Loading...

299 Big Street, Govindpur, India

Open daily 10:00 AM to 10:00 PM

ଘରେ ଯଦି ରଖିଛନ୍ତି ୫ ପ୍ରକାର କାଠରେ ପ୍ରସ୍ତୁତ କିଛି ଜିନିଷ ତେବେ ନିଶ୍ଚୟ ଥରେ ଦେଖନ୍ତୁ- Vastu Shastra

ଘରେ ଯଦି କାଠରେ ପ୍ରସ୍ତୁତ କିଛି ଜିନିଷ ରଖିଛନ୍ତି ତେବେ ଏହାର ୫ ପ୍ରକାର ବାସ୍ତୁଦୋଷ ବିଷୟରେ ଜାଣନ୍ତୁ । ସମସ୍ତଙ୍କ ଘରେ କାଠରେ ତିଆରି ଅନେକ ଜିନିଷ ରଖିଥାନ୍ତି । କିନ୍ତୁ କାଠରେ ତିଆରି କେଉଁ ଜିନିଷ ଘରେ ରଖିବା ଉଚିତ ଓ କେଉଁ ଜିନିଷ ନ ରଖିବା ଉଚିତ୍, ତାହା ମଧ୍ୟ ବାସ୍ତୁ ଅନୁସାରେ ଧ୍ୟାନ ଦେବା ବା ଜାଣିବା ଜରୁରୀ ଅଟେ । କାରଣ କାଠ ଜିନିଷରେ ମଧ୍ୟ ବାସ୍ତୁଦୋଷ ସୃଷ୍ଟି ହେବାର ସମ୍ଭାବନା ଥାଏ । ଆସନ୍ତୁ ଜାଣିବା କାଠରେ ତିଆରି ଜିନିଷର ୫ ପ୍ରକାର ବାସ୍ତୁ ବିଷୟରେ ।

୧- ଗୋଲାପ ଗଛର କାଠ- ଘରେ ଗୋଲାପ ଗଛର କାଠ ରଖିଲେ ଶୁଭ ହୋଇଥାଏ । ଅନେକ ଲୋକମାନେ ଏହି କାଠରେ ମୂର୍ତ୍ତି ତିଆରି କରି ମଧ୍ୟ ରଖନ୍ତି । କିନ୍ତୁ ଧ୍ୟାନ ରଖିବାକୁ ହେବ ଯେ ଗୋଲାପ ଗଛର କାଠରେ ଭଗବାନ ଶ୍ରୀ ଗଣେଶ, ଶ୍ରୀ ହନୁମାନ ଓ ଶ୍ରୀକୃଷ୍ଣ ରାଧାଙ୍କର ମୂର୍ତ୍ତି ହିଁ ରଖିବା ଉଚିତ୍ । ମୂର୍ତ୍ତି ଛୋଟ ହେବା ଓ ଯେ କୌଣସି ଗୋଟିଏ ମୂର୍ତ୍ତି ରଖିବା ଆବଶ୍ୟକ । ଏହି ମୂର୍ତ୍ତିକୁ ପୂଜା ପାଇଁ ନୁହେଁ ଏହା ଘରର ଶୋଭା ବଢାଇବାକୁ ରଖାଯାଏ ।

୨- କଦମ୍ବ ଗଛର କାଠ- ଘର ସଜେଇବା ପାଇଁ ଯେ କୌଣସି ଜିନିଷ କଦମ୍ବ ଗଛର କାଠରେ ତିଆରି କରି ରଖିପାରିବେ । ଯେପରିକି ହାତୀ, ହଂସ, ବୁଦ୍ଧଦେବଙ୍କ ମୃତ୍ତି, ଟାଙ୍ଗୀବା ପାଇଁ ଡାଳ ପତ୍ର, ଟୋକେଇ, ଘୋଡା, ପାନବାକ୍ସ, ଫୁଲଦାନୀ ଆଦି ଏହି କାଠରେ ତିଆରି କରି ରଖିପାରିବେ । ଉଲ୍ଲେଖ ଅଛିଯେ ଯଦି ଘରେ ରୂପାରେ ତିଆରି ହାତୀ ରଖିଛନ୍ତି ତେବେ ଏହି କାଠରେ ଜିନିଷ ନ ରଖିବା ଉଚିତ୍ ।

୩- ଶାଗୁଆନ ଓ ଶିଶୁ କାଠ- ବାବୁଲ, ଷ୍ଟିଲ୍, ପ୍ଲାଇଉଡର ସୋଫାସେଟ୍ ମଧ୍ୟ ଘରେ ରଖିଥାନ୍ତି । ବିଶେଷ କରି ସୋଫା, ପଲଙ୍କ ବା ଖଟ ଶାଗୁଆନ ଓ ଶିଶୁ କାଠରେ ଭଲ ହୁଏ । ସେହିପରି ଡାଇନିଙ୍ଗ ସେଟ୍, ସାଇନ ବୋର୍ଡ, ଆଲମୀରା, ବାକ୍ସ, ଛୋଟ ଛୋଟ ଡବା, ଟ୍ରେ, ପେନ ଷ୍ଟାଣ୍ଡ ଆଦି ସବୁ ଜିନିଷ ଶିଶୁ କାଠରେ ଭଲ ହୋଇଥାଏ । ପୂଜା କରିବା ସ୍ଥାନରେ ମଧ୍ୟ ଶାଗୁଆନ ଓ ଶିଶୁ କାଠର ତିଆରି ଆସ୍ଥାନ କରିଲେ ବହୁତ ଭଲ ହୁଏ । ଯଦି ଘରର ସିଢି ବା ଚଟାଣ କାଠରେ କରିବାକୁ ଇଛା କରୁଛନ୍ତି ତେବେ ଏହି ଶାଗୁଆନ ଓ ଶିଶୁ କାଠରେ କରିବା ଉଚିତ୍ ।

୪-ଚନ୍ଦନ କାଠ- ପୂଜା ପାଇଁ ଏହା ଖଣ୍ଡେ ଦରକାର ହୁଏ । ପ୍ରତିଦିନ ଚନ୍ଦନ ଘୋରିଲେ ଘରେ ବାସ୍ନା ହୁଏ । ମୁଣ୍ଡରେ ତିଳକ ବା ଟୀକା ଲଗାଇଲେ ଶାନ୍ତି ମିଳିଥାଏ । ଯେଉଁ ସ୍ଥାନ ରେ ସବୁଦିନ ଚନ୍ଦନ ଘଷାଯାଏ ଓ ଗରୁଡ ଘଣ୍ଟିର ଶବ୍ଦ ଶୁଣାଯାଏ ସେଠାର ବାତାବରଣ ସବୁବେଳେ ଶୁଦ୍ଧ ଓ ପବିତ୍ର ରହିଥାଏ । ଧ୍ୟାନ ରଖିବାକୁ ହେବ ଯେ ଚନ୍ଦନ କାଠର ଯେ କୌଣସି ଫର୍ନୀଚର ଘରେ ନ ରଖିବା ଉଚିତ୍, କାରଣ ଚନ୍ଦନ ଏକ ପବିତ୍ର କାଠ ଓ ଶୁଭ ମଧ୍ୟ ହୋଇଥାଏ ।

୫- ବାଉଁଶ ପାତିଆ- ଘରେ ବାଉଁଶ ପାତିଆରେ ତିଆରି ଫୁଲଦାନୀ, କୁଲାବାଉଁସିଆ, ଟୋକେଇ, ଫୁଲଚାଙ୍ଗୁଡି ବା ଗଛ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହା ବ୍ୟତୀତ ବାଉଁଶରେ ତିଆରି ବଇଁଶି ମଧ୍ୟ ଘରେ ରଖିପାରିବେ । ଏହି ବଇଁଶି ଭଗବାନ ଶ୍ରୀକୃଷ୍ଣଙ୍କର ଅତିପ୍ରିୟ ଅଟେ । ଯେଉଁ ଘରେ ବାଉଁଶରେ ତିଆରି ବଇଁଶି ରହିଥାଏ, ସେହି ଘରେ ପରସ୍ପର ମଧ୍ୟରେ ଶ୍ନେହ ପ୍ରେମ ବୃଦ୍ଧି ହୁଏ ଓ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ ।

ଏହି ବଇଁଶିକୁ ଉନ୍ନତି ଓ ପ୍ରଗତି ର ସୂଚକ ବୋଲି କୁହାଯାଇଛି । ଏହା ଘରର ବାସ୍ତୁଦୋଷ ମଧ୍ୟ ଦୂର କରିଥାଏ । ବାଉଁଶରେ ତିଆରି ବଇଁଶିର ଅହମିୟତା ବହୁତ ଅଧିକ ଅଟେ । ଘରର ମୁଖ୍ୟ କବାଟ ପାଖରେ ଦୁଇଟି ବଇଁଶିକୁ ଯୋଡି (+ ଚିହ୍ନ ଭଳି) ଲଗାଇଲେ ଘରର କଷ୍ଟ ଦୂର ହୋଇଯାଏ । ଆଉରି ବି ସୟନ କକ୍ଷର ବିମ ତଳେ ଦୁଇଟି ବଇଁଶିକୁ ଟାଙ୍ଗିଦେଲେ ବାସ୍ତୁଦୋଷ ଖଣ୍ଡନ ହୋଇଥାଏ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00