Loading...

299 Big Street, Govindpur, India

Open daily 10:00 AM to 10:00 PM

ଚନ୍ଦନ ମାଳାର ଫାଇଦା ଜାଣି ବିଶ୍ଵାସ କରି ପାରିବେନି ଆପଣ

ହିନ୍ଦୁ ଧର୍ମରେ ଚନ୍ଦନ ଦେବା ଦେବୀଙ୍କ ପୂଜାରେ ଏକ ବିଶେଷ ଭାଗ ରହିଛି । ଏହି ଚନ୍ଦନ ଦୁଇପ୍ରକାରର, ତାହା- ଗୋଟିଏ ଧଳା ଚନ୍ଦନ ଓ ଅନ୍ୟଟି ଲାଲ୍ ଚନ୍ଦନ ରହିଛି । ଚନ୍ଦନକୁ ସୁଖ, ସୌଭାଗ୍ୟ, ଆୟୁ ଓ ସ୍ୱାସ୍ଥ୍ୟବର୍ଦ୍ଧକ କୁହାଯାଏ । ଚନ୍ଦନରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥିବାରୁ ଏହାକୁ ପୂଜାରେ ବ୍ୟବହାର କରାଯାଏ । ଚନ୍ଦନରେ ତିଆରି ଧୂପ, ତିଳକ, ଅତର, ଅର୍କ ଓ ଚନ୍ଦନ ମାଳା ଆଦି ପୂଜାରେ ବ୍ୟବହାର କରାଯାଏ । ତେବେ ଚନ୍ଦନ ମାଳର କଣ ବିଶେଷତ୍ଵ ରହିଛି ଆସନ୍ତୁ ଜାଣିବା । ଶାସ୍ତ୍ରରେ କୁହାଯାଇଛି ଯେ ଚନ୍ଦନ ମାଳାରେ କରାଯାଉଥିବା ମନ୍ତ୍ର ଜପରେ ଶୀଘ୍ର ଫଳ ମିଳିଥାଏ ।

ଚନ୍ଦନ ମାଳାରେ ଅନ୍ୟ ଲାଭ ମଧ୍ୟ ରହିଛି, ତାହା ମାନସିକ ଶାନ୍ତି ପାଇଁ- ଚନ୍ଦନ ମାଳାକୁ ଗଳାରେ ଧାରଣ କଲେ ମାନସିକ ଶାନ୍ତି ମିଳିଥାଏ । ଯେଉଁ ଲୋକମାନଙ୍କର ଜୀବନ ଦୌଡଭାଗପୂର୍ଣ୍ଣ ହୋଇଥାଏ, ଅନେକ ଚିନ୍ତା ଲାଗିରହିବା ଓ ଯିଏ ମାନସିକ ରୂପରେ ସ୍ଥିରତା ରୁହେ ନାହିଁ ସେହି ବ୍ୟକ୍ତିମାନଙ୍କୁ ଧଳା ଚନ୍ଦନ ମାଳା ପିନ୍ଧିବା ଉଚିତ୍ । ଏହାଦ୍ୱାରା ମୁଣ୍ଡ ଶାନ୍ତ ହେବ ଓ ନିଜର କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିପାରିବେ । ଧଳା ଚନ୍ଦନ ମାଳା ପିନ୍ଧିଲେ ମନ ମସ୍ତିଷ୍କରେ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ । ବିଦ୍ୟାର୍ଥୀମାନେ ମଧ୍ୟ ଏହି ଧଳା ଚନ୍ଦନ ମାଳା ପିନ୍ଧିବା ଉଚିତ୍ । ଏଥିରେ ପାଠ ପଢାରେ ଧ୍ୟାନ ଦେବା ପାଇଁ ସାହାଯ୍ୟ ମିଳିଥାଏ ।

ଧନ ଲାଭ ପାଇଁ- ଆର୍ଥିକ ସମୃଦ୍ଧି ବଢାଇବା ପାଇଁ ଲାଲ୍ ଚନ୍ଦନ ମାଳା ବ୍ୟବହାର କରାଯାଏ । ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଲାଲ୍ ଚନ୍ଦନ ମାଳାରେ ଜପ କରିଲେ ମନ୍ତ୍ରର ପ୍ରଭାବ ଶୀଘ୍ର ମିଳିଥାଏ । ଯଦି ପ୍ରତିଦିନ ଏକମାଳା ଏହି ଲାଲ୍ ଚନ୍ଦନ ମାଳାରେ  ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରାଯାଏ ତେବେ ଆର୍ଥିକ ଅଭାବ ହେବ ନାହିଁ ।

କେଉଁ ଦିନ ଧାରଣ କରିବ- ଚନ୍ଦନ ମାଳା ଧାରଣ କରିବା ପାଇଁ ଗୁରୁବାର ଦିନଟି ସର୍ବଶ୍ରେଷ୍ଠ ହୋଇଥାଏ । ଏହି ଗୁରୁବାର ଦିନ ସକାଳୁ ଗାଧୋଇସାରିବା ପରେ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଏକ ହଳଦିଆ ବସ୍ତ୍ର ବିଛାଇବେ । ଚନ୍ଦନ ମାଳାକୁ ଗଙ୍ଗା ଜଳରେ ଧୋଇ ସେହି ହଳଦିଆ ବସ୍ତ୍ର ଉପରେ ରଖି ଚନ୍ଦନ ଓ ହଳଦୀରେ ପୂଜା କରିବେ । ଭଗବାନ ବିଷ୍ଣୁଙ୍କ ଧ୍ୟାନ କରିବେ ଓ ହଳଦିଆ ଫୁଲ ଅର୍ପଣ କରିବେ । ଏହାପରେ ସେହି ମାଳାକୁ ଆଣି ଗଳାରେ ଧାରଣ କରିବେ ।

କଣ ସାବଧାନତା ରଖିବେ- ତନ୍ତ୍ର ଶାସ୍ତ୍ର ଅନୁସାରେ ପରିବାରର ସଦସ୍ୟଙ୍କୁ ମାଳା ଧାରଣ କରିବା ପାଇଁ କିଛି ନିୟମ ପାଳନ କରିବାକୁ ହେବ । ଶବ ଯାତ୍ରାରେ ଯିବା ସମୟରେ, ଅନ୍ତିମ ସଂସ୍କାରରେ ସାମିଲ ହେବା ପୂର୍ବରୁ ମାଳା ବାହାର କରିଦେବା ଉଚିତ୍ । ଏହାପରେ ଶୁଦ୍ଧ ହେଲା ପରେ ପୁଣି ମାଳକୁ ଧାରଣ କରିବା ଆବଶ୍ୟକ । ରାତିରେ ଶୋଇବା ପୂର୍ବରୁ ମାଳକୁ କାଢି ପୂଜାସ୍ଥାନରେ ରଖିବା ଉଚିତ୍ । ପ୍ରତ୍ୟେକ ପୂର୍ଣ୍ଣିମା ତିଥି ଦିନ ଏହି ମାଳାକୁ ଶୁଦ୍ଧିକରଣ ସଂସ୍କାର କରିବା ଉଚିତ୍ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00