ଆପଣ ଅଧିକ ଧନ ଚାହୁଁଛନ୍ତି କି ? ଯଦି ଆପଣ ଅଧିକ ଧନ ଚାହୁଁଛନ୍ତି ତେବେ ଏହି ୧୨ଟି ଭଲ ଉପାୟକୁ ଉପଯୋଗ କରନ୍ତୁ । ଅଧିକ ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଚହାଁନ୍ତି । ଟଙ୍କା ରୋଜଗାର କରିବାର ଅନେକ ଉପାୟ ମଧ୍ୟ ରହିଛି । ଏହି ଉପାୟକୁ ବ୍ୟବହାର କରି ଅନେକ ଲୋକମାନେ ଉପକୃତ ମଧ୍ୟ ହୋଇଛନ୍ତି । ସମସ୍ତେ ଏକ ସଠିକ୍ ଉପାୟ ଚହାଁନ୍ତି ଯାହା କି ସହଜ ସରଳ ହୋଇଥିବ ଓ ନିଜର ସୁବିଧା ଅନୁଯାଇ ଉପାୟକୁ ବ୍ୟବହାର କରିପାରୁଥିବେ ।
ଏଠାରେ ବହୁତ ସରଳ ଉପାୟ ବିଷୟରେ କୁହାଯାଇଛି, ଯାହା କି ଆପଣ ନିଜର ସୁବିଧା ଅନୁସାରେ ଯେ କୌଣସି ଗୋଟିଏକୁ ଗ୍ରହଣ କରିପାରିବେ । କିନ୍ତୁ ଆପଣ ଏହାକୁ ନିୟମିତ ପାଳନ କରିବାକୁ ହେବ । ଏହି ଉପାୟକୁ ବ୍ୟବହାର କଲେ ନିଶ୍ଚୟ ଧନବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟକୁ ବ୍ୟବହାର କରିଲେ ଧନବାନ ହୋଇପାରିବେ ।
୧- ପ୍ରତିଦିନ ଭଗବାନ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର ଓ ଅକ୍ଷତ ବା ଚାଉଳ ଅର୍ପଣ କରି ପୂଜା କରନ୍ତୁ ଓ ବ୍ରତ ମଧ୍ୟ ପାଳନ କରନ୍ତୁ ।
୨- ପ୍ରତିଦିନ ମାତା ଲକ୍ଷ୍ମୀଙ୍କର ପୂଜା ଓ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା ଆରାଧନା କରନ୍ତୁ ।
୩- ସପ୍ତାହ ୭ଦିନ ମଧ୍ୟରୁ ଯେ କୌଣସି ମଧ୍ୟ ଗୋଟିଏ ବାର ବ୍ରତ ପାଳନ କରନ୍ତୁ । ଏହି ବାରର ବ୍ରତ ପାଳନ କଲେ ନିଶ୍ଚୟ ଧନବାନ ହୋଇପାରିବେ । ଯଦି ସୋମବାର ଦିନ ବ୍ରତ ପାଳନ କରିବେ ତେବେ ଧନର କାରକ ଚନ୍ଦ୍ର ପ୍ରସନ୍ନ ହେବେ । ମଙ୍ଗଳବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ହନୁମାନ ପ୍ରସନ୍ନ ହେବେ । ବୁଧବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ଗଣେଶ ପ୍ରସନ୍ନ ହେବେ ।
ଗୁରୁବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ବିଷ୍ଣୁ ପ୍ରସନ୍ନ ହେବେ । ଶୁକ୍ରବାର ବ୍ରତ ପାଳନ କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ଶନିବାର ବ୍ରତ ପାଳନ କରିଲେ ଭଗବାନ ଶନିଦେବ ପ୍ରସନ୍ନ ହେବେ ଓ ରବିବାର ବ୍ରତ ପାଳନ କରିଲେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ସୁଖ, ସୌଭାଗ୍ୟ ଓ ଧନ ପ୍ରଦାନ କରିବେ ।
୪- ସୁନା, ରୂପା ଓ ତମ୍ବାରେ ଏକ ମୁଦି ତିଆରି କରି ଅନାମିକା ଆଙ୍ଗୁଠିରେ ଧାରଣ କରନ୍ତୁ ।
୫- ପ୍ରତିଦିନ ସନ୍ଧ୍ୟା ସମୟରେ ଯେ କୌଣସି ମନ୍ଦିରରେ ଗୋଟିଏ ଦୀପ ଜାଳନ୍ତୁ ।
୬- ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ପୂଜା କରନ୍ତୁ ।
୭- ପ୍ରତିଦିନ ଶ୍ରୀସୂକ୍ତ ପାଠ କରନ୍ତୁ ।
୮- ଶ୍ରୀ ଲକ୍ଷ୍ମୀସୂକ୍ତ ପାଠ କରନ୍ତୁ ।
୯- କନକଧାରା ସ୍ତୋତ୍ର ପାଠ କରନ୍ତୁ ।
୧୦- କାହାର କ୍ଷତି କରନ୍ତୁ ନାହିଁ ।
୧୧- ସର୍ବଦା ଧାର୍ମିକ ଆଚରଣ କରନ୍ତୁ । ସଂଧ୍ୟା ସମୟରେ ଘରେ ଧୂପ ଦୀପ ଜଳନ୍ତୁ ।
୧୨- ନିଜ ଘରକୁ ସଫା ସୁତୁରା ରଖନ୍ତୁ । ଏଥିରେ ଧନ ସ୍ଥାୟୀ ରହିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।