Loading...

299 Big Street, Govindpur, India

Open daily 10:00 AM to 10:00 PM

ଜାତକର ତୃତୀୟ, ଚତୁର୍ଥ ଓ ପଞ୍ଚମ ଭାବରେ ଚନ୍ଦ୍ର ଥିଲେ କଣ ହୁଏ ସମସ୍ଯା ଓ କଣ କରିବେ ତାର ସମାଧାନ

ଭାତୃବିବାଦ, ଜମିଜମା ନେଇ ଗଣ୍ଡଗୋଳ ଦେଖାଦେଉଥିବ, ପରିବାରରେ ଅସାନ୍ତି, ସନ୍ତାନମାନେ ଅସହଯୋଗ କରୁଥିଲେ ମାନସିକ ଅସାନ୍ତି ଦେଖାଦେଉ ଥିଲେ, ସମସ୍ତ କାର୍ଯ୍ୟ ଶେଷଭାଗରେ ଅଟକି ଯାଉଥିଲେ, କୌଣସି କ୍ଷେତ୍ରରେ ସ୍ଥିର ସିଦ୍ଧାନ୍ତ ନେଇ ପାରୁ ନଥିଲେ, ମାଲିମୋକଦ୍ଦମାର ସମ୍ମୁଖୀନ ହେଉଥିଲେ କେମିତି କରିବେ ସମସ୍ୟାର ସମାଧାନ ଆସନ୍ତୁ ଜାଣିବା ।

ସମସ୍ୟା ସମାଧାନ:- ତୃତୀୟ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତବ୍ୟକ୍ତି ଉଚ୍ଚଶିକ୍ଷା ସମ୍ପନ୍ନ ହୁଅନ୍ତି । ବାପାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବ ନାହିଁ । କିନ୍ତୁ ରାହୁ କିମ୍ବା କେତୁ ଯୁକ୍ତ ହୋଇଥିଲେ ତାଙ୍କ କୁପ୍ରଭାରୁ ରକ୍ଷା ପାଇବାର ଉପାୟ ହେଉଛି ଭଉଣୀ ଓ ଝିଅଙ୍କୁ ସମ୍ମାନ ଦେବା । ୧- କନ୍ୟା ଭୋଜନ ହେଉଛି ସର୍ବୋତ୍ତମ ସମାଧାନ । ୨- ପ୍ରତିଦିନ ଇଷ୍ଟଦେବୀଙ୍କୁ ପୂଜା ଅର୍ଚ୍ଚନା କରି ପ୍ରସାଦ ଭୋଗ କରନ୍ତୁ । ୩- ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଓ ଧର୍ମ ପ୍ରତି ଆସ୍ଥାବାନ ହୁଅନ୍ତୁ । ୪- ନିଜର ଚରିତ୍ର ସ୍ୱଭାବକୁ ଉଜ୍ୱଳ ରଖନ୍ତୁ । ୫- ଜେଜେ ଜେଜେମାଆ, ମାଆବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ସମସ୍ୟା ସମାଧାନ:- ଚତୁର୍ଥ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତବ୍ୟକ୍ତି ଅଧ୍ୟୟନ କରିବା ପାଇଁ ଯେ କୌଣସି ପ୍ରକାରରେ ସାହାଯ୍ୟ ମିଳିବ । ମାତୃଭକ୍ତ, ମାତୃଭୂମିଭକ୍ତ ହୁଅନ୍ତି । ଚନ୍ଦ୍ରଙ୍କ ସମ୍ବନ୍ଧିତ କୌଣସି ଜିନିଷ ବ୍ୟବସାୟ କଲେ ଭଲ ଲାଭ ହେବ । ସତର୍କତା- ମାଆଙ୍କ ପ୍ରତି କ୍ରୋଧିତ ହୁଅନ୍ତୁ ନାହିଁ । ପ୍ରତିଦିନ ମାଆଙ୍କ ପାଦ ସ୍ପର୍ଶ କରନ୍ତୁ । ୧- ପରିବାରର କୁଶଳପାଇଁ ସୂର୍ଯ୍ୟଙ୍କ ସମ୍ବନ୍ଧିତ ବସ୍ତୁ ଅବଶ୍ୟ ଦାନ କରନ୍ତୁ । ୨- ଶ୍ୱଶୁରଘରୁ ଚନ୍ଦ୍ର ସମ୍ବନ୍ଧିତ ବସ୍ତୁ ପ୍ରାପ୍ତି ହେଲେ ଚନ୍ଦ୍ରଙ୍କ ଶୁଭଫଳ ପାଇବେ । ୩- ରାତ୍ରରେ କ୍ଷୀର ସେବନ କରନ୍ତୁ ନାହିଁ । ୪- ପ୍ରତିଦିନ ଅଶୋତ୍ଥବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ୫- ଶିବଙ୍କ ଉପାସନା କରିଲେ ଲାଭ ହେବ ।

ସମସ୍ୟା ସମାଧାନ:- ପଞ୍ଚମ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତବ୍ୟକ୍ତି ସରକାରୀ କାର୍ଯ୍ୟରେ ଲାଭ ହେବ । ସନ୍ତାନ ସୁଖ ଭୋଗ କରିବେ । କିନ୍ତୁ ଶିକ୍ଷାରେ ବାଧା ଦେଖା ଦେଇପାରେ । ସତର୍କତା- ଅନାଥପିଲାମାନଙ୍କ ପ୍ରତିପୋଷଣ କରିବା ସହ ଧର୍ମରେ ବିଶ୍ୱାସ ରଖନ୍ତୁ । ୧- ସୋମବାରରେ ମାତୃସ୍ଥାନିୟା ମହିଳାଙ୍କୁ ଧଳା ଦ୍ରବ୍ୟ କିଛି ଦାନ ଦିଅନ୍ତୁ । ୨- ମନରେ ସର୍ବଦା ଖରାପ ବିଚାରକୁ ଦୂରେଇ ରଖନ୍ତୁ । ୩- ମିଛ କୁହନ୍ତୁ ନାହିଁ ଓ ଈର୍ଷାଠାରୁ ଦୂରେଇ ରୁହନ୍ତୁ । ୪- ଝଗଡ଼ା କରନ୍ତୁ ନାହିଁ ତଥା ଅଶୁଭ ଶବ୍ଦ ପ୍ରୟୋଗ କଲେ କଷ୍ଟ ଭୋଗ କରିବାକୁ ପଡିବ । ୫- ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ନମସ୍କାର କରିଲେ ଚନ୍ଦ୍ର ପ୍ରସନ୍ନ ହୁଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00