Loading...

299 Big Street, Govindpur, India

Open daily 10:00 AM to 10:00 PM

ଏହି ନବରାତ୍ରିରେ କିଭଳି କନ୍ୟା ମାନଙ୍କୁ ପୂଜା କରିବେ, ଜାଣନ୍ତୁ ଏହାର ବିଧାନ

ବିଧାନ ଅନୁସାରେ ବର୍ତ୍ତମାନ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏହି ନବରାତ୍ରି ଏକ ଖୁସିର ପର୍ବ ଅଟେ । ଏହି ପର୍ବରେ ମନ ପ୍ରଫୁଲ୍ଲିତ ରହେ । ଏହି ପୂଜା ଉପାସନାରେ ମାତା ଦେବୀ ବହୁତ ପ୍ରସନ୍ନ ହୁଅନ୍ତି । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କେବଳ ଶ୍ଳୋକ, ମନ୍ତ୍ର, ଉପବାସ ଓ ଯଜ୍ଞ ଦ୍ଵାରା ଦେବୀଙ୍କୁ ପ୍ରସନ୍ନ କରାଯାଇ ପାରିବ ନାହିଁ । ତେଣୁ ଏହି ନବରାତ୍ରରେ ୨ ବର୍ଷ ରୁ ୫ବର୍ଷ ପର୍ଯ୍ୟନ୍ତ କନ୍ୟାମାନଙ୍କୁ ପୂଜା କରାଯିବାର ବିଶେଷ ମହତ୍ଵ ମଧ୍ୟ ରହିଛି । ନବରାତ୍ରରେ ଏହି କନ୍ୟାମାନଙ୍କୁ ପୂଜା କରି ଖାଇବାକୁ ଦିଆଯାଏ ଓ ସୁନ୍ଦର ସୁନ୍ଦର ଉପହାର ମଧ୍ୟ ଦିଆଯାଇ ମନ ଖୁସି କରାଯାଏ । ଏହା ମାଧ୍ୟମରେ ମଧ୍ୟ ନବଦୁର୍ଗାଙ୍କୁ ପ୍ରସନ୍ନ କରାଯାଇପାରିବ । ଏହା ଆପଣ ଚିତ୍ର ନବରାତ୍ର ହେଉ କି ଶାରଦୀୟ ନବରାତ୍ର ସବୁଥିରେ କରି ପାରିବେ ।

ପୁରାଣ ଦୃଷ୍ଟିରେ ୯ଦିନ ପର୍ଯ୍ୟନ୍ତ କନ୍ୟାମାନଙ୍କୁ ଗିଫ୍ଟ ଦେଲେ ମଧ୍ୟ ଶୁଭ ହୋଇଥାଏ । ଯଦି ଆପଣ ୯ଦିନ ପର୍ଯ୍ୟନ୍ତ ପୂଜା କରିପାରିବେ ନାହିଁ, ତେବେ ଶେଷ ଦୁଇଦିନ ଅଷ୍ଟମୀ ଓ ନବମୀ ଦିନ ମଧ୍ୟ ପୂଜା କରିବା ପାଇଁ ଶୁଭ ଓ ଶ୍ରେଷ୍ଠ ହୋଇଥାଏ । ଆସନ୍ତୁ ଜାଣିବା ଏହି ନବରାତ୍ରରେ କେମିତି ପୂଜା କରିବେ ।

ସର୍ବ ପ୍ରଥମେ କନ୍ୟା ଘରକୁ ପ୍ରବେଶ କରିବା ବେଳେ ତାଙ୍କ ପାଦରେ ମହାବର ବା କୁଙ୍କୁମ ଲଗାଇ ଘରକୁ ଆଣିବ । ତାଙ୍କ ଉପରେ ଫୁଲ ପକାଇବ । ତାଙ୍କ ହାତରେ ଦୁଇ ପ୍ରକାର ଦକ୍ଷିଣା ଦେବେ । ପୂଜା କରିବା ପରେ ଖାଇବାକୁ ଦେବ । ଯାହା କି ଗୋଟିଏ ଦକ୍ଷିଣା କନ୍ୟା ଘରକୁ ନେବ ଓ ଅନ୍ୟଟି ଆପଣଙ୍କୁ ଦେଇ ଘରକୁ ଯିବେ । ଆପଣଙ୍କୁ ଦେଇଥିବା ଦକ୍ଷିଣାକୁ ଘରେ ଆଲମୀରା ବା ବାସ୍କରେ ରଖି ଦିଅନ୍ତୁ ।

୧- ପ୍ରଥମ ଦିନ କନ୍ୟାମାନଙ୍କୁ ଫୁଲ ଦେଲେ ଶୁଭ ହୁଏ । ତା ସହ ଯେ କୌଣସି ଶୃଙ୍ଗାର ଅବଶ୍ୟ ଦେବେ । ଯଦି ମାତା ସରସ୍ଵାତୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥାନ୍ତି ତେବେ ଧଳା ରଙ୍ଗର ଫୁଲ ଦିଅନ୍ତୁ । ଯଦି ମନରେ କୌଣସି ଭୌତିକ କାମନା ଥାଏ ତେବେ ନାଲି ରଙ୍ଗର ଫୁଲ ଦେଇ ଖୁସି କରାନ୍ତୁ । ଯେପରିକି ଗୋଲାପ, ଚମ୍ପା, ମୋଗରା, ଗେଣ୍ଡୁଫୁଲ ଆଦି ଦେଇପାରିବେ ।

୨- ଦ୍ଵିତୀୟ ଦିନ କନ୍ୟାମାନଙ୍କୁ ଫଳ ଦେଇ ପୂଜା କରିପାରିବେ । ଏହି ଫଳ ସାଂସାରିକ କାମନା ପାଇଁ ଲାଲ୍ ବା ହଳଦିଆ ଏବଂ ବୈରାଗ୍ୟ ପ୍ରାପ୍ତି ପାଇଁ କଦଳୀ ବା ନଡିଆ ମଧ୍ୟ ହେବ । ମନେ ରଖିବାକୁ ହେବ ଯେ କୌଣସି ଖଟା ଫଳ ଦେବେ ନାହିଁ ।

୩- ତୃତୀୟ ଦିନ ମିଠାର ବିଶେଷ ମହତ୍ଵ ଥାଏ । ଏହି ଦିନ ହାତରେ ତିଆରି ଖିରୀ, ହାଲୁଆ ବା ଚାଉଳର ଖେଚୁଡି ତିଆରି କରି ଖାଇବାକୁ ଦେବ ତେବେ ଦେବୀ ପ୍ରସନ୍ନ ହେବେ ।

୪- ଚତୁର୍ଥ ଦିନ ବସ୍ତ୍ର ଦାନ ଦେବେ, କିନ୍ତୁ ନିଜର ସକ୍ଷମତା ଅନୁସାରେ ରୁମାଲ ବା ରିବନ୍ (ଫିତା) ମଧ୍ୟ ଦୀପାରିବେ ।

୫- ପଞ୍ଚମ ଦିନ ସୌଭାଗ୍ୟ ଓ ସନ୍ତାନ ପ୍ରାପ୍ତିର ମନୋକାମନା କରାଯାଏ । ତେଣୁ କନ୍ୟାମାନଙ୍କୁ ପାଞ୍ଚ ପ୍ରକାର ଶୃଙ୍ଗାର ସାମଗ୍ରୀ ଦେଲେ ଅତି ଶୁଭ ହୋଇଥାଏ । ଏଥିରେ ବିନ୍ଦି, ଚୁଡି, ମେହେନ୍ଦି, କ୍ଲିପ୍, ସାବୁନ୍, କଳା, ନଖପାଲିସ୍, ପାଉଡର ଇତ୍ୟାଦି ଦେଇପାରିବେ ।

୬- ଷଷ୍ଠ ଦିନ କନ୍ୟାମାନଙ୍କୁ ଖେଳଣା ସାମଗ୍ରୀ ଦେବା ଉଚିତ୍ । ଯେ କୌଣସି ଖେଳଣା ଦେଇପାରିବେ ।

୭- ସପ୍ତମ ଦିନ ମାତା ସରସ୍ଵାତୀଙ୍କୁ ଆବାହନ କରାଯାଏ । ଏହି ଦିନ କନ୍ୟାମାନଙ୍କୁ ଶିକ୍ଷା ସାମଗ୍ରୀ ଦେବା ଉଚିତ୍ । ଆପଣ ପେନ୍, ସ୍କେଚ୍ ପେନ୍, ପେନ୍ ଶିଲ୍, ଖାତା, ଡ୍ରଇଂ ବହି, କମ୍ପାସ୍, କଲର୍ ପେନ୍ ଶିଲ୍, ଟିଫିନ୍ ବକ୍ସ ଆଦି ଦୀପାରିବେ ।

୮- ଅଷ୍ଟମ ଦିନ ନବରାତ୍ରିର ପବିତ୍ର ଦିନ ଅଟେ । ଏହି ଦିନ କନ୍ୟାମାନଙ୍କୁ ନିଜ ହାତରେ ଶୃଙ୍ଗାର କରିଲେ ଦେବୀଙ୍କ ଆଶୀର୍ବାଦ ମିଳିଥାଏ । ଏହି ଦିନ କନ୍ୟାମାନଙ୍କୁ କ୍ଷୀରରେ ପାଦ ଧୋଇ ପୂଜା କରିବା ଉଚିତ୍ । ପାଦରେ ଅଳତା ଲଗାଇ ଫୁଲ ଓ କୁଙ୍କୁମ ଲଗେଇବା ଉଚିତ୍ । ଏହାପରେ ଖାଇବାକୁ ଦେବ । ପରେ ନିଜର ସକ୍ଷମତା ଅନୁସାରେ ଯେ କୌଣସି ଉପହାର ଦେବା ଆବଶ୍ୟକ । ସବୁଦିନ କନ୍ୟାମାନଙ୍କ ହାତରେ ଦକ୍ଷିଣା ନିଶ୍ଚୟ ଦେବେ ।

୯- ନବମ ଦିନ କନ୍ୟାମାନଙ୍କୁ ପୁରୀ ବୁନ୍ଦି ଖାଇବାସକୁ ଦେବ । ଏହାପରେ ପାଦରେ ମହାବର ଓ ହାତରେ ମେହେନ୍ଦି ଲଗାଇଲେ ପୂଜା ସଂପୂର୍ଣ୍ଣ ହୋଇଥାଏ । ଯଦି ଆପଣ ନିଜ ଘରେ ଯଜ୍ଞ କରୁଛନ୍ତି ତେବେ ସେହି କନ୍ୟାମାନଙ୍କ ହାତରେ ସମିଧ ଦେଇ କୁଣ୍ଡରେ ପକାଇବାକୁ ନିଶ୍ଚୟ ଦିଅନ୍ତୁ । ଏହାପରେ ଅଳେଇଚ ଓ ପାନ ଖାଇବାକୁ ଦିଅନ୍ତୁ ।

ଏହି ପରମ୍ପରାର ମାନ୍ୟତା ଏହା ଅଟେ ଯେ ଦେବୀଙ୍କୁ କନ୍ୟାଙ୍କୁ ପରି ବିଦାୟ କରିବା ଉଚିତ୍ । ଯଦି ପାରୁଛନ୍ତି ତେବେ କନ୍ୟାମାନଙ୍କୁ ଲାଲ୍ ରଙ୍ଗର ଓଢଣି ଦାନ କରାନ୍ତୁ । ଦୂର୍ଗା ଚାଳିଶା ଛୋଟ ପୁସ୍ତକ ମଧ୍ୟ ଦିଅନ୍ତୁ । ଗରବା ର ଦାଣ୍ଡିଆ ଓ ଚଣିଆଚୋଲି ମଧ୍ୟ ଦେଇ ପାରିବେ । ନବରାତ୍ରିରେ ଏହି ନିୟମାନୁସାରେ ପୂଜା କରିଲେ ବା କନ୍ୟାମାନଙ୍କୁ ଉପହାର ଦେଲେ ଦେବୀ ପ୍ରସନ୍ନ ହୋଇ ସୁଖ, ସମୃଦ୍ଧି, ଯଶ, ବୈଭବ, କୀର୍ତ୍ତି ଓ ସୌଭାଗ୍ୟ ବରଦାନ କରନ୍ତି ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00