କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।
୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ଗୁରୁବାର କର୍ମ ନିର୍ଣ୍ଣୟ- ବିଦ୍ୟାରମ୍ଭ, ଦେବତାପ୍ରତିଷ୍ଠା ଓ ପୂଜା, ବେଦପଠନ, ହୋମ ଯଜ୍ଞାଦି କର୍ମ, ସମସ୍ତ ସଂସ୍କାରକର୍ମ, ଦୀକ୍ଷାଗ୍ରହଣ, ବ୍ରାହ୍ମଣସେବା, ଭକ୍ତିକାର୍ଯ୍ୟ, ବସ୍ତ୍ରାଭୁଷଣାଦି କାର୍ଯ୍ୟ ଓ ଧାରଣ, କୃଷି କାର୍ଯ୍ୟ ଓ କୃଷିଦ୍ରବ୍ୟ କ୍ରୟ ବିକ୍ରୟ ପାଇଁ ଗୁରୁବାର ପ୍ରଶସ୍ତ ।
ଗୁରୁବାର ଦିନ କଣ କରିବ- ଏହି ବାରରେ ଦର୍ଶନ ଶାସ୍ତ୍ର, ଧର୍ମ ଶାସ୍ତ୍ର, ଜ୍ୟୋତିଷ, ଓକିଲ, ଉଚ୍ଚପଦ ପ୍ରଶାସନିକ, ଶିକ୍ଷା, ନୂତନ ବସ୍ତ୍ର ଧାରଣ, ନୂତନ ଅଳଙ୍କାର ଧାରଣ ଶୁଭ ହୋଇଥାଏ । କର୍ମବ୍ୟବସାୟ ସମ୍ବନ୍ଧିତ- ଧାର୍ମିକ ଅନୁଷ୍ଠାନ, ଉଚ୍ଚ ପ୍ରଶାସନିକ କାର୍ଯ୍ୟ, ଉଚ୍ଚଶିକ୍ଷା କାର୍ଯ୍ୟ, ଆଭୁଷଣ, ଔଷଧ, କାଠ, ଭୂମି, ଯାନ ବାହନ ଆଦି କ୍ରୟ ବିକ୍ରୟ, ବିଦେଶ ଯାତ୍ରା ଆଦି କାର୍ଯ୍ୟ କରିଲେ ଶୁଭ ହୁଏ । ୬- ଗୁରୁବାର ଦିନ ଯିବା ସମୟରେ କିଛି ସୋରିଷ ପାଟିରେ ପକାଇ ଯାଆନ୍ତୁ ।