Loading...

299 Big Street, Govindpur, India

Open daily 10:00 AM to 10:00 PM

ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନି କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ଧନୁ, ମକର, କୁମ୍ଭ ଓ ମୀନ) ରାଶି ଉପରେ ପ୍ରଭାବ

ଧନୁ:-ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହି ସନ୍ତାନଭାବ ଭାଗ୍ୟଭାବ ଓ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଦୀର୍ଘ ୩୦ ବର୍ଷପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର, ସିମେଟ ଓ ଗାଡି ମଟର ଆଦି ବ୍ୟବସାୟରେ ସଫଳତା ଲାଭ କରିବେ । ଉଚ୍ଚ ରାଜନୈତିକ ପଦ ପ୍ରାପ୍ତ ହେବ । ରାଜଦୂତ, ମନ୍ତ୍ରୀ, ସାଂସଦ, ସଭାପତି ଭଳି ପଦ ପାଇପାରନ୍ତି । ଘରୋଇ ସଂସ୍ଥାରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି, ନୂତନ କର୍ମରେ ନିଯୁକ୍ତି ପାଇବେ ।

ରାଜନୈତିକ କ୍ଷେତ୍ରରେ ଉଚ୍ଚପଦ ପଦବୀରେ ପ୍ରତିଷ୍ଠିତ ହେବା ସହ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ । ଭାଗ୍ୟୋଦୟ ହେବା ସହ ଅଭିଳାଷ ପୂର୍ଣ୍ଣ ହେବ । ଶିକ୍ଷାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଅଧ୍ୟୟନରେ ଅଗ୍ରଗତି ଅବଧାରିତ ହେବ । ସାଙ୍ଗ ସୁଖ, ଭ୍ରମଣର ଆନନ୍ଦ ବା ଖେଳକୁଶଳତାରେ ଆମୋଦିତ ହେବେ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ ।

ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ସମ୍ପନ୍ନ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗ୍ରହରାଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ ।

ମକର:-ଗ୍ରହରାଜ ଶନିଶ୍ଚର ଧନଭାବରେ ରହି ସୁଖଭାବ ନିଧନଭାବ ଓ ଆୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି । ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ । ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ । ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ ।

ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ସହ ଯୋଗ କରିବେ ଓ ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ଲୋକ ଦେଖାଣିଆ ମନୋବୃତ୍ତି ତ୍ୟାଗ କରି ଚଳିତ ପରମ୍ପରାକୁ ଆଗେଇ ନେବା ଉଚିତ ହେବ । ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅବିଚଳିତ ରହିଲେ ମଧ୍ୟ କର୍ମ ବା ଦାୟିତ୍ଵ ପରିବର୍ତ୍ତନର ଅଧୀନ ହେବେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

କୁମ୍ଭ:-ଗ୍ରହରାଜ ଶନିଶ୍ଚର ନିଜ ଭାବରେ ରହି ବିକ୍ରମଭାବ ଜାୟାଭାବ ଓ କର୍ମଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଆଶାବାଦିତା, ମାନସିକ ଦୃଢତା, ଧନାଗମ, ଅଭାବ-ଅନାଟନରୁ ମୁକ୍ତିଲାଭ, ଧର୍ମପ୍ରାଣ ଓ କର୍ତ୍ତବ୍ୟ ସଚେତନତାରୁ ଭାବମୂର୍ତ୍ତି ବୃଦ୍ଧି ତଥା ପ୍ରତିଷ୍ଠା ସୁରକ୍ଷା ରହିବ । ଆୟ ଉତ୍ତମ ହେବ । ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ । ନେତୃତ୍ଵ ଲାଭ ଯୋଗ ରହିଛି । ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ, ସୁଖଲାଭ ଓ ସମ୍ମାନଦାୟକ ହେବ । ନୂତନ କର୍ମ ସଂସ୍ଥାନପ୍ରାପ୍ତି, ଅର୍ଥଲାଭ, ପାରିବାରିକ ଉନ୍ନତି ଓ ବିବାହୋତ୍ସବ ହୋଇଯିବ । ବ୍ୟବସାୟରେ ଅଚଳାବସ୍ଥା ସୁଧୁରିଯିବା ଫଳରେ ଉଚ୍ଚାକାଂକ୍ଷ ।

ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ନୂତନ ବ୍ୟବସାୟ ଆରମ୍ଭ କଲେ ଆଶାତୀତ ଲାଭ ହେବ । ଯାତ୍ରାଫଳରେ ଉତ୍ସାହିତ ହେବେ । ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ନୁତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଲେ ସଫଳ ହେବେ । ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ପରୀକ୍ଷା, ପ୍ରତି ଯୋଗୀତା ସନ୍ତୋଷ ଜନକ ହେବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ । ସବୁସତ୍ତ୍ୱେ ସ୍ଥାନ ବିଶେଷରେ ବହୁ ଆଡମ୍ବରରେ ଲଘୁ କ୍ରିୟା ସୃଷ୍ଟି ହୋଇପାରେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

ମୀନ:-ଗ୍ରହରାଜ ଶନିଶ୍ଚର ବ୍ୟୟ ଭାବରେ ରହି ଧନଭାବ ଶତ୍ରୁଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସୁଖ ସମୃଦ୍ଧି ବୃଦ୍ଧି ହେବାସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ନୂତନ କର୍ମ ନିଯୁକ୍ତିର ସୂଚନା ପାଇବେ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଦୂର ଯାତ୍ରାରେ ସଫଳତା ମିଳିବ । ଦୂରଯାତ୍ରାର ସୁଯୋଗ ପାଇବେ । ନିବେଶ କରିଲେ ଶନିଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପରିବାରରେ ସୁଖଶାନ୍ତି ଫେରି ଆସିବ ।

ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟି ଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରିବେ ଓ ଆଶାନୁରୂପ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚପଦ ପଦବୀରେ ପ୍ରତିଷ୍ଠିତ ହେବା ସହ ବହୁଲୋକଙ୍କର ପ୍ରିୟ ଭାଜନ ହେବେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ଆନନ୍ଦ ଉତ୍ସାହ ବୃଦ୍ଧି ଘଟି ଆୟ ଉତ୍ତମ ହେବ । ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ଘଟି ବନ୍ଧୁବାନ୍ଧବ ଚର୍ଚ୍ଚା ବଢିପାରେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00