Your Astrology Guru Lyrics
ଛାମୁ ହେ…ଛାମୁ ହେ…ଛାମୁ ହେ…
ଏତିକି ଗୁହାରି ଶୁଣିମା ହେବ ହେ
Chhamu He Chhamu He Etiki Guhari Sunima Heba He Your Astrology Guru Lyrics In Odia Language
ଛାମୁ ହେ…ଛାମୁ ହେ…ଛାମୁ ହେ…
ଏତିକି ଗୁହାରି ଶୁଣିମା ହେବ ହେ
ମୋ ସଂସାର ରଥ ଗଡେଇ ନେବ ହେ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
ମରିଯାଏ ମରିଯାଏ…
ଛାମୁ ହେ…ଛାମୁ ହେ…ଛାମୁ ହେ…
ଛନ୍ଦ ଫାନ୍ଦ ବୁଝେ ନାହିଁ
ହାତ ଧରି ମୋର ବାଟ ଚାଲୁଥିଲା
ଯିବ ବାଟବଣା ହୋଇ
ପୁଅଟି ମୋହର ଭାରି ବୁଝିବାର
ଦୁଃଖ ସବୁ ସହିଯିବ
ମୋ ଝିଅ ମାମୁନି ଭାରି ଅଭିମାନୀ
ଝୁରି ଝୁରି ଶୁଖି ଯିବ
ତୁମ ଛଡ଼ା ତାଙ୍କ ଭେଳା ବୁଡିବ ହେ
ବିପଦେ ଆପଦେ ଠିଆ ହୋଇବ ହେ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
ମରିଯାଏ ମରିଯାଏ…
ଛାମୁ ହେ…ଛାମୁ ହେ…ଛାମୁ ହେ…
ଥିଲି ଏକା ହୋଇ ସିଂହ ଦ୍ୱାରେ ଯାଇ
କେବେ କିଛି ମାଗି ନାହିଁ
ଯେଉଁଠି ରଖିଚ ଯେମିତି ରଖିଚ
ରହିଚି ସେମିତି ହୋଇ
ଆଉ ଚାରି ପ୍ରାଣୀ ମୋ ହାତରେ ଆଣି
ଦେଲ ଯଦି ହସି ହସି
ମୁଁ ମରିଗଲେ ତମେ ନ ବୁଝିଲେ
ଚାରି ପ୍ରାଣୀ ଯିବେ ଭାସି
ମତେ ପଛେ ଦିଅ ନରକ ଯନ୍ତ୍ରଣା
ମୋ ପିଲା ଛୁଆଙ୍କୁ କରିବ ଆପଣା
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
ମରିଯାଏ ମରିଯାଏ…
ଛାମୁ ହେ…ଛାମୁ ହେ…ଛାମୁ ହେ…
ଏତିକି ଗୁହାରି ଶୁଣିମା ହେବ ହେ
ମୋ ସଂସାର ରଥ ଗଡେଇ ନେବ ହେ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
କାଲି ଯଦି ମୁଁ ବାଟ ଚାଲୁ ଚାଲୁ
ମରିଯାଏ ମରିଯାଏ…..
ଛାମୁ ହେ…ଛାମୁ ହେ…ଛାମୁ ହେ…
ଛାମୁ ହେ…ଛାମୁ ହେ…
Chhamu He Etiki Guhari Sunima Heba He Your Astrology Guru Lyrics In Odia Language