Loading...

299 Big Street, Govindpur, India

Open daily 10:00 AM to 10:00 PM

Emiti A Bada Dande Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି

Emiti A Bada Dande Your Astrology Guru Lyrics In Odia Language

ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି
ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ଦୁଃଖ ମୋର ଭୁଲୁଥିବି



ଏତିକି ମିନତୀ ଜଗତ ଠାକୁର
ଦୁଃଖୀ ବୋଲି ମୋତେ କରିବୁନି ପର
ସଞ୍ଜ ସକାଳରେ ଆରତୀ ବେଳରେ
ଗରୁଡ ପଛରେ ଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି



ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢି ଯେବେ ହେବୁ ତୁ ବାହାର
ଜଗତରେ ନାହିଁ ତୋ ପରି ଠାକୁର
ରଥ ଚଢି ଯେବେ ହେବୁ ତୁ ବାହାର
ତୋ ରଥ ଦଉଡି ଅଣ୍ଟାରେ ମୁଁ ଭିଡି
ଆନନ୍ଦରେ ଟାଣୁଥିବି
କାଳିଆରେ ଜୀବନ ଧନ୍ୟ କରିବି



ଯେତେ ଇଛା ଦୁଃଖ ଦେ ପଛେ ମୋତେ
ମାଗିବିନି କିଛି ଦିନେ ହେଲେ ତୋତେ
ପାରିବିନି ଯାଇ ତୋତେ ଛାଡି ମୁହିଁ
ଶ୍ରୀକ୍ଷେତ୍ରରେ ରହିଥିବି
କାଳିଆରେ ତୋ ସେବାରେ ଖଟୁଥିବି
ଏମିତି ଏ ବଡ ଦାଣ୍ଡେ ହାତ ପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ତୋ ସେବାରେ ଖଟୁଥିବି
କାଳିଆରେ ତୋ ସେବାରେ ଖଟୁଥିବି

Emiti A Bada Dande Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00