବା କେନ୍ଦ୍ରରେ ସ୍ଥିତ ହୋଇଥାନ୍ତି କିମ୍ବା ସ୍ୱଗୃହୀ ବା ଉଚ୍ଚ ରାଶିରେ ଥାନ୍ତି ଅନୁକୂଳ ଫଳ ପ୍ରଦନ କରିଥାନ୍ତି ।

ଜ୍ଞାନ, ବିଦ୍ଧୁତା, ଶିକ୍ଷା, ଧାର୍ମିକ କାର୍ଯ୍ୟ, ଶ୍ରେଷ୍ଠଜନ, ଭକ୍ତି, ପ୍ରାଚୀନ ସାହିତ୍ୟ, ଧନ ସମ୍ପତ୍ତି, ମାନସମ୍ମାନ, ପୂର୍ବଜ, ପୁତ୍ର, ବଡ଼ଭାଇ, ଫଳ ଗଛ, ଶରୀରରେ ଚର୍ବି, ମଧୁମେହ, ସର୍ବଦା ରୋଗ ବୈରାଗ୍ୟ, କାନ, ବ୍ୟାଙ୍କ, ଆୟକର, ରାଜସ୍ୱ, ମନ୍ଦିର, ଧର୍ମସଂସ୍ଥା, କାନୁନ୍‌, ଜର୍ଜ, ନ୍ୟାୟାଳୟ, ଓକିଲ, ଲେଖାପରୀକ୍ଷକ, ସମ୍ପାଦକ, ଶିକ୍ଷାବିଦ, ଅଧ୍ୟାପକ, ଶେୟାର ବଜାର, ପୁଞ୍ଜିପତି, ମନ୍ତ୍ରୀ, ଦାର୍ଶନିକ, ନିଗମ ପାର୍ଷଦ, ଜ୍ୟୋତିଷ ବେଦ ଓ ଶାସ୍ତ୍ର ଇତ୍ୟାଦିର କାରକ ହୋଇଥାନ୍ତି । ୨୦୨୧ ମସିହା ଏପ୍ରିଲମାସ ୫ ତାରିଖ ସୋମବାର ରାତ୍ର ୧୨ଟା ୨୪ମିନିଟ୍ ରେ ବୃହସ୍ପତି ଧନିଷ୍ଠାନକ୍ଷତ୍ର କୁମ୍ଭରାଶିକୁ ଅତିଚାରରେ ଗମନ କରିବେ । କୁମ୍ଭରାଶିରେ ସେପ୍ଟେମ୍ବରମାସ ୧୪ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା ।

ମେଷ:-ମେଷରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଏକାଦଶ ବା ଲାଭଭାବରେ ପ୍ରବେଶ କରି ପରାକ୍ରମଭାବ, ସନ୍ତାନଭାବ, ଦାମ୍ପତ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଖୁସି ରହିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସନ୍ତାନ ଓ ଜୀବନସାଥିଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ । ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ । ଶତୃ ଓ ବିରୋଧୀମାନେ ଦୂରେଇ ଯିବେ ।

ମାନସିକ ଅଶାନ୍ତି ଦୂର ହେବ । ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ରୋଜଗାର ମିଳିବାର ଉପଯୁକ୍ତ ସୁଯୋଗ ପାଇବା ଫଳରେ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ପ୍ରେମୀକପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେଲେ ଦୃଢୀଭୂତ ହେବ । ଜାଗା, ଜମି, ଗୃହ, ଇଟା, ବାଲି, ସିମେଣ୍ଟ, ଡାଲି, ଚାଉଳ, ଧାନ, ଗହମ ଆଦି ବ୍ୟବସାୟ ଆରମ୍ଭ କରି ପାରିବେ । ତେଜରାତି ଦୋକାନ, ହୋଟେଲ, ପନିପରିବା ବା ରବି ଫସଲ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ ।

ସାହାଯ୍ୟ କରିଥିବା ଲୋକଙ୍କଠାରୁ ସମସ୍ତ ଅର୍ଥ ପ୍ରାପ୍ତି ହୋଇଯିବ । ନୂତନ ବ୍ୟବସାୟଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ । ରାଜନୀତି କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଲୋକ ସମ୍ପର୍କ ବୃଦ୍ଧି କରିବା ସହ ଯଶ-ମାନ-ପ୍ରତିଷ୍ଠା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତାକୁ କାର୍ଯ୍ୟରେ ଲଗାଇବା ପାଇଁ ସୁଯୋଗ ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପ୍ରତିକାର- ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ । ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ପ୍ରତିକାର- ପ୍ରତିଦିନ କେଶର ମାଳରେ ଏକମାଳା ମନ୍ତ୍ର ଜପ କରିବା ଉଚିତ୍‌ । ମନ୍ତ୍ର- ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00