ପ୍ରତ୍ୟେକ ଗଛରେ ଦେବା ଦେବୀ ଓ ଗ୍ରହମାନଙ୍କର ଅଧିକାର ଥାଏ । ଯେପରିକି ରବିଙ୍କର ତେଜପତ୍ର, ଚନ୍ଦ୍ରଙ୍କର ଦୁଗ୍ଧ ଜାତୀୟ ଗଛ, ମଙ୍ଗଳଙ୍କର ଉନ୍ନତି ପାଇଁ ନିମ୍ବ ଗଛ, ବୁଧଙ୍କର କଦଳୀ ଗଛ ବା ଚୌଡା ପତ୍ରଥିବା ଗଛ, ଗୁରୁ ଗ୍ରହଙ୍କ ଅଶୋସ୍ଥ ଗଛ, ଶୁକ୍ରଙ୍କର କପା ବା ତୁଳା, ଶନିଙ୍କର ଶମୀ ଗଛ, ରାହୁଙ୍କର ଚନ୍ଦନ ନଡିଆ ଓ କେତୁ ଗ୍ରହଙ୍କର ତେନ୍ତୁଳି ଗଛ ଅଟେ । ଯଦି ଆପଣଙ୍କର ଘର ଅଗଣାରେ ବା ଘରର ଆଖ ପାଖରେ ଶନିଙ୍କର ଶମୀଗଛ ଅଛି ତେବେ ଆସନ୍ତୁ ଏହି ଗଛ ରହିବାର ୭ଟି ବିଶେଷ କଥା ।
୧- ଶମୀ, ଆମ୍ବ, ଖଜୁରୀ ଗଛ ଶନି ଗ୍ରହଙ୍କ କାରକ ଅଟେ । ଏହା ବ୍ୟତୀତ ବିଷଜାତ, କଣ୍ଟାଯୁକ୍ତ ଗଛ ଓ ତମ୍ବାଖୁ ରେ ମଧ୍ୟ ଶନିଙ୍କର ଅଧିକାର ଥାଏ । ପଶୁମାନଙ୍କ ମଧ୍ୟରେ ମଇଁଷି, ପୋଷାକରେ କଳାରଙ୍ଗବସ୍ତ୍ର ଓ ଜୋତାରେ, ବସ୍ତୁ ମଧ୍ୟରେ ମହୁ, ଲୁହା, ରତ୍ନରେ ନୀଳାରତ୍ନ ଅଟେ । କୁହାଯାଏ କି ଧନିଷ୍ଠା ନକ୍ଷତ୍ରର କାରକ ମଧ୍ୟ ଶମୀ ଗଛ ଅଟେ ।
୨- ଏଥିମଧ୍ୟରୁ ଶମୀ ଗଛ ବ୍ୟତୀତ ଅନ୍ୟ କୌଣସି ଗଛ ନ ଲଗାଇବା ଉଚିତ୍ । ଶମୀ ଗଛକୁ ମଧ୍ୟ ନିଜ ଜାତକର ସ୍ଥିତିକୁ ଦେଖିବା ପରେ ସଠିକ୍ ଦିଗରେ ଲଗାଇବା ଉଚିତ୍ । ପଶ୍ଚିମ କୋଣ ଶନିଙ୍କର ସ୍ଥାନ ଅଟେ । ଏହି ଗଛକୁ ପୂଜା କରିଲେ ଶନିଙ୍କର ପ୍ରକୋପ ଶାନ୍ତ ହୁଏ । କାରଣ ଏହି ଗଛ ଶନିଦେବଙ୍କ ସାକ୍ଷାତ ରୂପ ବୋଲି କୁହାଯାଏ ।
୩- ଏହା ବ୍ୟତୀତ ଲୁହା ସମସ୍ତଙ୍କ ଘରେ ଥାଏ । ଲୁହାରେ ତିଆରି ଓଜନଦାର ସାମଗ୍ରୀ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଉଚିତ୍ । ଜୋତା ବା ଚପଲ କୁ ମଧ୍ୟ ସଠିକ ଦିଗରେ ରଖିବା ଆବଶ୍ୟକ । ଘରେ ମହୁ ରଖିବା ଓ ଖାଇବା ଦ୍ଵାରା ଶନିଦେବ ଶାନ୍ତ ହୁଅନ୍ତି ।
୪- ଯେଉଁ ବ୍ୟକ୍ତିର ଜାତକରେ ରାହୁ ଦୋଷ ରହିଛି ସେମାନେ ଚନ୍ଦନ ଗଛ ଲଗାଇବା ଉଚିତ୍ । ଯେଉଁ ବ୍ୟକ୍ତିର ଜାତକରେ ଶନି ଦୋଷ ରହିଛି ସେମାନେ ଶମୀ ଗଛ ଲଗାଇବା ଉଚିତ୍ ।
୫- ବିଶେଷ କରି ଦଶହରା ପର୍ବରେ ସୁନା ବା ରୂପାରେ ସମୀ ଗଛର ପତ୍ର ତିଆରି କରି ଦାନ କରାଯାଏ । ହିନ୍ଦୁ ଧର୍ମରେ ଏହି ପରମ୍ପରା ରହିଛି । ଆୟୁର୍ବେଦରେ ମଧ୍ୟ ସମୀ ଗଛର ବହୁତ ମହତ୍ଵ ରହିଛି । କୁହାଯାଏ କି ବୁଧବାର ଦିନ ଶ୍ରୀ ଗଣେଶଙ୍କ ନିକଟରେ ସମୀ ପତ୍ର ଅର୍ପଣ କରିଲେ ତୀକ୍ଷଣ ବୁଦ୍ଧି ହୁଏ ଓ ଗୃହରେ କଳହ ଦୂର ହୁଏ ।
୬- ଆୟୁର୍ବେଦ ଅନୁସାରେ ସମୀ ପତ୍ର କୃଷି କାର୍ଯ୍ୟରେ ଲାଭଦାୟକ ହୁଏ । ବିଜୟା ଦଶମୀ ଦିନ ସମୀ ଗଛକୁ ପୂଜା କରିଲେ ଘରେ ତନ୍ତ୍ର, ଗୁଣିଗାରେଡି ଆଦି ଦୂର ହୁଏ । ଯେଉଁଠାରେ ଏହି ଗଛ ରହିଥାଏ ଓ ସବୁଦିନ ପୂଜା କରାଯାଏ ସେହି ଘରେ ବିପଦ ଦୂର ହୁଏ ।
୭- ପ୍ରଦୋଷ କାଳରେ ପ୍ରଥମେ ସମୀ ଗଛ ପାଖରେ ଯାଇ ପ୍ରଣାମ କରନ୍ତୁ, ପୁଣି ତା ମୂଳରେ ପାଣି ଦିଅନ୍ତୁ । ଏହାପରେ ଦୀପ ଜଳାଇ ପୂଜା କରନ୍ତୁ । ସମୀ ପୂଜାର ବହୁତ ମହତ୍ଵପୂର୍ଣ୍ଣ ମନ୍ତ୍ର ଶନିଙ୍କର ବୀଜମନ୍ତ୍ର ଜପ କରନ୍ତୁ । ଏଥିରେ ସବୁ ପ୍ରକାର ବିପଦ ଦୂର ହୋଇ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।